Advertisment

ଖାଇବା ତେଲ ଦରରେ ଏବେ ଖାଉଟି କଲବଲ !

କେବଳ ରାଜ୍ୟ ନୁହେଁ, ଦେଶବ୍ୟାପୀ ଖାଇବା ତେଲର ଦାମ୍ ବଢ଼ିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ। ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି।

author-image
Chandan Shishu
ଖାଇବା ତେଲ ଦରରେ ଏବେ ଖାଉଟି କଲବଲ !

OIL Hike

ପ୍ରାୟ ୧୫ ଦିନ ତଳେ ଖାଇବା ତେଲ ଦର ଲିଟର ପିଛା ଖସିଥିଲା ୧୫ରୁ ୨୦ ଟଙ୍କା। ଆଶା କରାଯାଉଥିଲା ପେଟ୍ରୋଲ୍ କି ଡିଜେଲ୍ ଦାମ୍ ନହେଲା ନାହିଁ, ଅନ୍ତତଃ ହାଣ୍ଡିଶାଳରେ ବୋଝ କମିବ। କିନ୍ତୁ କଣ ହେଲା କେଜାଣି କିଛିଦିନ ହେଲା ପୁଣି ବେଲଗାମ୍ ହୋଇ ବଢ଼ିଚାଲିଛି ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍। ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ଯେଉଁ ପାମୋଲିନ୍ ଲିଟର ପିଛା ଥିଲା ୮୦ରୁ ୮୫ ଟଙ୍କା। ତାହା ଏବେ ୧୨୫ରୁ ୧୩୦କୁ ଛୁଇଁଛି। କେବଳ ପାମୋଲିନ୍ କାହିଁକି, ସନଫ୍ଲାୱାରଠୁ ଆରମ୍ଭ କରି ସୋରିଷ ତେଲ, ବନସ୍ପତି ଆଦିର ଦାମ୍ ବି ଆକାଶଛୁଆଁ ହୋଇଛି। ଫଳରେ ସାଧାରଣ ଘରର ଗୃହିଣୀ ଏବେ ଖର୍ଚ୍ଚକାଟ୍ କରି ଚଳାଇ ନେଉଛନ୍ତି ତାଙ୍କ ତେଲଲୁଣର ସଂସାର।

Advertisment

ବ୍ରହ୍ମପୁରରେ ଟିଫିନ୍ ଦୋକାନ କରିଥିବା ବ୍ରଜ ଗୋବିନ୍ଦ ପାତ୍ର ଆଳୁଚପ, ବରା, ବ୍ରେଡ ପକୋଡ଼ା ଆଦି ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ତେଲ ଦର ମହଙ୍ଗା ହେବାପରେ ଘାଟା ସହିବାକୁ ପଡୁଛି। ଦୈନିକ ୮ ଲିଟର ପାମୋଲିନ୍ ତେଲରେ ପ୍ରସ୍ତୁତ ଜଳଖିଆ ବିକ୍ରି କରି ଆୟ କରୁଥିଲେ ୫ଶହରୁ ୬ଶହ ଟଙ୍କା। ତେଲ ରେଟ୍ ବଢ଼ିବା ପରେ ଯେତିକି ଲାଭ ହେଉଥିଲା ତାର ବଡ଼ଭାଗ ଖର୍ଚ୍ଚ ହୋଇଯାଉଛି। ଖାଦ୍ୟ ଦର ବଢ଼ାଇଲେ ଗ୍ରାହକ ମୁହଁ ମୋଡ଼ିବାର ଆଶଙ୍କା କରି କ୍ଷତି ସହିବା ସତ୍ତ୍ୱେ ଜାରି ରଖିଛନ୍ତି ଜଳଖିଆ ବ୍ୟବସାୟ।

କେବଳ ରାଜ୍ୟ ନୁହେଁ, ଦେଶବ୍ୟାପୀ ଖାଇବା ତେଲର ଦାମ୍ ବଢ଼ିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ। ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି। ଖୁଚୁରା ବଜାରରେ ସନଫ୍ଲାଓ୍ବାର ତେଲ ଦର ସବୁଠୁ ଅଧିକ ୪୦.୬ %, ସୋୟାବିନ୍ ୩୭% ଏବଂ ପାମୋଲିନ୍ ଦରରେ ୩୫. ୩ % ବୃଦ୍ଧି ଘଟିଛିା

Advertisment

ଗତବର୍ଷ ତୁଳନାରେ ସୋରିଷ ତେଲ ୨୯ % ବଢ଼ିଥିବାବେଳେ ଚିନାବାଦାମ୍ ତେଲ ୧୭ % ଏବଂ ବନସ୍ପତି ଦର ୩୫% ବଢ଼ିଛି। ମନ୍ତ୍ରୀଙ୍କ କହିବା କଥା, କରୋନା କାଳରେ ଅନ୍ତର୍ଜାତୀୟ ମାର୍କେଟରେ ଦରବୃଦ୍ଧି, ଲୋକଙ୍କ ଚାହିଦା ଏବଂ ପ୍ରତିକୂଳ ପାଣିପାଗ ଯୋଗୁ ଘରୋଇ ଉତ୍ପାଦନ ବି ହ୍ରାସ ପାଇଛି। ରାଜ୍ୟ ବ୍ୟବସାୟୀ ସଂଘ ଆଶା ରଖିଛି, ୧୫ ତାରିଖ ପରେ ଦରରେ ସାମାନ୍ୟ ସୁଧାର ଆସିପାରେ।

ରିପୋର୍ଟ: ଜଗନ୍ନାଥ ସାହୁ, ଦେବାଶିଷ ମହାନ୍ତି ଏବଂ ନିରଞ୍ଜନ ରେଡ୍ଡୀ

Odisha News Cuttack Oil Price
Advertisment
Advertisment