Advertisment

ହଜିଗଲା ମାନବିକତା: ମରିଯାଇଛି ଭାବି ରାସ୍ତାରେ ଫିଙ୍ଗି ଦେଲେ, ପରେ ଜଣାପଡ଼ିଲା...

ହଜିଗଲା ମାନବିକତା। ଚିକିତ୍ସା ବଦଳରେ ଶ୍ରମିକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇବା ବଦଳରେ ମରି ଯାଇଥିବା ଭାବି ରାସ୍ତାରେ ଫିଙ୍ଗି ଦେଲେ।

author-image
Rajalaxmi Sahoo
Assuming dead body of labourer thrown in Jharsuguda

Assuming dead body of labourer thrown in Jharsuguda

ହଜିଗଲା ମାନବିକତା। ଚିକିତ୍ସା ବଦଳରେ ଶ୍ରମିକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇବା ବଦଳରେ ମରି ଯାଇଥିବା ଭାବି ରାସ୍ତାରେ ଫିଙ୍ଗି ଦେଲେ। ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଦେଖି କିଛି ବ୍ୟକ୍ତି ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଗୁରୁତର ଶ୍ରମିକ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ଓଡିଶା-ଛତିଶଗଡ଼ ସୀମାନ୍ତ ବାଦୀମାଲ ଠାରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ବାଦିମାଲ୍‌ରେ ଥିବା ଏକ ରାଇସ୍ ମିଲ୍‌ରେ କାମ କରୁଥିବା ବେଳେ ହଠାତ୍ ଗତକାଲି ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଶ୍ରମିକ ଜଣକ ଦୁର୍ଘଟଣା ଶିକାର ହୋଇଥିଲେ।ତାଙ୍କୁ ଚିକିତ୍ସା କରାଇବା ବଦଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମିଲ୍‌ର ଅନ୍ୟ କର୍ମଚାରୀାମାନେ ରାସ୍ତାରେ ଫିଙ୍ଗି ଦେଇଥିଲେ। ମରି ଯାଇଥିବା ସନ୍ଦେହରେ ସେମାନେ ଏପରି କରିଥିବା ଅଭିଯୋଗ ହୋଇଛିା

ଏକ ପରିତ୍ୟକ୍ତ ସ୍ଥାନରେ ଶ୍ରମିକ ଜଣକ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ତେବେ ଏହି ଘଟଣା ପଛରେ କିଏ ସାମିଲ ଥିଲେ ସେନେଇ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବ୍ରଜରାଜନଗର SDPO ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

Advertisment
Advertisment
Advertisment