ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ଲୋୟର ପିଏମ୍ଜିରେ ହଜାର ହଜାର ଆଶାକର୍ମୀ ଆଜି ଧାରଣା ଦେଇଛନ୍ତି।
ଡାକିଲେ ବି ଜେଜେମା କଥା ଶୁଣୁନି କାହ୍ନା । ହସମଜା କରୁଥିବା ସେହି କାହ୍ନା ଆଜି ନିଶ୍ଚଳ । ଦୁର୍ଘଟଣା ପରେ କୋମା ଅବସ୍ଥାରେ ରନିଜ । ସହାୟତା ପାଇଁ ନିବେଦନ କଲେ ପରିବାର ।
ଓଡ଼ିଶାରେ ୧୫ ମାସରେ ଶେଷ ହେଉଛି ଷ୍ଟାଡିୟମ ନିର୍ମାଣ । କିନ୍ତୁ ୧୮ ବର୍ଷ ପରେ ମଧ୍ୟ ସରୁନି ଯାତ୍ରୀ ବିଶ୍ରାମଗାରର ନିର୍ମାଣ । ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଯାହାକୁ ନେଇ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ ।
ଇଣ୍ଟରନେଟ୍ ଅଭାବରୁ ଠପ୍ ହୋଇପଡ଼ିଛି ବ୍ୟାଙ୍କ ସେବା । ଲିଙ୍କ୍ ନଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ୬ ପଞ୍ଚାୟତର ହଜାର ହଜାର ଜମାକାରୀ । ବଢ଼ୁଛି ଜନ ଅସନ୍ତୋଷ ।
ଲୋକେ ଆମ୍ବୁଲାନସକୁ ଡାକିଥିଲେ । କିନ୍ତୁ ରାସ୍ତା ନାହିଁ, ଆମ୍ବୁଲାନସ ଆସିବ କେମିତି । ମଝିରେ ରହିଛି ଭରା ନଈ । ଖଟିଆ ଆମ୍ବୁଲାନ୍ସ ହିଁ ଭରସା । ଗାଁ ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଭାର କରି ସେଇ ମହିଳାଙ୍କୁ ଘରୁ ଆଣିଥିଲେ ।
ରାସ୍ତାର ଦୁଇ ଧାଡ଼ିରେ କିଆ ବଣ.. .ଆଉ ରାସ୍ତା ଉପରେ ମହମହ ବାସୁଥିବା କିଆଫୁଲର ବଜାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ୍ ଓ ଚିକିଟିର ଜୁଆଡ଼େ ଯିବେ ଆଖିକୁ ଦିଶିଯିବ ଏମିତି କିଆ ବଣ । କିଛି ଆପେ ଉଠିଥାଏ, କିଛି ଚାଷ ହୁଏ ।
ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ ।
୨୩ ବର୍ଷର ଲମ୍ୱା ଶାସନ ବିରୋଧରେ ତେଜୁଛି ଅସନ୍ତୋଷ । ଅଧିକାର ପାଇବାକୁ ବଢୁଛି ଆନ୍ଦୋଳନ । ନିର୍ବାଚନୀ ବର୍ଷରେ ବିଜେଡି ପାଇଁ ଶୁଣ ସରକାରର ଆହ୍ୱାନ । ଲମ୍ୱା ସମୟ ଧରି ଦାବି ପୂରଣ ନହେବାରୁ ଏବେ ଏ ଲଢେଇ ଅଧିକାରଠୁ ଅଧିକା ଅଭିମାନର । ଯାହାକୁ ନେଇ ନିର୍ବାଚନୀ ବର୍ଷରେ ଅଡୁଆରେ ସରକାର ।
ଶିବାଜୀ ଶୁଣିପାରନ୍ତିନି କି କହିପାରନ୍ତିନି । ତେବେ ଏକାଠି ଦୀର୍ଘ ବର୍ଷ କାମ କରିବା ଭିତରେ ଆଖିରେ ଆଖି ମିଶିଲା, ଆଉ ମନ ସହ ମନ । ୨୦୧୬ରେ ବିଦେଶର ମୋହ ତୁଟାଇ ନିଜ ଜନ୍ମମାଟିକୁ ଫେରିଆସିଲେ ଶିବାଜୀ ।

ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।
ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ, ସବୁ ପରିସ୍ଥିତିରେ ମନରେ ଉଙ୍କି ମାରେ । ତାଙ୍କ କର୍ତ୍ତବ୍ୟନିଷ୍ଠତା, ସାହସିକତା ଓ ନିର୍ଭିକ ରିପୋର୍ଟିଂ କଥା ଆଜି ବି ମନେ ପଡ଼ୁଛି ।
୭ ଜଣ ଛାତ୍ର ଆଜି ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି ।
ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍ରେ ବୁହା ହେଲା ଶବ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇପାରି ନ ଥିଲେ।
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି।
ଦିନେ ଟ୍ରଲି ଚଳାଇଲେ ଘର ଚଳୁଥିଲା, ପରିବାର ମୁହଁରେ ଆହାର ଦେଉଥିଲେ । ହଠାତ୍ ଦିନେ ଆଖିକୁ ଆଉ ଦିଶିଲାନି । ଆଉ ଟ୍ରଲି ଚଳାଇ ପାରିଲେନି କି କାମଧନ୍ଦା କରିପାରିଲେ ନାହିଁ...ଏବେ ଅଣ୍ଡାଳି ଅଣ୍ଡାଳି ବାଟ ଚାଲିବାକୁ ସେ ବାଧ୍ୟ ହେଉଛନ୍ତି । ଯେଉଁ ପୁଅକୁ ଆସରା କରି ଜୀବନ କାଟୁଥିଲେ ସିଏ ବି ଆଖିର ଜ୍ୟୋତି ହରାଇଲା । ଦୁଃଖ ୟାଙ୍କର ଯେମିତି ଭାଗ୍ୟରେ ଲେଖା
ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ପୁରିଛିା ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତୋ ଅରିନ୍ଦମ ଚାଲିଯିବାର ଦୁଇ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ।
ନଗରପାଳିକାଙ୍କ ଦାୟିତ୍ୱରେ ଅଛନ୍ତି । ହେଲେ ସମାଜସେବା ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଅଭିଯୋଗ ପାଇବା ମାତ୍ରେ ସମାଧାନ କରିବା ଲାଗି ବଢାଉଛନ୍ତି ହାତ । ଲୋକେ କହୁଛନ୍ତି ଏମିତି ନେତ୍ରୀ ଥିଲେ ହେବନି କିଛି ଅସୁବିଧା
କଟକ ନେତାଜୀ ବସ୍ ଟର୍ମିନାଲ ପରେ ଏବେ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖା ଦେଇଛି। ବ୍ୟବସାୟୀଙ୍କ ସଂଖ୍ୟା ଢେର ଅଧିକ ହୋଇଥିବାରୁ ପିଣ୍ଡି ଆବଣ୍ଟନ କରିବାରେ ସମସ୍ୟା ଉପୁଜିଛି।
ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି।
ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସି ରେଲ୍ୱେ ଟ୍ରାକ୍ରେ ପଡ଼ିବା ଯୋଗୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍। ଗତକାଲି ରାତି ୩ରୁ କୋରାପୁଟ ରେଲ୍ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଟକି ରହିଛି।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।