• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଜବରଦଖଲରେ ଥିବା ୪ ଜଣଙ୍କ ଦୋକାନର କିଛି ଅଂଶ ଭଙ୍ଗା ଯାଇଛି। ବଲାଙ୍ଗିର  ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।

ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ୟୁନିଭର୍ସିଟିର ଉନ୍ନତିମୂଳକ କାମ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କିଛି ଷ୍ଟଲ ଓ ଘରର ଜବରଦଖଲ ଅଂଶ ଭଙ୍ଗା ଯାଇଛି।

ଆଗାମୀ ଦିନରେ ୟୁନିଭର୍ସିଟିର ଅନ୍ୟ ଅଂଶରୁ ମଧ୍ୟ ଜବରଦଖଲ ହଟାଯିବ ବୋଲି ମାଜିଷ୍ଟେଟ ଦାୟିତ୍ୱରେ ଥିବା ତହସିଲଦାର କହିଛନ୍ତି। ରାଜାରାଜୁଡା ସମୟରୁ ୟୁନିଭର୍ସିଟିର ଶହ ଶହ ଏକର ଜମି ଥିବାବେଳେ ଧିରେ ଧିରେ ୟୁନିଭର୍ସିଟି ଜମିକୁ ଜବରଦଖଲ କରି ନେଇଥିଲେ ଅନେକ ଲୋକ। 

OTV is now on Whatsapp

Join and get latest news update delivered to you via whatsapp

Join Now