ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି। ରାଜ୍ୟ ପରିବହନ ବିଭାଗର ନୂଆ ଗାଇଡଲାଇନ୍ସ, ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ। ଠକିଲେ, ତତ୍କାଳ ଅଭିଯୋଗ କରିି ପାରିବେ ଗ୍ରାହକ, ରହିବ ୨୪ ଘଣ୍ଟିଆ କଲ୍ ସେଣ୍ଟର।
ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କ ଦହଗଞ୍ଜର ଆଉ ଏକ ଅଭାବନୀୟ କାହାଣୀ: ରାସ୍ତା ନଥିବାରୁ ଭାରରେ ବୁହା ହୋଇ, ଡଙ୍ଗାରେ ପାରି ହୋଇ ବ୍ୟାଙ୍କ ଯାଉଛନ୍ତି କେନ୍ଦ୍ରାପଡ଼ା ଏକମାଣିଆର ହିତାଧିକାରୀ। ଏଡିଏମ୍ କହିଲେ, ଏସବୁ ପ୍ରାୟୋଜିତ
ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।
ମହିଳାମାନେ ଭଳିକି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।
କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ । କାରଣ ପଞ୍ଚାୟତକୁ ୪ପଟୁ ଘେରିରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ।
ବଜ୍ରାଘାତରେ ମନ୍ଦିରର ଵହୁ କ୍ଷତି ଘଟିଛି । ଏହି ମନ୍ଦିରର କିଛି ଅଂଶ ଭାଙ୍ଗି ଖସି ପଡିଥିବାବେଳେ କିଛି ଅଂଶ ଫାଟି ଯାଇଛି । ଯାହା ଏବେ ଚିନ୍ତାର ଵିଷୟ ପାଲଟିଛି ।
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେର ପଞ୍ଚାୟତ କସଟି ଗାଁରେ ବଜ୍ରପାତ ଯୋଗୁଁ ଘର ଜଳି ଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।
ହିତାଧିକାରୀଙ୍କ ଅଗୋଚରରେ ଭୂତ ଶ୍ରମିକଙ୍କ ନାଁରେ ପୋଖରୀ ଟଙ୍କା ହଡପ୍ ହୋଇଛି
ପାଣି ନଥିବା ଗାଁ ତାମଳବନ୍ଧ...କାମ ଦେଉନି ପାନୀୟଜଳ ପ୍ରକଳ୍ପ
ନିୟମିତ ଭାବେ ନାସା ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ ଆକର୍ଷଣୀୟ ଭିଡିଓ ଓ ଫଟୋ ଶେୟାର କରିଥାଏ। ଏହି ଅଦ୍ଭୁତ ଦୃଶ୍ୟ ସବୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ।
ଏଇ କ’ଣ ଶୂନ୍ୟରେ ବଲ୍ ଉଡ଼ଉଛନ୍ତି.... ଖାଲି ଛକା, ଚୌକା.. କେଉଁ ଟିମର ଖେଳାଳି କି ?
ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । କାହିଁ କେତେ ବର୍ଷରୁ ଏହି ଯାତ୍ରା ଚାଲି ଆସୁଛି । ହେଲେ ଏହାର ଉପତ୍ତି ସ୍ଥଳ ଏବେ ଅଣଦେଖା । ମହୁରୀ ରାଜାଙ୍କ ଗଡ଼, ଯେଉଁଠି ଇଂରେଜଙ୍କ ବିରୋଧରେ ଯୁଦ୍ଧମ୍ ଦେହି ଡାକରା ଦିଆଯାଇଥିଲା ତାହା ଏବେ ଅବହେଳିତ…
ସମ୍ବଲପୁରରେ ସଚଳ ହେଲା ଇଣ୍ଟରନେଟ ସେବା । ଆଜି ସକାଳ ୬ଟାରୁ ଇଣ୍ଟରନେଟ ସେବା ସ୍ୱାଭାବିକ । ଆଜି ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନର ସୂଚନା ।
ହଜାର ହଜାର ଲୋକଙ୍କ ଗହଣରେ ଜନ୍ମମାଟି ପୁରୀ ଖଣ୍ଡାୟତସାହିରେ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷକୃତ୍ୟ। ଦୁନିଆ କଣ ଜାଣିବା ପୂର୍ବରୁ ୩ ମାସର କୁନିଝିଅକୁ ମିଳିଲା ସହିଦ ବାପାର ଶେଷ ସନ୍ତକ।
ଶୃଙ୍ଖଳିତ ଦର୍ଶନ ହେଉ କି ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି, ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ୨୫ ସୂତ୍ରୀ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି ଅନୁପାଳନ। ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ହଠାତ୍ ତତ୍ପର ଆଇନ ବିଭାଗ।
ବୌଦ୍ଧ ଓ ସୁବର୍ଣ୍ଣପୁରରେ ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ଆଠଗଡରେ ଅକାତକାତ ପାଣି ଜାଗାରେ ଦିଶିଲାଣି ବାଲି। କୂଳ ବେଉସା ହରାଇ ସଂକଟରେ ମତ୍ସ୍ୟଜୀବୀ, ଦୁର୍ଦ୍ଦିନରେ ଡଙ୍ଗା କାରିଗର। ଦେଖିବା ବିଶେଷ ରିପୋର୍ଟ...
ଶୋକାକୁଳ ପରିବେଶ ଭିତରେ ସମ୍ପନ୍ନ ହୋଇଛି ପୁଞ୍ଚ୍ ଆତଙ୍କୀ ଆକ୍ରମଣରେ ସହିଦ ଦେବାଶିଷ ବିଶ୍ବାଳଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କ ଜନ୍ମ ମାଟି ପୁରୀ ଅଳଗୁମ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଜଳିଛି ସହିଦଙ୍କ ଚିତା।
ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ହାତେ ଦୂରରେ ଖାଲି ବାଲି ଆଉ ପଥର । ଦୂର ଦୂର ଯାଏଁ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା।
ପଞ୍ଚଭୂତରେ ଲୀନ ହୋଇଛି ସହିଦ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ ।
କେବେ ନିଯୁକ୍ତ ହେବେ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି ଅନୁପାଳନ । ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ତତ୍ପର ଆଇନ ବିଭାଗ ।
ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ଥିବା ଜଣାପଡ଼ଇଛି।
ସତ୍ୟବାଦୀ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ।
ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି । ପୁରୀ ଜିଲ୍ଲା ସତ୍ୟବାଦୀର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ସେପଟେ ସହିଦ ହୋଇଥିବା ଅନ୍ୟ ୪ଜଣଙ୍କୁ ପଞ୍ଜାବରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।
ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି ।