ଘଟଣା ଘଟିବା ଆଗରୁ ଯିଏ ଘଟଣା ଘଟାଇପାରେ ସେ ହିଁ ଭଲ ନାଟ୍ୟକାର। ମୁହଁରେ ରଙ୍ଗ ବୋଳିବାଠାରୁ ଦୁନିଆରେ ରଙ୍ଗ ବୋଳିବା ଯାଏ ପରିବ୍ୟାପ୍ତ ଜଣେ ନାଟ୍ୟକାରର ଦାୟିତ୍ଵ।
ଚଳିତ ବର୍ଷ ପାଇଁ ସମ୍ମାନଜନକ "ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର" ପାଇବେ ଓଡ଼ିଆ କଥା ସାହିତ୍ୟର ଯୁବ କଥାଶିଳ୍ପୀ ବିଶ୍ୱନାଥ ସାହୁ । ତାଙ୍କର ଗଳ୍ପ ସଂକଳନ "ମୂର୍ତ୍ତି ପ୍ରବେଶ" ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରାଗୁଡିକ ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି । ସେଗୁଡ଼ିକ କିପରି ବଞ୍ଚି ରହିବ ସେଥି ପ୍ରତି ଏବେ କାହାରି ମଧ୍ୟ ଦୃଷ୍ଟି ନାହିଁ ।
କେମିତି ଲୋକପ୍ରିୟ ହୋଇପାରିବ ଓଡ଼ିଆ ପିଠା ଜାଣନ୍ତୁ ଏହାର ୯ଟି ଉପାୟ ।
ଆଜି ସଂଧ୍ୟାରେ ବିବେକାନନ୍ଦ ମାର୍ଗ ସ୍ଥିତ 'ସଂକେତ' ପରିସରରେ କନହେଇଲାଲ୍ ସ୍ମୃତି ସଂସଦର ଏକ ବୈଠକରେ ଏହା ଘୋଷଣା କରାଯାଇଛି।
ଆପଣଙ୍କ ଭିତରେ ଯଦି କେହି ପାନ ଖାଉଥିବା ଲୋକ ଅଛନ୍ତି ତେବେ ଏହି ବିଷୟଟି ଆପଣଙ୍କ ପାଇଁ। ଏହି ଲେଖାରେ ଆସନ୍ତୁ ପାନ ସହ ଜଡିତ କିଛି ପରମ୍ପରା ଓ ବିଜ୍ଞାନ ବିଷୟରେ ଜାଣିବା।
ଚଳିତ ବର୍ଷ ସାମାଜିକ କର୍ମୀ ତଥା ଶିକ୍ଷାସନ୍ଧାନ ର ସଦସ୍ୟ ସମ୍ପାଦକ ଅନୀଲ ପ୍ରଧାନଙ୍କୁ ଆଦିବାସୀ ପିଲାମାନଙ୍କ ଶିକ୍ଷାରେ ଅଗ୍ରଗତି, ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ପୁସ୍ତକ ପ୍ରକାଶନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ପ୍ରତିମା ଶିକ୍ଷା ସମ୍ମାନ ୨୦୨୪ ପୁରସ୍କାର ପ୍ରଦାନ କରାଯିବ।
ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀବାଦନରୁ ଆରମ୍ଭ ହୋଇଥିବା ଏହି ସଂଗତରେ ଦେବବ୍ରତଙ୍କ ଗଳ୍ପର ବିଭିନ୍ନ ବିଭବକୁ ନେଇ ଆଲୋଚନା କରିଥିଲେ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, ବିୟତ୍ପ୍ରଜ୍ଞା ତ୍ରିପାଠୀ, ଦେବପ୍ରସାଦ ଦାଶ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ଏବଂ ପ୍ରକାଶ ମହାପାତ୍ର।
ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର କଳାମଣ୍ଡଳ ପରିସରରେ ଅକ୍ଷରଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି।
'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪ରେ "ଫେସ୍ ଅଫ୍ ଦ ଇୟର ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର ।
ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ।
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।
ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ୱେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।
ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ମ୍ୟୁଜିୟମ ପ୍ରତିଷ୍ଠା ଦାବି...ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ଅନ୍ୟ ଦିବ୍ୟ ପଦାର୍ଥ ସଂରକ୍ଷିତ ରଖିବାକୁ ସ୍ବର ଉଠାଇଲେ ବୁଦ୍ଧିଜୀବୀ...
ଭଦ୍ରକସ୍ଥ ସଂସ୍କୃତି ଭବନ ଠାରେ କବି ବସନ୍ତ ମୁଦୁଲିଙ୍କ ରାଜ୍ୟସ୍ତରୀୟ ୩୫ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ ।
ବୈଠକରୁ ଫେରିବା ପରେ ବାଲେଶ୍ୱର ସଂଘ ସଭାପତି ବାଦଲ ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଲକ୍ଷ୍ମୀ ବସ୍ ଯୋଜନାକୁ ବାଲେଶ୍ୱର ବସ୍ ମାଲିକ ସଂଘ ସମର୍ଥନ କରୁଛି । ଲୋକଙ୍କ ସ୍ୱାର୍ଥକୁ ବିରୋଧ କରୁଥିବା ରାଜ୍ୟ ସଂଘକୁ ସମର୍ଥନ ଦେବୁନି ବୋଲି ସେ କହିଛନ୍ତି ।
ପୁଅ ବୋହୁ ଘରୁ ବାହାର କରି ଦେଇଛନ୍ତି । ଜୀବନ ପ୍ରତି ଆଉ ମୋହ ନାହିଁ । ଆଗରେ କେହି ନାହିଁ କି ପଛରେ କେହି ନାହିଁ । ତଥାପି ସେ ହାରି ନାହାନ୍ତି, ବଞ୍ଚିବାକୁ ଲଢ଼ୁଛନ୍ତି । ଆଉ ନିଜ ଲଢ଼େଇରେ ଅସ୍ତ୍ର ସାଜିଛି ଦୁଇ ଖଣ୍ତ କାଠି ।
ଏଠି ମହିଷା ମର୍ଦ୍ଦିନୀ ରୂପରେ ନୁହେଁ, କୋଡ଼ିଏଟି ଭୁଜା ସହ ପୂଜା ପାଆନ୍ତି ମାଆ । କାହିଁ କେଉଁ କାଳରୁ ମାଆ ଏଠି ବିଂଶ ଭୁଜା ରୂପେ ପୂଜିତା । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରି ମାଆ ଏଠାରେ ବିଶ୍ଵରୂପା ଶକ୍ତି ସ୍ୱରୂପିଣୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ ।
୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ(୧୯୭୯) ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ(୧୯୭୮) ଏହି ପୁରସ୍କାର ପାଇବେ ।
ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ଓ ଉତ୍କର୍ଷତା ନିମନ୍ତେ ଶ୍ରୀ ପ୍ରହରାଜ ଏକ ପୂର୍ଣ୍ଣାଙ୍ଗ ଓଡ଼ିଆ ଅଭିଧାନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟାରମ୍ଭ କରିଥିଲେ
ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।
ଆମ ସମସ୍ତଙ୍କ ଭିତରେ ଜଣେ ଜଣେ କନହେଇ ଥାଏ। କିନ୍ତୁ ଆମେ କେତେଜଣ ତାଙ୍କୁ ଭୋଗୁ?...
ଖାଲି ମହିଳା ନୁହେଁ ପୁରୁଷମାନେ ମଧ୍ୟ କାନ ଫୋଡ଼ାନ୍ତି। କିନ୍ତୁ ଆପଣ ଜାଣନ୍ତି କି କାନ ଫୋଡ଼ିବା କେବଳ ଏକ ଫ୍ୟାଶନ ନୁହେଁ, ଏହା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
କହ୍ନେଇଲାଲ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗୀତାରେ ୭୬ତମ କହ୍ନେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ କହ୍ନେଇ କଥା ପୁରସ୍କାରରେ ସମ୍ମାନୀତ କରାଯିବ।
‘ମହାଭାରତ’ର ଏକ ମହାନ ଚରିତ୍ର ହେଲେ ମହାବୀର କର୍ଣ୍ଣ। ଶାସ୍ତ୍ର ଅନୁସାରେ ସେ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସହିଛନ୍ତି। ଏନେଇ ସେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଦୋଷ କ’ଣ ବୋଲି ପଚାରିଲେ ଶ୍ରୀକୃଷ୍ଣ ଯାହା ଉତ୍ତର ଦେଲେ ଶୁଣିଲେ ଆପଣଙ୍କ ଆଖି ହେଇଯିବ ଛଳ ଛଳ।