/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628489428.jpg)
deadbody on bullock cart
ପାଟଣାଗଡ଼: ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ଏପରିକି ଚାରି କାନ୍ଧ ଦେବାକୁ କେହି ନଥିଲେ। ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ମୃତଦେହ ପାଖ ମାଡ଼ିଲେନି। ଶେଷରେ ଶଗଡ଼ରେ ବାପାଙ୍କ ଶବକୁ ଶ୍ମଶାନ ନେଲା ନାବାଳକ ପୁଅ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଆଧୁନିକ ଯୁଗରେ ମଧ୍ୟ ମଣିଷ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କିଭଳି ମାନବିକତା ଭୁଲି ଯାଉଛି, ଏହି ଉଦାହରଣ ଏହି ଘଟଣାରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ପାଟଣାଗଡ଼ ବ୍ଲକ ପଢେଲ ଗାଁର ସୀତା ସରାଫ ଛତିଶଗଡ଼ର କଲ୍ୟାଣ ସୁନାନୀଙ୍କୁ ପ୍ରେମ ବିବାହ କରିଥିଲେ। ଦୁହେଁ ଅନ୍ୟ ଜାତିର ହୋଇଥିବାରୁ ଜାତି କୁଳ ସେମାନଙ୍କୁ ବାସନ୍ଦ କରିଥିଲେ। ଏହାପରେ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ୧୦ ବର୍ଷ ରହି ପୁଣି ଗାଁକୁ ଫେରି ଆସିଥିଲେ। ଅନ୍ୟ ଜାତିରେ ବିବାହ ହୋଇଥିବା ଯୋଗୁ ଜାତି କୁଳ ଲୋକ କଲ୍ୟାଣ ଏବଂ ସୀତା ଉଭୟ ପତିପତ୍ନୀଙ୍କୁ ଜାତି କୁଳରୁ ବାସନ୍ଦ କରିଥିଲେ। ଏହାପରେ କଲ୍ୟାଣ ଓ ସୀତା ସେମାନଙ୍କର ୩ଟି ଝିଅ ଓ ଗୋଟିଏ ପୁଅକୁ ନେଇ ଅନ୍ୟ ସ୍ଥାନରେ ରହି ଆସୁଥିଲେ।
ରବିବାର କଲ୍ୟାଣଙ୍କ ମୃତ୍ୟୁ ଘଟିଥିଲା। ଘଣ୍ଟା ଘଣ୍ଟା ଧରି ଘରେ ଶବ ପଡ଼ି ରହିଥିଲେ ସମ୍ପର୍କୀୟ କେହିବି ଆସିନଥିଲେ। ଶେଷରେ ନିଜ ନାବାଳକ ପୁଅ କଲ୍ୟାଣଙ୍କ ଶବକୁ ଶଗଡ଼ ଗାଡ଼ିରେ ଶ୍ମଶାନ ନେଇଥିଲେ। ଖବର ପାଇ ଗାଁର କିଛି ଲୋକ ଏବଂ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ସତ୍କାର କରିବାରେ ସାହାଯ୍ୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)