Advertisment

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା କାନ୍ଥ: ୨ ମୃତ

ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପାଟକୁରା ଥାନା ଅଞ୍ଚଳ ବଡ଼ବେତର ଗାଁରେ ରାତିରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା

author-image
Sarbeswar
ଅଦ୍ୟତନ ହୋଇଛି
ଜଘନ୍ୟ ହତ୍ୟାର ଛାତିଥରା କାହାଣୀ: ଜଣକ ହତ୍ୟାକୁ ଲୁଚାଇବାକୁ ଯାଇ ଆଉ ୯ ଜୀବନ ନେଇଥିଲା ନରପିଶାଚ

dead body

କେନ୍ଦ୍ରାପଡ଼ା: ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପାଟକୁରା ଥାନା ଅଞ୍ଚଳ ବଡ଼ବେତର ଗାଁରେ ରାତିରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏଥିରେ ଅଭୟ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ସେହିଭଳି ନିରିକାଇ ଥାନା ଅଞ୍ଚଳରେ ବେଣୀପୁର ଢିଅ ସାହି ଗାଁରେ କାନ୍ଥ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ନର୍ମଦା ପୃଷ୍ଟି ବୋଲି ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏଥିପାଇଁ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ପ୍ରଭାବରେ ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା, ବରଗଡ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ବଲାଙ୍ଗିର, ସୁନ୍ଦରଗଡ, ବୌଦ୍ଦ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Rain Update In Odisha Kendrapada
Advertisment
Advertisment