Advertisment

ପୃଥିବୀର ଅଦ୍ଭୁତ ଦୃଶ୍ୟ ଶେୟାର କଲା ନାସା, ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ...

ନିୟମିତ ଭାବେ ନାସା ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଆକର୍ଷଣୀୟ ଭିଡିଓ ଓ ଫଟୋ ଶେୟାର କରିଥାଏ। ଏହି ଅଦ୍ଭୁତ ଦୃଶ୍ୟ ସବୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
America NASA Shared Amazing Video

Nasa shared amazing video that captures earth

ବ୍ରହ୍ମାଣ୍ଡ ବିଷୟରେ ଜାଣିବା, ଏହାକୁ ବୁଝିବା ଓ ପଢ଼ିବା ସତେ ଯେମିତି ଏକ ରହସ୍ୟ ଆବିଷ୍କାର କରିବା ଭଳି। ନିୟମିତ ଭାବେ ନାସା ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଆକର୍ଷଣୀୟ ଭିଡିଓ ଓ ଫଟୋ ଶେୟାର କରିଥାଏ। ଏହି ଅଦ୍ଭୁତ ଦୃଶ୍ୟ ସବୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ସ୍ପେସ୍‌ ଏଜେନ୍ସି ନାସା ଏକ ଚମତ୍କାର ଭିଡିଓ ଶେୟାର କରିଛି। ଭିଡିଓରେ ପୃଥିବୀକୁ ଏକ ଭିନ୍ନ କୋଣରୁ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଆପଣ ଚକିତ ହେବା ସହ ନିଜକୁ ଅନ୍ୟ ଏକ ଦୁନିଆରେ ହଜେଇ ଦେବେ।

Advertisment

ଅଧିକ ପଢ଼ନ୍ତୁ: ଏଣିକି ଯିଏ ଚାହିଁବେ ସିଏ ବୁଲିପାରିବେ ମହାକାଶ ! ଜାଣନ୍ତୁ ଖର୍ଚ୍ଚ କେତେ...

ଭିଡିଓ ଶେୟାର କରିବା ସହ ନାସା ଏହି ଭିଡିଓ ସମ୍ପର୍କରେ ସୂଚନା ମଧ୍ୟ ଦେଇଛି। ନାସା ପକ୍ଷରୁ କୁହାଯାଇଛି ଯେ, ଅଲ୍‌ଟ୍ରା-ହାଇ ଡେଫିନେସନ ଭିଡିଓକୁ ୨୦୨୨ ମାର୍ଚ୍ଚ ଓ ୨୦୨୩ ମାର୍ଚ୍ଚ ମଧ୍ୟରେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ(ISS)ର ଅଭିଯାନ ୬୭ ଓ ୬୮ ବେଳେ କ୍ୟାପ୍‌ଚର୍‌ କରାଯାଇଥିଲା। ନାସା ଆହୁରି ମଧ୍ୟ କହିଛି ଯେ, ISS ୪୦୯ କି.ମି. ଉଚ୍ଚତାରେ ପୃଥିବୀ ପରିକ୍ରମା କରିଥାଏ। ଏହା ୯୦ ମିନିଟ୍‌ରେ ପୃଥିବୀର ଗୋଟିଏ କକ୍ଷପଥକୁ ପରିକ୍ରମା କରିଥାଏ। 

Advertisment
NASA
Advertisment
Advertisment