• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକୁ ଦିନ ନିଷ୍ଠୁର ହେଉଛି ଋଷ ସେନା । ଖାଲି ନିଷ୍ଠୁର ନୁହେଁ ନିର୍ଦୟ ମଧ୍ୟ ଋଷ ସେନା । ଏମିତିକି ମାନବିକତା ବି ହରାଇସାରିଲେଣି ଋଷ ସୈନ୍ୟ । ଗତକାଲି ଏକ ପ୍ରସୂତି ହସ୍ପିଟାଲରେ ବୋମା ମାଡ଼ କରି ନିଷ୍ଠୁରତାର ପରିଚୟ ଦେଇଥିବା ବେଳେ ଆଜି ଆଉ ଏକ ତଥ୍ୟ ଋଷ ସେନାର ଅମାନବୀୟ କାଣ୍ଡକୁ ବଖାଣୁଛି । ମିଳିଥିବା ସୂଚନା ଅନୁଯାୟୀ ରୁଷୀୟ ସୈନ୍ୟଙ୍କ ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ କରାଯାଇଛି । ଏନେଇ ୟୁକ୍ରେନ ପକ୍ଷରୁ କୁହଯାଇଛି । ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କହିଛି ୟୁକ୍ରେନ । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଋଷ ସେନାର ଅମାନବୀୟ ଓ ନିଷ୍ଠୁରପଣକୁ ସ୍ପଷ୍ଟ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଅନ୍ୟପଟେ ଶେଷ ପର୍ଯ୍ୟାୟରେ ଅପେସନ୍ ଗଙ୍ଗା । ୟୁକ୍ରେନରୁ ସ୍ୱଦେଶ ଫେରିଛନ୍ତି ଆଉ ୨୪୨ ଭାରତୀୟ । ପୋଲାଣ୍ଡ ରାସ୍ତା ଦେଇ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ପହଞ୍ଚିଲେ ଭାରତୀୟ ।

ତେବେ ୟୁକ୍ରେନ୍‌ରେ ଏବେବ ବି ଅତି ଦାରୁଣ, ହୃଦୟ ବିଦାରକ ପରିସ୍ଥିତି, ଚାରିଆଡ଼େ ଧ୍ୱଂସର ତାଣ୍ଡବ ଦେଖିବାକୁ ମିଳିଛି । ଦୁଇ ସପ୍ତାହ ପୂରି, ତୃତୀୟ ସପ୍ତାହରେ ପ୍ରବେଶ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି, ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି । ଋଷ, ସାଧାରଣ ୟୁକ୍ରେନୀୟଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ, ବିବାଦ ଘନେଇଛି ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ । 

ଦକ୍ଷିଣ ୟୁକ୍ରେନୀୟ ସହର ମାରିଓପୋଲର ଏକ ମ୍ୟାଟର୍ନିଟି ବା ପ୍ରସୂତି ହସ୍ପିଟାଲରେ ଋଷ ସେନା ଏୟାରଷ୍ଟ୍ରାଇକ୍ କରିଛି । ଏହାପରେ ଖିନ୍‌ଭିନ୍ ହୋଇଯାଇଛି ହସ୍ପିଟାଲ କୋଠା । ଚୁରମାର ହୋଇଯାଇଛି ହସ୍ପିଟାଲ ଆସବାବପତ୍ର । ଆକ୍ରମଣରେ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୭ ଜଣ ଆହତ ହୋଇଛନ୍ତି । ବହୁ ଶିଶୁ, ମହିଳା, ଡାକ୍ତର ଓ କର୍ମଚାରୀ ଧ୍ୱଂସାବଶେଷ ତଳେ ଏବେବି ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । କେବଳ ମାରିଉପୋଲ୍ ନୁହେଁ, କିଭ୍‌ର ପଶ୍ଚିମ ପଟେ ଥିବା ଝାଇତୋମିର୍ ସହରର ୨ଟି ହସ୍ପିଟାଲ ଉପରେ ବି ବୋମା ବର୍ଷଣ କରିଛି ଋଷ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ଠାରୁ ୟୁକ୍ରେନ୍‌ର ୧୮ଟି ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଋଷୀୟ ଆକ୍ରମଣର ଶିକାର ହୋଇଛି ।

ହସ୍ପିଟାଲ ଉପରେ ଆକ୍ରମଣ ଋଷର ଗଣହତ୍ୟାର ପ୍ରମାଣ ଏବଂ ଏହା ଜଘନ୍ୟ ଯୁଦ୍ଧ ଅପରାଧ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି । ଜାତିସଂଘ ମଧ୍ୟ ଏହାର ନିନ୍ଦା କରିଛି । ଅନ୍ୟପକ୍ଷରେ କ୍ରେମ୍‌ଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ୍, ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ସହ ହସ୍ପିଟାଲ ଉପରେ ଆକ୍ରମଣର କାରଣ ଓ ସବିଶେଷ ସୂଚନା ଋଷୀୟ ସେନାକୁ ମଗାଯିବ ବୋଲି କହିଛନ୍ତି ।