Advertisment

ଭୋଟ୍ ପୂର୍ବରୁ କଡ଼ ଲେଉଟାଇବ କି ଚିଟ୍‌ଫଣ୍ଡ ମାମଲା ? ସିସୋର ଲିଙ୍କରେ ୯ ବର୍ଷ ପରେ ସିବିଆଇର ଚାର୍ଜଫ୍ରେମ୍

ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ ।

author-image
Tanmay Kumar Mahalik

୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ କଡ଼ ଲେଉଟାଇବ କି ଶହ ଶହ କୋଟିର ମହାଚିଟଫଣ୍ଡ ଘୋଟାଲା ମାମଲା ? ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ବହୁଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ୍ ପରେ ଏବେ ଏଭଳି ଚର୍ଚ୍ଚା ଲାଗିରହିଛି । କିନ୍ତୁ ଏଯାଏଁ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ, ମିଡ଼ିଲମ୍ୟାନ୍ ଶୁଭଙ୍କର ନାୟକ କିମ୍ବା କିଛି ବ୍ୟୁରୋକ୍ରାଟଙ୍କ ନାଁ ଗନ୍ଧ ନାହିଁ । ଏମାନଙ୍କ ବିରୋଧରେ କେବେ ହେବ ଚାର୍ଜଫ୍ରେମ୍ ? କେବେ ବିଚାର ପ୍ରକ୍ରିୟା ସରିବ ଏବଂ କେବେ ଜମାକାରୀଙ୍କୁ ମିଳିବ ଟଙ୍କା ? ତାକୁ ନେଇ ଲାଗିରହିଛି ନାନା ଆଶା ଆଶଙ୍କା ।

Advertisment
Chit Fund Scam Seashore
Advertisment
Advertisment