• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Defunct Check Dams
ଚାଷୀଙ୍କ କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି ଧାନ ଫସଲ

ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି।

accident
ଡେଥ୍ ଜୋନ୍‌ ପାଲଟିଛି ରାସ୍ତା: ମାର୍କେଟ୍‌ ଆସିବାକୁ ବି ଭୟ କରୁଛନ୍ତି ଲୋକେ, ଗଲାଣି ଶତାଧିକ ଲୋକଙ୍କ ଜୀବନ

ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ।

nuapada
ଫାଙ୍କା ପଡିଛି ଭିଟାମାଟି : କ୍ଲବ ଘରେ ୪ ବର୍ଷ ହେବ ଦିନ କାଟୁଛନ୍ତି ଦଶ ପ୍ରାଣୀ ପରିବାର

ଛୋଟିଆ ଘରଟିଏ । ସେଇଠି ରୋଷେଇ, ସେଇଠି ଶୁଆବସା । ଜଣେ ନୁହେଁ, ଗୋଟିଏ ପରିବାରର ଦଶ ଜଣ ସେଇଠି ଖାଉଛନ୍ତି, ପିଉଛନ୍ତି, ଶୋଉଛନ୍ତି ମଧ୍ୟ । ଘର ଖଣ୍ଡେ ନଥିବାରୁ ଏମିତି ଦହଗଂଜ ହେଉଛନ୍ତି ନୂଆପଡ଼ି ଜିଲ୍ଲା ଖଡିଆଳ ଘରଧରା ଗାଁର ଗିରି ହରିଜନ ।

Elderly bride-groom wearing garlands
ବୃଦ୍ଧ-ବୃଦ୍ଧା ସାଜିଲେ ବର-କନ୍ୟା, ପିନ୍ଧେଇଲେ ବରଣମାଳା

ବିବାହ ଏମିତି ଏକ ସ୍ମୃତି ଯାହାକୁ ମନେରଖିବା ନେଇ ଲୋକେ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିବାହକୁ ନେଇ ଏମିତି ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥିରେ ବର-କନ୍ୟା ବହୁତ ଉତ୍ସାହିତ ଥିବା ଦେଖାଯାଆନ୍ତି। ସେମାନଙ୍କର ଖୁସୀର ସୀମାକୁ ସହଜରେ କଳନା କରିହୁଏ ନାହିଁ, କାରଣ ସେମାନେ ଗୋଟିଏ ଦୁନିଆରୁ ଆଉ ଏକ ଦୁନିଆକୁ ଯାଆନ୍ତି। ଗୋଟିଏ ନୂଆ ଜୀବନର ଆରମ୍ଭରେ ନିଜକୁ ପ୍ରସ୍ତୁତ କରନ୍ତି।

  • Thursday, 28 October 2021
  • Viral
Hirakud Dam
ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ

ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।

Nandankanan Zoo
ଭାଲୁ ସହ ମଜା ମହଙ୍ଗା ପଡ଼ିଲା: ହସ୍ପିଟାଲରେ ଭର୍ତ୍ତି ହେଲେ ଗାଇଡ୍

ନନ୍ଦନକାନନରେ ପୁଣି ଅଘଟଣ ଘଟିଛି। କିଛି ଦିନ ତଳେ ଟୟ ଟ୍ରେନ୍‌ ନିଆଁ ଲାଗିଯାଇଥିଲା। ଭୟରେ ଟ୍ରେନ୍‌ରେ ଥିବା ଯାତ୍ରୀ ଡେଇଁପଡ଼ିଥିଲେ।

Dibyanga Man
ମତେ ଛାଡ଼… ମୁଁ ଆଜି କିରୋସିନି ଢ଼ାଳି ହେଇ ମରିବି…

ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏକ ପାଇଖାନା ତିଆରିକୁ ନେଇ ହେମନ୍ତଙ୍କର ତାଙ୍କ ପଡ଼ୋଶୀଙ୍କ ସହ ବିବାଦ ରହିଛି। ଅଭିଯୁକ୍ତଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରୁଥିବାରୁ କିଛି ଅଭିଯୁକ୍ତ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବା ହେମନ୍ତ ଅଭିଯୋଗ କରିଛନ୍ତି। ପୋଲିସ୍ କିଛି ନକରିବାରୁ ନିରାଶ ହୋଇ ସେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।

BJP Protest
ଦୌଡି ଦୌଡି ଆସିଲେ ଅଣ୍ଡା ମାରିଦେଇଗଲେ

ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

DRDO Espionage Case
ଦୁବାଇରୁ ଆସିଥିଲା ଟଙ୍କା

DRDO ହନିଟ୍ରାପ୍ ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି.. ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଥିଲା ୨୪ ହଜାର ଟଙ୍କା.. ରାହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ମଧ୍ୟ ହନିଟ୍ରାପ୍ କରିଥିଲା ।

Bar
ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର। ରାଜଧାନୀ ଭୁବନେଶ୍ୱରରେ ଘନ ଘନ ହେଉଛି ଚଢାଉ। କେତେବେଳେ ପୋଲିସ ତ ଆଉ କେତେବେଳେ ଅବକାରୀ ବିଭାଗ କରିଛି ରେଡ।

Girl Found Hanging,Hostel Room
କାହିଁକି କଲେ ଆତ୍ମହତ୍ୟା ?

ମମିତା ମେହେର ହତ୍ୟା ଘଟଣା ଥମି ନଥିବା ବେଳେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ଏକ ଲେଡିଜ ହଷ୍ଟେଲରୁ ମିଳିଥିବା ଝୁଲନ୍ତା ମୃତଦେହକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି।

odia school in kotia
ଓଡିଶା ଆନ୍ଧ୍ର ମଧ୍ୟରେ ଛକାଛକି

କୋରାପୁଟ କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ରମଧ୍ୟରେ ଚାଲିଛି ଛକାଛକି । ନେରେଡିବାଲସାରେ ଆରମ୍ଭ ହେଲା ଓଡ଼ିଆ ସ୍କୁଲରେ ପାଠପଢ଼ା । ଏହାସହ ଆଖାପାଖ ଗାଁରେ ଓଡ଼ିଆରେ ଲାଗିଲା ନାମଫଳକ। ସେପଟେ ଓଡ଼ିଆ ସ୍କୁଲ ଖୋଲିବା ପରେ ଆନ୍ଧ୍ର ପୋଲିସ ମାରୁଛି ପଇଁତରା।

Similipal National Park
ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ।

hockey team
ଏନ୍ତୁଡିଶାଳରେ ହକିର କ୍ରେଜ : ପାଣିଭରା ଷ୍ଟାଡିୟମ୍‌ରେ ହକି ମ୍ୟାଚ୍, ଟ୍ରଫି ବଦଳରେ ଖାସି ପୁରସ୍କାର

ଉବୁଡା ଖାବୁଡା ଖେଳପଡିଆ । ବର୍ଷାରେ ପଚପଚ କାଦୁଅ ଓ ପାଣି ଭରା ଷ୍ଟାଡିୟମ, ତଥାପି ଉତ୍ସାହ କମ ନାହିଁ । ପଡିଆ ଭିତରେ ଖେଳାଳିଙ୍କ ଘମାସାନ ଆଉ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ୍ ଗହଳି । ସୁନ୍ଦରଗଡ ଜିଲ୍ଲା ଗ୍ରାମାଚଂଳରେ ହକିର କ୍ରେଜ ବଢ଼ିବଢ଼ି ଚାଲିଛି ।

Dead Body On Bike
ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ; ବାଇକ୍‌ରେ ୫ କି.ମି. ବୁହା ହେଲା ମୃତଦେହ

ହସ୍ପିଟାଲରେ ହେଲା ମୃତ୍ୟୁ। କିନ୍ତୁ ମୃତଦେହ ନେବା ପାଇଁ ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ। ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍‌ରେ ମୃତଦେହ ବୋହିକି ନେଇଥିଲେ।

Odia youth Muktikant
ଓଡିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ପଦଯାତ୍ରା : ଭୁବନେଶ୍ୱରରୁ ବାହାରି ଆନ୍ଧ୍ର ଅଭିମୁଖେ ଓଡ଼ିଆ ଯୁବକ

କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।

 Dance Bars Sealed
ଏକାସାଙ୍ଗରେ ୫ଟି ବାର ଉପରେ ଚଢାଉ

ରାଜଧାନୀରେ ବେଆଇନ ଭାବେ ଚାଲିଥିବା ବାର ଉପରେ ଚଢାଉ । ଏକାସାଙ୍ଗରେ ୫ଟି ବାର ଉପରେ ଚଢାଉ କରିଛି ଅବକାରୀ ଏବଂ ପୋଲିସ ଟିମ୍ ।

Brahmani Bridge
କେବେ ଶେଷ ହେବ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ ?

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କେବେ ତିଆରି ସରିବ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍? ଏ ରାସ୍ତା ଦେଇ ଯିଏ ଯିବ ଆଉ ଥରେ ମନ ନ କରିବ।

farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କଠିନ ପରିଶ୍ରମ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଏଥିସହ ୧୫ରୁ ୨୦ ଲୋକଙ୍କୁ ଦେଇଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ

  • Wednesday, 27 October 2021
  • Farmer
village problem
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ, ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ରହିଛି ଟମକସିଳା ଗାଁ। ଯେଉଁ ଗାଁରେ ନାହିଁ ବିକାଶର ଚିହ୍ନ ବର୍ଣ୍ଣ। ଏହି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। କୌଣସି କାମ ପଡିଲେ ଗାଁ ଲୋକେ ପ୍ରତିଦିନ ଭରା ନଦୀରେ ହାତରେ ବାଡି ଖଣ୍ଡେ ଧରି ଜୀବନକୁ ବାଜି ଲଗାଇ ଯାଆସ କରନ୍ତି। ଦେହ ଖରାପ ହେଲେ ଭଗବାନ ହିଁ ଭରସା

photographer
ମେରାଇନ ଇଂଜିନିୟରରୁ ଫଟୋଗ୍ରାଫର

ଫଟୋଗ୍ରାଫର ତାଙ୍କର ନିଶା ଏବଂ ପେଶା । ଆଉ ସେଥିପାଇଁ ମେରାଇନ ଇଂଜିନିୟରରୁ ହୋଇଗଲେ ଫଟୋଗ୍ରାଫର । ସେ ହେଉଛନ୍ତି ଜଗତସିଂହପୁରର ପ୍ରବଳ ମହାନ୍ତି । 

mysterious woman
ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ! ସାମ୍ନାକୁ ଆସିଲା ନୂଆ ତଥ୍ୟ

ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍‌ କରିଥିବା ସୂଚନା ମିଳିଛି। 

Road Still Distant Dream For People
ସରକାରୀ ଯୋଜନା କାହା ପାଇଁ ? ଜୀବନକୁ ବାଜି ଲଗାଇ ଭରା ନଦୀରେ ଯାଆସ କରୁଛନ୍ତି ଲୋକେ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ। ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା। ରାସ୍ତା ନଥିବାରୁ କେଉଁଠି ଲୋକଙ୍କୁ ନଦୀ ପାର୍‌ ହେବାକୁ ପଡୁଛି ତ ଆଉ କେଉଁଠି ନାଳ ଓ ଘାଟି ରାସ୍ତା ପାର୍‌ ହେବାକୁ ପଡୁଛି।

Dance Bar Sealed
ରଙ୍ଗୀନ ହେଉଥିଲା ରାତି: ଜମୁଥିଲା ନାଚଗୀତର ଆସର, ଫିଙ୍ଗା ଯାଉଥିଲା ନକଲି ଟଙ୍କା

ବେଆଇନ୍‌ ଭାବେ ଚାଲିଥିଲା ଡ୍ୟାନ୍ସ। ଆଉ ଜମୁଥିଲା ନାଚଗୀତର ଆସର। ଖାଲି ଏତିକି ନୁହେଁ ବାର୍‌ରେ ବହୁ ନକଲି ଟଙ୍କା ମଧ୍ୟ ଫିଙ୍ଗା ଯାଉଥିଲା। ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଫିକା ପଡ଼ିଗଲା ସବୁକିଛି। 

BUS Stand
ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ

ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ । ଆଜି ରାଜ୍ୟ ସରକାରଙ୍କୁ ଏମିତି ଚରମବାଣୀ ଶୁଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

  • Tuesday, 26 October 2021