Advertisment

ରୁଷ୍‌ରୁ ତେଲ, ଗ୍ୟାସ ଓ ଏନର୍ଜି ଆମଦାନୀ ବନ୍ଦ କଲା ଆମେରିକା

ଏଭଳି ପଦକ୍ଷେପ ୟୁରୋପ ପାଇଁ ମୁଖାର୍ମୀ ହେବ ବୋଲି କହିଥିଲେ ଋଷ ଉପପ୍ରଧାନମନ୍ତ୍ରୀ।

author-image
Chandan Shishu
ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

ଭ୍ଲାଦିମିର ପୁଟିନଙ୍କୁ ଆମେରିକା ପକ୍ଷରୁ ଆଉ ଏବ ବଡ଼ ଝଟକା। ଯୁଦ୍ଧ ସଂକଟ ଭିତରେ ରୁଷ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା। ରୁଷ୍‌ରୁ ତେଲ, ଗ୍ୟାସ ଓ ଏନର୍ଜି ଆମଦାନୀ ବନ୍ଦ କଲା ଆମେରିକା। ଏହାଦ୍ୱାରା ରୁଷର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ। ୟୁକ୍ରେନ୍‌ର ଶରଣାର୍ଥିଙ୍କୁ ସହାୟତା ଯୋଗାଇବ ଆମେରିକା। ପୁଟିନ୍‌ଙ୍କ ଏକଛତ୍ରବାଦ ପାଇଁ ପ୍ରତିବନ୍ଧକ ଜରୁରୀ କହିଛନ୍ତି ବାଇଡେନ୍।

Advertisment

ବାଇଡେନ କହିଛନ୍ତି, 'ରୁଷରୁ ଆମଦାନୀ ହେଉଥିବା ତେଲ, ଗ୍ୟାସ ଓ କୋଇଲା ଉପରେ ସଂପୂର୍ଣ୍ଣ ଭାବେ ରୋକ ଲଗା ଯାଉଛି। ଏହାଦ୍ୱାରା ରୁଷ ଆହୁରି ଆର୍ଥିକ ସ୍ତରରେ ଦୁର୍ବଳ ହେବ। କଟକଣା ଦ୍ୱାରା ଆମେରିକା ମଧ୍ୟ ପ୍ରଭାବିତ ହେବ। ହେଲେ ଏହାର ମୁକାବିଲା କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଆମଦାନୀ ବନ୍ଦ ଯୋଗୁ ଆମେରିକାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ।

କିନ୍ତୁ ରୁଷ ଉପରେ କଟକଣା ଲଗାଇବା ପାଇଁ ସମସ୍ତ ସାଂସଦ ଏକାଠି ସ୍ୱର ଉଠାଇଛନ୍ତି। ମୁଁ ଆରମ୍ଭରୁ ଆମେରିକୀୟ ଲୋକଙ୍କ ସହ ଥିଲି ଓ ରହିବି। ଯେତେବେଳେ ପ୍ରଥମେ ଏହି ପ୍ରସଙ୍ଗ ଉଠିଥିଲା ସେତେବେଳେ ମୁଁ ସ୍ୱାଧୀନତାର ଲଢ଼େଇ ମହଙ୍ଗା ମଧ୍ୟ ପଡ଼ିପାରେ ବୋଲି କହିଥିଲି'।

Advertisment

ଆମେରିକା ଓ ୟୁରୋପୀୟ ସହଯୋଗୀ ରୁଷ୍ ତେଲ ଉପରେ କଟକଣା ଲଗାଇ ପାରନ୍ତି ବୋଲି ବୈଦେଶିକ ସଚିବ ଆଣ୍ଟୋନି ବ୍ଲିକେନ୍‌ ସୂଚନା ଦେଇଥିଲେ। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଛି।

ତେବେ ଏଭଳି ପଦକ୍ଷେପ ୟୁରୋପ ପାଇଁ ମୁଖାର୍ମୀ ହେବ ବୋଲି କହିଥିଲେ ଋଷ ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର ନୋଭାକ୍। ଋଷ ତେଲ ବନ୍ଦ କଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩ ଶହ ଡଲାର ଟପିଯିବ ବୋଲି ନୋଭାକ ଚେତାଇ ଦେଇଥିଲେ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment