Advertisment

ଉପନ୍ୟାସ ‘ବାହାରେ ବର୍ଷା’ର କୋଡ଼ିଏ ବର୍ଷ ପୂର୍ତ୍ତି ପାଇଁ ପାଠକୀୟ ଆସର

କୋଡ଼ିଏ ବର୍ଷ ତଳେ ଉପନ୍ୟାସଟି ପୁସ୍ତକ ଆକାରରେ ପ୍ରକାଶ ପାଇବା ପୂର୍ବରୁ ‘କାଦମ୍ବିନୀ’ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧା ହାସଲ କରିଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Odia Novel

Odia Novel

ସରୋଜ ବଳଙ୍କ ପ୍ରଥମ ଉପନ୍ୟାସ ‘ବାହାରେ ବର୍ଷା’ର କୋଡ଼ିଏ ବର୍ଷ ପୂର୍ତ୍ତି ଦିବସରେ ‘ଟାଇମ୍‍ପାସ୍‍’ ଦ୍ୱାରା ପ୍ରକାଶିତ ଏହାର ପଞ୍ଚମ ସଂସ୍କରଣ ଲୋକାର୍ପିତ ହୋଇଛି। ଏହି ଅବସରରେ ଏକ ମନୋଜ୍ଞ ପାଠକୀୟ ଆସର ଅନୁଷ୍ଟିତ ହୋଇଥିଲା । ୱିସ୍‍ଡମ୍‍ ଟ୍ରି ଗ୍ଲୋବାଲ ସ୍କୁଲ ପରିସରରେ ଆୟୋଜିତ ଏହି ଆସରରେ ବରିଷ୍ଠ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ, କଥାକାର ଗୌରହରି ଦାସ, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ନୂତନ ସଂସ୍କରଣଟିକୁ ଲୋକାର୍ପିତ କରିବା ସହିତ ଉପନ୍ୟାସକୁ ନେଇ କିଛି ସ୍ମୃତି ଓ ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ । ସୂଚନା ଅନୁସାରେ କୋଡ଼ିଏ ବର୍ଷ ତଳେ ଉପନ୍ୟାସଟି ପୁସ୍ତକ ଆକାରରେ ପ୍ରକାଶ ପାଇବା ପୂର୍ବରୁ ‘କାଦମ୍ବିନୀ’ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧା ହାସଲ କରିଥିଲା ।

Advertisment

ଯୁବ ଲେଖକ ନେତାଜୀ ଅଭିନନ୍ଦନଙ୍କ ସଂଯୋଜନାରେ ଅଖିଳ କୁମାର ମିଶ୍ର, ଶରତ ନାୟକ, ବିଜୟ ମଲ୍ଲ, ରକ୍ଷକ ନାୟକ, ପଞ୍ଚାନନ ନାୟକ, ପବିତ୍ର ମୋହନ କର, ଜ୍ଞାନରଞ୍ଜନ ନାୟକ, ସୀମନ୍ତ ମହାନ୍ତି ପ୍ରମୁଖ ଭାବବିନିମୟ କରିଥିବା ବେଳେ ପ୍ରକାଶ ମହାପାତ୍ର ବଂଶୀବାଦନ ଓ ଅର୍ପତା ପତି ସଙ୍ଗୀତ ପରିବେଷଣ କରିଥିଲେ । ଯୁବ କଥାକାର ଦେବବ୍ରତ ଦାସ ଔପନ୍ୟାସିକ ସରୋଜ ବଳଙ୍କ ସହ ଏକ ସାକ୍ଷାତକାର ମଧ୍ୟ ନେଇଥିଲେ ।

ଏହି ଆସରରେ ପ୍ରବୀଣା ମହାନ୍ତି, ସୂର୍ଯ୍ୟ ମିଶ୍ର, ପଦ୍ମକାନ୍ତ ଧଳ, ସ୍ୱାଗତିକା ସ୍ୱାଇଁ, ମୌସୁମୀ ଦାସ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ସଂଜୟ ଭଟ୍ଟ, ସୃଷ୍ଟିଶ୍ରୀ ନାଏକ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ମନୀଷା ବିଶ୍ୱାଳ, ସ୍ୱରୂପ କୁମାର ନାୟକ, ଓଁକାର ରାଉତ, ଅମିତାଭ ଖିଲାର, ଶ୍ରୀଗୋବିନ୍ଦ, ସୁଧୀର ମଉଡ଼ମଣି, ପ୍ରଜ୍ଞା ପାରମିତା ରଥ, ବେଦପ୍ରକାଶ ନାୟକ ପ୍ରମୁଖ ବହୁ ସାହିତ୍ୟପ୍ରେମୀ ଯୋଗଦେଇଥିଲେ। । ଆସର ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ, ଅବିନାଶ ସାହୁ, ସତ୍ୟଜିତ୍‍ ମିଶ୍ର ।

Advertisment
Odia Book
Advertisment
Advertisment