Advertisment

ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ

କରୋନା କାଳରେ ଲୋକଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ। ଲଗାଣ ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଟିକା ଦେବାକୁ ଲୋକେ ଆସିପାରିନଥିଲେ। ଫଳରେ ବିପଦ ଥିବା ଜାଣି ମଧ୍ୟ ସ୍ୱାସ୍ଥ୍ୟକର୍ମୀ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆଗଭର ହୋଇ ଆଗକୁ ବଢ଼ିଥିଲେ ଓ ଲୋକଙ୍କୁ ଟିକା ପ୍ରଦାନ କରିଥିଲେ।

author-image
Rajalaxmi Sahoo
Frontline Workers Cross Flodded River To Inoculate Villagers

Frontline Workers Cross Flodded River To Inoculate Villagers

ଜୟପୁର: କରୋନା କାଳରେ ଲୋକଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ। ଲଗାଣ ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଟିକା ଦେବାକୁ ଲୋକେ ଆସିପାରିନଥିଲେ। ଫଳରେ ବିପଦ ଥିବା ଜାଣି ମଧ୍ୟ ସ୍ୱାସ୍ଥ୍ୟକର୍ମୀ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆଗଭର ହୋଇ ଆଗକୁ ବଢ଼ିଥିଲେ ଓ ଲୋକଙ୍କୁ ଟିକା ପ୍ରଦାନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ମୁଣ୍ଡାଗୁଡା ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଭାଇରାଲ ଭିଡିଓରେ ଅଙ୍ଗନବାଡ଼ି ଦିଦି ସୁଧାମଣି ମାଣ୍ଡି, ପାର୍ବତୀ ହରିଜନ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଲୋଚନା ନାୟକ ନଜର ଆସିଛନ୍ତି। ଗତକାଲି ବାଲି ଗାଁ ପଞ୍ଚାୟତର ଅଟଲଗୁଡା, କାଙ୍ଗୁଗୁଡା ଓ ଝାଲିଆଗୁଡା, ମୁଣ୍ଡାଗୁଡା ଗାଁର ଲୋକଙ୍କୁ ଟିକା ଦେବାକୁ କୁହାଯାଇଥିଲା। ହେଲେ ଲଗାଣ ବର୍ଷା ଯୋଗୁ ନଦୀରେ ପାଣିର ପ୍ରଖର ସ୍ରୋତ ଥିବାରୁ ଟିକା ନେବା ପାଇଁ କେହି ଆସିନଥିଲେ। ଫଳରେ ଗାଁ ଲୋକଙ୍କୁ  ଟିକା ଦେବା ପାଇଁ ଅଙ୍ଗନବାଡ଼ି ଦିଦି ସୁଧାମଣି ଓ ପାର୍ବତୀ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନଦୀ ପାର୍‌ ହୋଇ ଗାଁକୁ ଯାଇ ଲୋକଙ୍କୁ ଟିକା ପ୍ରଦାନ କରିଥିଲେ। 

Advertisment

ଅଟଲଗୁଡା, କାଙ୍ଗୁଗୁଡା ଓ ଝାଲିଆଗୁଡା, ମୁଣ୍ଡାଗୁଡା ଗାଁ ନଦୀର ଆରପଟେ ଥିବାରୁ ଗମନାଗମନର ସୁବିଧା ନାହିଁ। ଏହି ଗାଁରେ ୧୦୦ରୁ ଊର୍ଦ୍ଧ୍ୱ ପରିବାରର ୬୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ପ୍ରତିଦିନ ଲୋକମାନେ ନଦୀ ପାର୍‌ ହୋଇ ଯାତାୟତ କରନ୍ତି। ହେଲେ ଲଗାଣ ବର୍ଷା ଯୋଗୁ ନଦୀରେ ପାଣିର ପ୍ରଖର ସ୍ରୋତ ଥିବାରୁ ଲୋକମାନେ ଯାତାୟତ କରିବା ପାଇଁ ଭୟଭୀତ ହେଉଛନ୍ତି।

Odisha Koraput Frontline Workers Flodded River
Advertisment
Advertisment