Advertisment

ଯୁବକଙ୍କ ସହ ଏକୁଟିଆ କଥା ହେଉଥିଲେ ବୋଲି ନିର୍ଯାତନା ଦେଲେ, ଜବରଦସ୍ତ ବାହାଘର କରାଇଦେଲେ

ଯୁବକ ସହ ଏକୁଟିଆ କଥା ହେଉଥିଲେ ବୋଲି ଯୁବତୀଙ୍କୁ ଅକଥନୀୟ ନିର୍ଯାତନା। ଗାଳିଗୁଲଜ କରି ଜୋର ଜବରଦସ୍ତ ବାହାଘର କରାଇବାକୁ ଉଦ୍ୟମ କରିବା ସହ ଭିଡିଓ ଭାଇରାଲ କରିଥିଲେ କିଛି ଯୁବକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
girl allegedly tortured by villagers

girl allegedly tortured by villagers

ଉମରକୋଟ: ଜଣେ ଯୁବକ ସହ ଏକୁଟିଆ କଥା ହେଉଥିଲେ ବୋଲି ଯୁବତୀଙ୍କୁ ଅକଥନୀୟ ନିର୍ଯାତନା। ନବରଙ୍ଗପୁର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ସାଂଘାତିକ ଆକ୍ଷେପ କରି ଗାଳିଗୁଲଜ କରିବା ସହ ସେମାନଙ୍କୁ ଜୋର ଜବରଦସ୍ତ ବାହାଘର କରାଇଛନ୍ତି। ଯାହାର ଭିଡ଼ିଓ ଭାଇରାଲ୍ କରିଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସୋନପୁର ଡିଏନ୍‌କେ ଗାଁର କିଛି ବ୍ୟକ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ କାଳୀପୂଜା ଦେଖିବାକୁ ସାନ ଭଉଣୀ ଘରକୁ ଯାଇଥିଲେ। ସେହି ଗାଁରେ ଜଣେ ଯୁବକଙ୍କ ସହ କଥାବାର୍ତ୍ତା କରିବାରୁ କିଛି ଯୁବକ ମିଶି ଜୋର୍ ଜବରଦସ୍ତ ଉଭୟଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଥିଲେ। ଏହାସହ ଗାଳିଗୁଲଜ କରି ଜୋର ଜବରଦସ୍ତ ବାହାଘର କରାଇ ଭିଡିଓ ଭାଇରାଲ କରିଥିଲେ।

ସେମାନଙ୍କଠାରୁ ମୁକ୍ତି ପାଇଁ ଯୁବତୀ ଜଣକ ବହୁ କାକୁତି ମୀନତି ପରେ ବି ଛାଡିନଥିଲେ ଗାଁର ଯୁବକମାନେ। ଖବର ପାଇବା ପରେ ଯୁବତୀଙ୍କ ବାପା ନିଜ ଝିଅକୁ ଆଣିବାକୁ ସୋନପୁର ଗ୍ରାମକୁ ଯାଇଥିଲେ। କିନ୍ତୁ ସେଠାରେ ଗ୍ରାମ କମିଟିର ସଦସ୍ୟମାନେ ତାଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଯୁବକଙ୍କ ଦ୍ୱାରା ଅକଥନୀୟ ନିର୍ଯାତନା ପାଇବା ପରେ ଶେଷରେ ନ୍ୟାୟ ପାଇଁ ସମ୍ପୃକ୍ତ ଯୁବତୀ ରାଇଘର ଥାନାର ଦ୍ୱାରସ୍ତ ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ୫ ଜଣଙ୍କୁ ଅଟକ ରଖିଥିବା ରାଇଘର ଥାନା ଅଧିକାରୀ।

Advertisment
Viral Video Girl Torture
Advertisment
Advertisment