ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ୍ କରାଯାଇଛି। ୭୪ ଟ୍ରେନ୍ ବାତିଲ୍ ସହ ଗୋଟିଏ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ବାହାନଗା ବଜାରରେ ରେଲ୍ୱେ ଟ୍ରାକ୍ରେ କାମ ଚାଲୁଥିବା ଯୋଗୁ ଟ୍ରେନ୍ ବାତିଲ୍ କରାଯାଇଥିବା ଜଣାପଡ଼ିଛି।
ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ପରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍କୁ ପୂର୍ବତଟ ରେଳ ବିଭାଗ ବାତିଲ୍ କରିଛି।
ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।
ଅନୁଗୁଳ- ତାଳଚେର ରୋଡ୍ ରୁଟ୍ରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି। ଏଥିଯୋଗୁଁ ଢେଙ୍କନାଳ-ସମ୍ବଲପୁର ରୁଟ୍ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍ର ରୁଟ୍ରେ ପରିବର୍ତ୍ତନ କରାଯାଇଛି।