Advertisment

କେନାଲରେ ଭାସିଗଲେ ନବବିବାହିତ ଚାଷୀ

କେନାଲରୁ ବାହାରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାଣି ସୁଅରେ ସେ ଭାସି ଯାଇଥିଲେ। କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଗାଁ ରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ କସିଛନ୍ତି।

author-image
Chandan Shishu
Farmer Death

Farmer Death

ଭୁବନେଶ୍ୱର: ପ୍ରଳୟଙ୍କରୀ ବର୍ଷାରେ ଫୁଲିଉଠିଛି ନଈ ନାଳ। ପ୍ରବଳ ବର୍ଷାରେ କେନାଲରେ ପାଣି ଉଛୁଳୁଛି। ଦିନେ ସେଇ ବର୍ଷା ଚାଷୀଙ୍କୁ ଆବଶ୍ୟକ ପଢୁଥିବା ବେଳେ ଆଜି ସେଇ ବର୍ଷା ଜଣେ ଚାଷୀଙ୍କ ଜୀବନ ନେଇଛି। ନିଜ ବିଲକୁ ଯାଉଥିବା ବେଳେ ପ୍ରଖର ସୁଅରେ ଭାସିଗଲେ ଜଣେ ଚାଷୀ। ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଛି। କେବଳ ସେତିକି ନୁହେଁ, ନୂଆ ବିବାହ କରି ସଂସାର ଗଢିଥିବା ଏଇ ଯୁବକଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଦେକିବାକୁ ମିଳିଛି ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମରେ। 

Advertisment

ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ। ତାଙ୍କର ବୟସ ୨୯ବର୍ଷ। କମ୍ବେଶ୍ୱର ଧାନ ଫସଲ ଦେଖିବାକୁ ସକାଳେ ଯାଇଥିଲେ। ବିଲକୁ ଯିବା ପାଇଁ ସେ ବାଧ୍ୟ ହୋଇ ନାଳ କଡ଼ ରାସ୍ତାରେ ଯିବାକୁ ପଡ଼ିଥିଲା। ତେବେ ବର୍ଷା ଅଧିକ ହେଉଥିବାରୁ ନାଳପାଣି ସମ୍ପୂର୍ଣ୍ଣ ପରିପୂର୍ଣ୍ଣ ଥିଲା। ପାଣିର ସୁଅ ମଧ୍ୟ ପ୍ରଖର ଥିଲା। କେନାଲ କଡ଼ରେ ପଶି କମ୍ବେଶ୍ୱର ଯାଉଥିବା ବେଳେ ହଠାତ୍ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। 

କେନାଲରୁ ବାହାରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାଣି ସୁଅରେ ସେ ଭାସି ଯାଇଥିଲେ। କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଗାଁ ରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ କସିଛନ୍ତି। ଗତ ୨୪ ଘଣ୍ଟା ଧରି ଖୋର୍ଦ୍ଧାରେ ମୂଷଳ ଧାରାରେ ବର୍ଷା ହୋଇଥିଲା। ଏନେଇ ପାଣିପାଗ ବିଭାଗ ମଧ୍ୟ ସତର୍କ ରହିବାରୁ କହିଥିଲା। 

Advertisment
Farmer Death Heavy Rainfall
Advertisment
Advertisment