Advertisment

ସରକାରୀ ପ୍ରୋତ୍ସାହନ ଅଭାବରୁ ବୁଡ଼ିବାକୁ ବସିଲାଣି କୁଟୀରଶିଳ୍ପ : ହାତବାନ୍ଧି ବସିଛନ୍ତି କାରିଗର

ବିଭିନ୍ନ ପ୍ରକାର ପୋଷାକ ତିଆରି କରି ସାରା ରାଜ୍ୟରେ ନାଁ କମେଇ ଥିଲେ କଟକ ଜିଲ୍ଲା ଗୋବିନ୍ଦପୁର ପଂଚାୟତର କାରିଗର ମାନେ । ପ୍ରତିଟି ପରିବାର କୁଟୀରଶିଳ୍ପ ମାଧ୍ୟମରେ ପୋଷାକ ତିଆରି କରି ସ୍ୱାବଲମ୍ବୀ ହୋଇପାରିଥିଲେ । ହେଲେ ଏବେ ହାତବାନ୍ଧି ବସିଲେଣି କାରିଗର,ଯାହା କିଛି କାମ ଚାଲୁଥିଲା ୨ବର୍ଷ ହେବ ଲକଡାଉନରେ ବେପାର ବନ୍ଦ ହୋଇଥିବାରୁ ବହୁ ସମସ୍ୟା ଦେଇ ଗତି କରୁଛନ୍ତି କାରିଗରଙ୍କ ପରିବାର ।

author-image
Prangyan Parimita
tangi

tangi

ଚୌଦ୍ୱାର (ପ୍ରକାଶ କୁମାର ନାୟକ) : ବୁଡ଼ିବାକୁ ବସିଲାଣି କୁଟୀରଶିଳ୍ପ । ବିଭିନ୍ନ ପ୍ରକାର ପୋଷାକ ତିଆରି କରି ସାରା ରାଜ୍ୟରେ ନାଁ କମେଇଛନ୍ତି କଟକ ଜିଲ୍ଲା ଗୋବିନ୍ଦପୁର ପଂଚାୟତର କାରିଗର ମାନେ । ପ୍ରତିଟି ପରିବାର କୁଟୀରଶିଳ୍ପ ମାଧ୍ୟମରେ ପୋଷାକ ତିଆରି କରି ସ୍ୱାବଲମ୍ବୀ ହୋଇପାରିଥିଲେ । ହେଲେ ଏବେ ହାତବାନ୍ଧି ବସିଲେଣି କାରିଗର,ଯାହା କିଛି କାମ ଚାଲୁଥିଲା ୨ବର୍ଷ ହେବ ଲକଡାଉନରେ ବେପାର ବନ୍ଦ ହୋଇଥିବାରୁ ବହୁ ସମସ୍ୟା ଦେଇ ଗତି କରୁଛନ୍ତି କାରିଗରଙ୍କ ପରିବାର । ସରକାରଙ୍କ ସାହାଯ୍ୟ ନମିଳେ ଦିନେ ଓଡିଶାର ଏହି କୁଟୀରଶିଳ୍ପ ବନ୍ଦ ହୋଇଯିବ ନିଶ୍ଚୟ । ଏହା ପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି କଟକ ଜିଲ୍ଲା ଟାଙ୍ଗୀ ଗୋବିନ୍ଦପୁର ଗ୍ରାମର କାରିଗର ମାନେ ।

Advertisment

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଗୋବିନ୍ଦପୁର ଗାଁ । ପାଖାପାଖି ୨ହଜାର ଲୋକ ବସବାସ କରନ୍ତି ଏହି ଗାଁରେ । ଗାଁ ଭିତରେ ସମସ୍ତ ପରିବାର ଦରଜୀ କାମ କରି ପରିବାର ଚଳାନ୍ତି । କୌଳିକ ବୃର୍ତ୍ତିକୁ ବଂଚାଇ ରଖିବା ପାଇଁ ଏହି ଗାଁର ୫୦ରୁ ଉର୍ଦ୍ଧ୍ୱ ପରିବାର ବିଭିନ୍ନ ପୋଷାକ ତିଆରି କରୁଛନ୍ତି । ପିଲାଙ୍କ ପୋଷାକ ଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ମାନଙ୍କ ପୋଷାକ ସହିତ ସ୍କୁଲ ୟୁନିଫମ୍ ତିଆରି କରନ୍ତି , ଆଉ ଓଡିଶାର ସମସ୍ତ ଜିଲ୍ଲାକୁ ଏଠାରୁ ପୋଷାକ ପଠାଯାଏ । ଆଉ ସେଠାରେ ତିଆରି ହୋଇଥିବା ପୋଷାକଦେଖିଲେ ମନେହେବ କେଉଁ ବଡବଡ ଶିଳ୍ପରେ ଏସବୁ ପସ୍ତୁତ ହୋଇଛି । ମାତ୍ର ପାରିଶ୍ରମିକ କମ୍ ମିଳୁଥିବାରୁ ବେକାର ଯୁବଗୋଷ୍ଠୀ ଏଥିରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି ।

ସେହିପରି କାରିଗରଙ୍କ ବ୍ୟବସାୟ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି ଜିଏସଟି । ତଥାପି ପିତୃପୁରୁଷଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ପୋଷାକ ତିଆରି କାରିଗରୀ ତାହାର ମର୍ଯ୍ୟାଦା ହରାଇ ନାହିଁ । ମୂଲମଜୁରୀ ଲାଗିବା ଅପେକ୍ଷା ନିଜ କୌଳିକ ବୃତ୍ତିକୁ ଆଦରି ଏହି ଗାଁ କାରିଗର ମାନେ ପରିବାର ଚଳାଇ ଆସୁଥିଲେ । ଏବେ ଆଉ ଯୁବପିଢି ମାନଙ୍କ ଆଗ୍ରହ ଦେଖିବାକୁ ମିଳୁନଥିବା କହିଛନ୍ତି ପୁରୁଣା କାରିଗର ରମେଶ ଚନ୍ଦ୍ର ଦାସ ।କାରିଗରଙ୍କ ରୋଜଗାର ବଢାଇବା ପାଇଁ ସରକାରୀ ପ୍ରୋତ୍ସାହନ ମିଳିଲେ ଗୋବିନ୍ଦପୁର ଗାଁର କାରିଗରଙ୍କ ରୋଜଗାର ବଢିବା ସହିତ ବେକାର ଯୁବକ ଯୁବତୀ ରୋଜଗାରକ୍ଷମ ହୋଇପାରନ୍ତେ ।

Advertisment
Advertisment
Advertisment