ନବରଙ୍ଗପୁର ରାଇଘର ବ୍ଲକ ସୋନପୁରରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି.. ପ୍ରେମୀଯୁଗଳଙ୍କୁ ବନ୍ଦ କୋଠରୀରେ ଅଟକ ରଖିବା ପରେ ଜୋର୍ ଜବରଦସ୍ତ ବିବାହ କରାଇଛନ୍ତି ଗାଁ ଲୋକେ.. ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି..
ଏବେ କଣ ଯେ ହୋଇଥାଆନ୍ତା? ଚାହୁଁ ଚାହୁଁ ଚାଲିଯାଇଯାଆନ୍ତା କଲେଜ ଛାତ୍ରୀଙ୍କ ଜୀବନ, ମହଙ୍ଗା ପଡ଼ିଥାଆନ୍ତା ସାପ ଖେଳ....ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ
ଯୁବକ ସହ ଏକୁଟିଆ କଥା ହେଉଥିଲେ ବୋଲି ଯୁବତୀଙ୍କୁ ଅକଥନୀୟ ନିର୍ଯାତନା। ଗାଳିଗୁଲଜ କରି ଜୋର ଜବରଦସ୍ତ ବାହାଘର କରାଇବାକୁ ଉଦ୍ୟମ କରିବା ସହ ଭିଡିଓ ଭାଇରାଲ କରିଥିଲେ କିଛି ଯୁବକ।
ପ୍ରେମ, ପ୍ରତାରଣା ପରେ ହତ୍ୟା ! ମୋ ଭଉଣୀକୁ ସେ ମାରିଦେଇଛି . .
୨ ଦିନ ଧରି ନିଖୋଜ ହେବା ପରେ ଘର ପାଖ ନାଳରୁ ମିଳିଲା ମୃତଦେହ । ୨ ଦିନ ତଳେ ନିଖୋଜ ହୋଇଯାଇଥିଲା ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷର ପୁଅ ସୌମ୍ୟ । ତେବେ ନାଳ ପାଖକୁ କେମିତି ଗଲା ସୌମ୍ୟ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ?
କଟକ ଅରିଲୋରେ ୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ନିର୍ମିତ ଅତ୍ୟାଧୁନିକ ଓମ୍ଫେଡ୍ ଡାଏରୀ ପ୍ଲାଣ୍ଟ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।
ସ୍ୱାଭିମାନ ପାଇଁ ବୟସ ବି ହାର ମାନିଛି.. ୮୩ ବର୍ଷ ବୟସରେ ହାତ-ଗୋଡ଼ ଥରୁଛି.. ହେଲେ ଗୁଜୁରାଣ ପାଇଁ ନିଜେ ଖଟୁଛନ୍ତି ଦୁଃଖୁ ସାହୁ..ସାଇକେଲ ଧରି ସାହି ସାହି ବୁଲି ତାବିଜ, କଡ଼ି ଓ ଡେଉଁରିଆ ତିଆରି କରି ବିକୁଛନ୍ତି.. ହେଲେ କାହା ଆଗରେ ହାତ ପତାଉନାହାନ୍ତି.. ସୁବର୍ଣ୍ଣପୁର ବିନିକାର ଦୁଃଖୁ ସାହୁ ବିଶ୍ୱାସ, ସ୍ୱାଭିମାନ ଓ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ..
ହୋ ଏକ ଆଦିବାସୀ ସମ୍ପ୍ରଦାୟର ପୁରାତନ ଭାଷା ଯାହାକୁ ହୋ, କୋଲହ ଓ ମୁଣ୍ଡା ଆଦିମ ଜନଜାତିମାନେ ବ୍ୟବହାର କରନ୍ତି
ଗମନାଗମନ ବାଧାପ୍ରାପ୍ତ ହେବା ସହ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ଫନି ବାତ୍ୟା ପରଠାରୁ ସ୍ଥିତି ଅଧିକ ଶୋଚନୀୟ ହୋଇପଡ଼ିଛି ।
ଆପଣ କେବେ ଜେଲି ଫିସ୍ ଦେଖିଛନ୍ତି । ଗଭୀର ଅଥଳ ଜଳରାଶିରେ ଏହି ଫିସ୍ ଦୃଶ୍ୟମାନ ହୁଅନ୍ତି । କିନ୍ତୁ କେବେ ଶୁଣିଛନ୍ତି ଗୋଟେ ଲେକ୍ ବା ହ୍ରଦ ହିଁ ସମ୍ପୂର୍ଣ୍ଣ ଭାବେ ଜେଲିଫିସ୍ ପାଇଁ ପ୍ରସିଦ୍ଧ ହୋଇଥିବ । ଆମ ବିଶ୍ୱରେ ଏଭଳି ଏକ ହ୍ରଦ ରହିଛି, ଯେଉଁଠି ଚାରିଆଡେ ଆପଣ କେବଳ ଜେଲିଫିସ୍ ହିଁ ପାଇଯିବେ । ହ୍ରଦ ଭିତରେ ଜେଲିଫିସଙ୍କ ସହ ପହଁରିବା ସହ ଏଠାକାର ଶାନ୍ତ ପରିବେଶର ମଜା ମଧ୍ୟ ନେଇପାରିବେ …
ସୁବର୍ଣ୍ଣପୁର ବିନିକାର ଦୁଃଖୁ ସାହୁଙ୍କ ବିଶ୍ୱାସ, ସ୍ୱାଭିମାନ ଓ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ..
କ୍ଷେତରେ ଫସଲ ଅମଲ ପୂର୍ବରୁ ଏବେ ମାଡ଼ିଲେଣି ଚକଡ଼ା ପୋକ। ଏକାଧିକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଗଲାଣି।କ୍ଷେତରେ ୩ ଭାଗରୁ ଅଧିକ ଧାନ ନଷ୍ଟ ହୋଇଗଲାଣି। ଚାଷୀର ହାଡ଼ ଭଙ୍ଗା ପରିଶ୍ରମର ଫଳକୁ ଚଳୁ କରିଦେଇଛନ୍ତି ଚକଡା ପୋକ ।
ସାହାସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଚଳନ୍ତା ଗାଡ଼ିରୁ ଡେଇଁ ଲୁଟ୍ କରି ଦୌଡ଼ି ପଳାଉଥିବା ଲୁଟେରାକୁ ପିଛା କରିଥିଲେ। ଏହାପରେ ତାଙ୍କୁ ଗୋଇଠା ମାରି ତଳେ ପକାଇ କାବୁ କରିଥିଲେ।
ଟକମକ ହୋଇ ଫୁଟୁଛି ତେଲ। ଡଙ୍କି କି ଚଟୁ ନୁହେଁ, ବରଂ ନିଜ ହାତରେ ଗରମ କଡ଼େଇରେ ହାତ ପୁରେଇ ରୋଷେଇ କରୁଛନ୍ତି ଚିକେନ୍ ଫ୍ରାଏ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏ ଭିଡ଼ିଓ। ଆପଣ ବି ଦେଖନ୍ତୁ ସେ ଭିଡ଼ିଓ...
କଳାହାଣ୍ଡି ଜିଲ୍ଲା ଗୁନଗୁନିଆରେ ପାଣି ପାଇଁ ରାସ୍ତାରୋକ କରିଛନ୍ତି ଚାଷୀ..
ଚଳନ୍ତା ଅଟୋରୁ ମୋବାଇଲ ଲୁଟ୍ କରି ଦୌଡୁଥିବା ଲୁଟେରାକୁ ପିଛା କରି ଧରି ତାକୁ ପୋଲିସ ହେପାଜତରେ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଟକର ଝିଅ ପ୍ରଜ୍ଞା ରାୟା
ଏଇଠି ଚାଷ ହେଉଛି କୋଶଳା ସାଗ। କଟକ ଜିଲ୍ଲା ଆଠଗଡ଼ଠାରୁ ଆପଣ ଯଦି ପୁରୁଣା କଟକ-ସମ୍ୱଲପୁର ରାସ୍ତାରେ ଯାଉଥିବେ ସେଠାରେ ରାସ୍ତା ଦୁଇକଡ଼ରେ ଏମିତିକା ଚାଷ ଜମି ସବୁ ଦେଖିବେ। ଏ ସ୍ଥାନର ନାଁ ହେଉଛି ପତଣ୍ଡା। ଦେଖନ୍ତୁ ସାଗ ବାଡ଼ିର କଥା।
ସ୍ଥାୟୀ ନିଯୁକ୍ତି ଦାବିରେ ଦିନ ରାତି ଧାରଣାରେ ବସିଛନ୍ତି ପ୍ରାୟ ୫ ଶହ ମହିଳା ସୁପର ଭାଇଜର..
ଭବାନୀପାଟଣା ସଦର ଥାନା ଅଧିନ ଏକ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ମାଓ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି.
ଏ ଦୁନିଆରେ ମାଂସାହାରୀ ଓ ଶାକାହାରୀ ଲୋକେ ବାସ କରନ୍ତି। ଗୋଟିଏ ଗୋଟିଏ ଅଞ୍ଚଳରେ ଅଧିକାଂଶ ମାଂସାହାରୀ ଦେଖାଯାଉଥିବା ବେଳେ ଖୁବ୍ କମ ଶାକାହାରୀ ମିଳନ୍ତି। କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ଶୁଦ୍ଧ ଶାକାହାରୀ। ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ।
ଦୁନିଆରେ ବିଭିନ୍ନ ଦେଶରେ ବିଭିନ୍ନ ଆଇନ ରହିଛି। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ପତ୍ନୀଙ୍କ ଜନ୍ମଦିନକୁ ଭୁଲିଗଲେ ଅପରାଧ। ଏହାକୁ ନେଇ ପତ୍ନୀ ଯଦି ଅଭିଯୋଗ କରନ୍ତି ତେବେ ସ୍ୱାମୀଙ୍କୁ ହୋଇପାରେ ଜେଲ୍!
ସୋସିଆଲ୍ ମିଡିଆରେ ହୃଦୟ ଜିତୁଛନ୍ତି କୁନି ଝିଅ। ସେ ଅମୃତା ପ୍ରୀତମଙ୍କ ପ୍ରତିଷ୍ଠିତ କବିତା ‘ମେଁ ତେନୁ ଫିର୍ ମିଲାଙ୍ଗି’କୁ ପରିବେଷଣ କରି ଇଣ୍ଟର୍ନେଟ୍ ଭାଇରାଲ ଗାର୍ଲ ହୋଇଯାଇଛନ୍ତି।
ଭଦ୍ରକରୁ-ନୀଳଗିରି, ବାଲେଶ୍ୱରରୁ-ସୋର, ସବୁଠି ଚାଷୀର ନିଦ ହଜାଇ ଦେଇଛନ୍ତି ମାରାତ୍ମକ ଚକଡ଼ା ପୋକ । ଏବର୍ଷ ପାଗ ଭଲ ଥିବାରୁ ଭଲ ଅମଳ ଆଶାରେ ଥିଲା ଚାଷୀ । ହେଲେ ଧାନ ପାଚିଲା ବେଳକୁ ହଠାତ୍ ଚକଡା ପୋକ ଲାଗିବା ଚାଷୀଙ୍କୁ ନିରାଶ କରିଛି ।
ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ତ ମିଳିଛି, ତା ସହ ବଣ ମଲ୍ଲୀ ହୋଇ ବଣରେ ଝଡ଼ି ଯାଉଥିବା ଅନେକ ଅକ୍ଷାତ ପଲ୍ଲୀର ବିଖ୍ୟାତଙ୍କୁ ମିଳିଛି ଏଥର ସମ୍ମାନଜନକ ପଦ୍ମଶ୍ରୀ ।
ପଦ୍ମଶ୍ରୀ ତୁଲସୀ ଗୌଡ଼ା । ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି । ନିଜ ଘରେ ଯେମିତି ରାଷ୍ଟ୍ରପତି ଭବନକୁ ବି ଆସିଲେ ସେମିତି । ଖାଲି ପାଦ, ଦେହରେ ଆଦିବାସଙ୍କ ପାରମ୍ପରିକ ଶାଢ଼ି, ବେକରେ ଗାମୁଛା । ଗତକାଲି ଏଭଳି ଭାବରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ୭୨ ବର୍ଷିୟ ଜଙ୍ଗଲ ପ୍ରେମୀ ତୁଲସୀ ଗୌଡ଼ା ।