/odishatv-khabar/media/post_attachments/uploadimage/library/16_9/16_9_0/s_1695546772.jpg)
Relatives carry deceased body on bike in subarnapur
ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍ରେ ବୁହା ହେଲା ଶବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲିର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ସମ୍ପର୍କୀୟମାନେ ବାଇକରେ ନେଇଥିଲେ।
Advertisment
ସୂଚନା ଅନୁସାରେ, ମୃତ ମହିଳାଙ୍କ ଘର ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କେଶାପାଲି ଗାଁରେ। ଅସୁସ୍ଥ ଯୋଗୁ ୪ ମାସ ପୂର୍ବେ ଅମରପାଲି ସ୍ଥିତ ଭଉଣୀ ଘରେ ରହି ସେ ଚିକିତ୍ସିତ ହେଉଥିଲେ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଡାକ୍ତରଖାନାକୁ ମଧ୍ୟ ଯାଇପାରି ନ ଥିଲେ।
ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଗାଡ଼ିମୋଟର କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଯୋଗ କରିପାରିନଥିଲେ । ଶେଷରେ ବାଧ୍ୟ ହୋଇ ଶବକୁ ଏକ ବାଇକ୍ରେ କେଶାପାଲିକୁ ନେଇଥିବା ଦେଖିବାକୁ ମିଳିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)