Advertisment

ଉନ୍ମୋଚିତ ହେଲା କବି ଯଶୋଧାରାଙ୍କ ଇଂରାଜୀ କବିତାଗ୍ରନ୍ଥ 'କ୍ରାଉନ୍ ଅଫ୍ ମେମୋରିଜ୍‌'...

ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଗତକାଲି ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ କବି ଯଶୋଧାରା ଦାସଙ୍କ ଇଂରାଜୀ କବିତାଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି।

author-image
Sujit kumar Swain
English poetry

English poetry

ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଗତକାଲି ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ କବି ଯଶୋଧାରା ଦାସଙ୍କ ଇଂରାଜୀ କବିତାଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି। ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ଏହାକୁ ଅନାବରଣ କରି ଲୋକାର୍ପିତ କରିଥିଲେ । ‘ଚନ୍ଦ୍ରଭାଗା’ ପ୍ରକାଶନୀ ଆନୁକୂଲ୍ୟରେ ଆୟୋଜିତ ଏହି ଉନ୍ମୋଚନ ଆସରରେ ବିଶିଷ୍ଟ କବି ଶ୍ରୀଦେବ ପୌରୋହିତ୍ୟ କରିଥିଲେ । ଏହି ‘ଅଭିନବ କବିତା ଅନ୍ତଃସ୍ଵର’ ଇଣ୍ଟରଫେସ୍ ଅବକାଶରେ ସୃଜନାଞ୍ଜଳିର ନବପ୍ରତିଭା ଅର୍ଚ୍ଚିଶା ପାଣିଗ୍ରାହୀ ଆବାହନୀ ପରିଚିତି ସହିତ ଅତିଥିମାନଙ୍କୁ ମଞ୍ଚ ଆହ୍ଵାନ କରିଥିଲେ।

Advertisment

ଏହି ସାରସ୍ବତ ସମାବେଶରେ କବି-କଥାକାର କୃଷ୍ଣ କୁମାର ମହାନ୍ତି, ଇଂରାଜୀ ସାହିତ୍ୟର ଗବେଷକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପାତ୍ର, ସ୍କଲାର୍ ତଥା ଗବେଷକ ଡଃ ଶ୍ରୀମୟ ଦାସଅଧୂକାରୀ, ଓଡ଼ିଶାର ଅନାମ କବିତା ଆନ୍ଦୋଳନର ଅନ୍ୟତମ ସୂତ୍ରଧର କବି ମନୁ ଦାଶ ଅତିଥି-ଆଲୋଚକ ଭାବରେ ଉପସ୍ଥିତ ରହି ଏହି ଅପୂର୍ବ ସନ୍ଧ୍ୟାକୁ କବିତାର କାବ୍ୟିକ କଳରବରେ ଏକ ଗମ୍ଭୀର ଭାବାବେଗ ସୃଷ୍ଟିକରି ଶତାଧିକ ଶ୍ରୋତା-ସାରସ୍ଵତ ଅନୁଗ୍ରାହୀମାନଙ୍କୁ ବିମୋହିତ କରିଥିଲେ।

ବହିର ସ୍ରଷ୍ଟା ଶ୍ରୀମତୀ ଯଶୋଧାରା ଦାସ ତାଙ୍କର ଇଂରାଜୀ କବିତା ସର୍ଜନା ପଛରେ ଥିବା ପ୍ରେରଣା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଶ୍ରୀମତୀ ଦାସ ସଂପୂର୍ଣ୍ଣ ନିଟୋଳ କାବ୍ୟପଣରେ ‘କ୍ରାଉନ୍ ଅଫ୍ ମେମୋରିଜ୍'ର ସମସ୍ତ ପୃଷ୍ଠାକୁ ପ୍ରେମାନ୍ତରିକତା ଦେଇ କିପରି କବିତା ଗୁଡିକୁ ଭାବମୟ ଓ ସୁବୋଧ୍ୟ କରିପାରିଛନ୍ତି ସେ ସମ୍ପର୍କରେ ପ୍ରାୟ ଅତିଥିବୃନ୍ଦ ସେମାନଙ୍କ ଅଭିଭାଷଣରେ କହିବା ସହ ଭୂୟସୀ ପ୍ରଶଂସା କରିଥିଲେ।

Advertisment

ଏହି ବିରଳ ସନ୍ଧ୍ୟାରେ ‘ଚନ୍ଦ୍ରଭାଗା’ ସହ ସହଭାଗୀ ଚିତ୍ରଶିଳ୍ପୀ ଡକ୍ଟର ଦୀନାନାଥ ପାଠୀଙ୍କ ସୁପୁତ୍ର ଚିତ୍ରଶିଳ୍ପୀ ତଥା ଗବେଷକ ଡକ୍ଟର ସୌଭାଗ୍ୟ ପାଠୀଙ୍କ ଅକାଳ ବିୟୋଗ କାରଣରୁ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

ପ୍ରଖ୍ୟାତ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କୁ ‘କ୍ରାଉନ୍ ଅଫ୍ ମେମୋରିଜ୍' କାବ୍ୟଗ୍ରନ୍ଥର ରୋଚକ ପ୍ରଚ୍ଛଦପଟ ରେଖାଚିତ୍ରର ପରାକାଷ୍ଠା ପାଇଁ ଆନୁଷ୍ଠାନିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ସର୍ବଶେଷରେ ଅର୍ଚ୍ଚିଶା ଧନ୍ୟବାଦ ଜଣାଇଥିଲେ। ଏହି ସାରସ୍ବତ ସମାବେଶରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ବହିପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ।

Poetry
Advertisment
Advertisment