• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଲୋକଙ୍କୁ ମିଳିଲାନି, ପଞ୍ଚାୟତ ଗୋଦାମରେ ସଢ଼ୁଛି

  • ପ୍ରଶାସନର ବେପରୁଆ ମନୋଭାବ ହେଉ ଅବା ଆନ୍ତରିକତା ଅଭାବ ?

ବାସୁଦେବପୁର (କିରୀଟି ଦାସ) : ବାତ୍ୟା ୟାସକୁ ଦୁଇମାସ ବିତିଯାଇଛି । ସମୁଦ୍ର ଉପକୂଳ ଅଂଚଳକୁ ଏହି ବାତ୍ୟା ବହୁ କ୍ଷତିଗ୍ରସ୍ତ କରିଥିଲା । ଏହି ବାତ୍ୟା ପ୍ରଭାବରେ ବନ୍ୟା ଆସି ବହୁ ଅଂଚଳ ଜଳମଗ୍ନ ହୋଇଥିଲା । ବହୁ ଲୋକଙ୍କ କଚ୍ଚା ଘର ଭାଗିବା ସହ ଅନେକ ପଂଚାୟତ ଜଳବନ୍ଦୀ ହୋଇ ରହିଥିଲେ । ଏହି ବାତ୍ୟା ପ୍ରଭାବିତ ଅଂଚଳକୁ ରିଲିଫ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ । ହେଲେ ବାତ୍ୟା ପ୍ରଭାବିତ ମାନଙ୍କ ପାଇଁ ଆସିଥିବା ରିଲିଫ ଚାଉଳ ଆଜିଯାଏ ବଣ୍ଟା ଯାଇପାରି ନାହିଁ । ସରକାରଙ୍କ ପକ୍ଷରୁ ଆସିଥିବା ରିଲିଫ ଚାଉଳ ଆଜି ପର୍ଯ୍ୟନ୍ତ ପଞ୍ଚଳାୟତ କାର୍ଯ୍ୟାଳୟ ଗୃହରେ ପଡି ପଡି ନଷ୍ଟ ହେବାକୁ ବସିଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବାତ୍ୟା ୟାସ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ଯାଇ ପାରିନାହିଁ । ପଂଚାୟତ କାର୍ଯ୍ୟାଳୟରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କ ପାଇଁ ଚାଉଳ ଓ ଗୃହ ପାଳିତ ଗାଈଗୋରୁଙ୍କ ପାଇଁ ଗୋଖାଦ୍ୟ ବାସୁଦେବପୁର ବ୍ଲକର ବିଭିନ୍ନ ପଂଚାୟତକୁ ବଣ୍ଟା ଯାଇଥିଲା । ଏହେଲେ ରାଜଘରପୋଖରୀ ପଂଚାୟତକୁ ଆସିଥିବା ରିଲିଫ ସାମଗ୍ରୀ ଆଜି ପର୍ଯ୍ୟନ୍ତ ଏହି ପଂଚାୟତ କାର୍ଯ୍ୟାଳୟରେ ପଡି ରହିଛି ।

ବାସୁଦେବପୁର ବ୍ଲକର ୮ଟି ପଂଚାୟତକୁ ବାତ୍ୟା ପ୍ରଭାବିତ ଘୋଷଣା କରାଯାଇଥିଲା । ଏହି ୮ଟି ପଂଚାୟତକୁ ଘୋଷଣା ଅନୁଯାୟୀ ବାତ୍ୟା ସହାୟତା ଭାବେ ଚାଉଳ ଆଉ ଗୋଖାଦ୍ୟ ଆସିଥିଲା । ଯେଉଁ ଲୋକମାନେ ବାତ୍ୟା ୟସ୍ ପ୍ରଭାବରେ ପ୍ରଭାବିତ ହୋଇଥିଲେ, ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ସରକାରଙ୍କ ଘୋଷଣା ଥିଲା । ଏହି ରିଲିଫ ସହୟତା ପଂଚାୟତର କାର୍ଯ୍ୟାଳୟରେ ପହଂଚିବା ପରେ ଲୋକ ମାନଙ୍କୁ ସାମଗ୍ରୀ ପ୍ରଦାନ କରାଯାଇଥିଲା । ହେଲେ ଏବେ ବି ୩ଟି ପଂଚାୟତରେ ଏହି ରିଲିଫ ସାମଗ୍ରୀ ବଣ୍ଟାଯାଇ ପାରିନାହିଁ ।

ପଞ୍ଚାୟତ କାର୍ଯ୍ୟାଳୟରେ ସାମଗ୍ରୀ ପଡି ପଡି ନଷ୍ଟ ହେବାକୁ ବସିଲାଣି । ଏହି ରିଲିଫ ସାମଗ୍ରୀ ପଞ୍ଚାୟତର କାର୍ଯ୍ୟାଳୟ ଗୃହରେ ତ ଆଉ କେଉଁଠି ଗୋଦାମ ଘରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ଅନ୍ୟପଟେ ବିଡିଓ କହିଛନ୍ତି, ଆସନ୍ତା ଦୁଇଦିନ ମଧ୍ୟରେ ଆମେ ରିଲିଫ ସାମଗ୍ରୀ ବାଂଟି ଦେବାକୁ ଚେଷ୍ଟା କରିବୁ । ପ୍ରଶାସନର ବେପରୁଆ ମନୋଭାବ ହେଉ ଅବା ଆନ୍ତରିକତା ଅଭାବ ପାଇଁ ରିଲିଫ ସାମଗ୍ରୀ ଆଜିପର୍ଯ୍ୟନ୍ତ ବିପନ୍ନଙ୍କୁ ବଂଟା ନଯାଇପାରି ପଡି ପଡି ନଷ୍ଟ ହେବାକୁ ବସିଛି ।