MGNREGA scam
ଯାଜପୁର(ଅଭୟ ପତି): ମନରେଗା ଏବଂ ପଞ୍ଚାୟତିରାଜ୍ ଓ ପାନୀୟଜଳ ବିଭାଗ ପକ୍ଷରୁ ପୋଖରୀ ଖୋଳା ଏବଂ ପଥର ପ୍ୟାକିଙ୍ଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଆସିଛି ଅଭିଯୋଗ ।ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ। ପ୍ରାୟ ୧୩ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନକୁ ନାଁକୁ ମାତ୍ର କାମକରି ମିଳିମିଶି ଚଳୁ କରିଦେଇଥିବା ଅଭିଯୋଗ କରି ଏହାର ଉଚ୍ଚସ୍ଥରୀୟ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ। ସେପଟେ ଚିରାଚରିତ ଢଙ୍ଗରେ ବିଡିଓ କହିଛନ୍ତି, ତଦନ୍ତ ପରେ ପଦକ୍ଷେପ ନେବୁ।
Also Read
ସରକାରଙ୍କ ମାଳମାଳ ଯୋଜନା। ଆଉ ଗ୍ରାମାଞ୍ଚଳରେ ଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ମାଧ୍ୟମରେ କେତେ କେତେ ଯୋଜନା ରହିଛି ତାର କିଛି ଗଣନା ନାହିଁ। ହେଲେ ଏହି ସବୁ ସ୍ୱତନ୍ତ୍ର ଯୋଜନାର ରୂପରେଖ ଏବଂ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିବା ଦେଖାଯାଉଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମରେ ଥିବା ଏକ ପୋଖରୀର ପୁନଃରୁଦ୍ଧାର ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କାକୁ କିଭଳି ହରିଲୁଟ୍ କରାଯାଇଛି, ତାହାର ଗୁମର ସାମ୍ନାକୁ ଆସିଛି।
୨୦୧୭-୧୮ ମସିହାରେ ଦୁଇଶହରୁ ଅଧିକ ପରିବାର ବ୍ୟବହାର କରୁଥିବା ଗ୍ରାମର ଏହି ପୋଖରୀ ପଙ୍କ ଉଦ୍ଧାର ଏବଂ ଏହାର ଚାରିପଟେ ଆଡିବନ୍ଧକୁ ପଥରପ୍ୟାକିଙ୍ଗ କରିବା ଲାଗି ମନରେଗା ଯୋଜନାରେ ପାଞ୍ଚଲକ୍ଷ ଟଙ୍କା ଏବଂ ଆଡିବନ୍ଧ ପାଇଁ ୭ ଲକ୍ଷ ୮୪ ହଜାର ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଆସିଥିଲା। କିନ୍ତୁ ସେତେବେଳେ କୌଣସି କାର୍ଯ୍ୟ କରାନଯାଇ ଏହି କିଛି ମାସ ପୂର୍ବରୁ ଏହି କାର୍ଯ୍ୟ କରାଗଲା। ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଦଳିମକଚି ଜେସିବି ସାହାଯ୍ୟରେ ମାଟି ଖୋଲାଯାଇ ଟ୍ରାକ୍ଟର ସାହାଯ୍ୟରେ ଏହାକୁ ବନ୍ଧରେ ନପକାଇ ବାହାରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଗଲା।ଫଳରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଗଲା।
କରୋନା ସମୟରେ ସରକାରଙ୍କ ନିୟମ ଅନୁସାରେ ସମସ୍ତେ ଘରେ ରହିଲେ ଆଉ କଣ୍ଟ୍ରାକ୍ଟର ମଧ୍ୟ ଏଭଳି ସୁଯୋଗ ଅପେକ୍ଷାରେ ସତେ ଯେପରି ରହିଥିଲେ। ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ମାଟି ବିକି ସେଥିରୁ ମଧ୍ୟ ଲକ୍ଷଲକ୍ଷ କମାଇଲେ। ତେବେ ପ୍ରଶ୍ନ ଉଠୁଛି, ଏତେ କାମ କୋରେଇ ବ୍ଲକର ବିଡ଼ିଓ କିମ୍ବା ପଦାଧିକାରୀଙ୍କ ଅଗୋଚରରେ ଆଦୌ ତ ହୋଇନଥିବ? ଗତ କିଛିଦିନ ତଳେ ଅଳ୍ପ ବର୍ଷାରେ ଆଡିବନ୍ଧରୁ ପଥର ଖସିଯିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତାସହ ମାଟିଖୋଳା ମଧ୍ୟ ସରକାରୀ ନିୟମ ଅନୁଯାୟୀ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଆଉ ସେପଟେ ଏନେଇ କୋରେଇ ବିଡ଼ିଓଙ୍କୁ ଭେଟି ପ୍ରତିକ୍ରିୟା ନେବାରୁ ବିଡ଼ିଓ ତାଙ୍କର ଚିରାଚରିତ ଢଙ୍ଗରେ ଟିମ ଗଠନ ହୋଇଛି, ତଦନ୍ତ ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଫେଇ ଦେଇଛନ୍ତି। ତେବେ ଦେଖାଯାଉ କେବେ ହେଉଛି ତଦନ୍ତ ଆଉ କେବେ ହେଉଛି କାର୍ଯ୍ୟାନୁଷ୍ଠାନ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)