Advertisment

କଟକରେ ୨୬୩ କୋଟି ଟଙ୍କାର ଅତ୍ୟାଧୁନିକ ଓମ୍‌ଫେଡ୍‌ ଡାଏରୀ ପ୍ଲାଣ୍ଟ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଟକ ଅରିଲୋରେ ୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ନିର୍ମିତ ଅତ୍ୟାଧୁନିକ ଓମ୍‌ଫେଡ୍‌ ଡାଏରୀ ପ୍ଲାଣ୍ଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CM Naveen Patnaik Inaugurates Mega Omfed Dairy Plant

CM Naveen Patnaik Inaugurates Mega Omfed Dairy Plant

କଟକ: କଟକ ଅରିଲୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟାଧୁନିକ ଓମ୍‌ଫେଡ୍‌ ଡାଏରୀ ପ୍ଲାଣ୍ଟ୍‌ ଲୋକାର୍ପଣ କରିଛନ୍ତି। ୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ପ୍ଲାଣ୍ଟ୍ ନିର୍ମାଣ ହୋଇଛି। 

Advertisment

ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ମେଗା ଅତ୍ୟାଧୁନିକ ଓମ୍‌ଫେଡ୍‌ ଡାଏରୀ ପ୍ଲାଣ୍ଟ୍‌ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟ ଜରିଆରେ ରାଜ୍ୟରେ ଦୈନିକ ଦୁଗ୍ଧ ସଂଗ୍ରହ କ୍ଷମତା ୫ ଲକ୍ଷ ଲିଟରରୁ ୧୦ ଲକ୍ଷ ଲିଟରକୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏହି ପ୍ଲାଣ୍ଟ ସମ୍ପୂର୍ଣ୍ଣ ସ୍ୱଂୟ ଚାଳିତ। ଏଠାରୁ ଦୈନିକ ୨ ଲକ୍ଷ ଲିଟର କ୍ଷୀରରୁ ଗୁଣ୍ଡ ଦୁଗ୍ଧ, ଉଚ୍ଚମାନର ଦହି, ଲହୁଣି, ଲସି, ଘିଅ ଓ ପନୀର ଆଦି ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରାଯାଇ ପାରିବ। 

ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ। ଏହି ପ୍ଲାଣ୍ଟ୍  ଦ୍ୱାରା ରାଜ୍ୟର ଗୋପାଳକ ଓ ଦୁଗ୍ଧଚାଷୀମାନେ କ୍ଷୀରର ଉପଯୁକ୍ତ ବିକ୍ରି ମୂଲ୍ୟ ପାଇବା ସହ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଦୁଗ୍ଧଜାତୀୟ ସାମଗ୍ରୀ ଯୋଗାଇ ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment


ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି ଏହା ପୂର୍ବରୁ କିଛି ବିଜେପି କର୍ମୀ ଗିରଫ ହୋଇଛନ୍ତି। ନରାଜ ଓ ତ୍ରିଶୁଳିଆରେ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। କଟକ ଅରିଲୋ ରାସ୍ତାରେ ଶହ ଶହ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ହାତରେ କଳା ପତାକା ଧରି ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ। 

ସେହିପରି ତ୍ରିଶୁଳିଆ ଛକରେ ବିରୋଧ ପ୍ରଦର୍ଶନ ବେଳେ ୫୦ ଜଣ ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ଏ ସମସ୍ତ ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିଛି। ନରାଜ ନିକଟରେ ମଧ୍ୟ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଥିଲେ। ମମିତା ହତ୍ୟା ମାମଲାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି।  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଲାଗି ବିଜେପି ଦାବି କରିଛି।  

CM Naveen Patnaik Mega Omfed Dairy Plant
Advertisment
Advertisment