• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ବୁଝାମଣା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ରୁଷ୍ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠି ରହିବା ନେଇ ଆଶା ନଦେଖି ଜେଲେନସ୍କି ବୁଝାମଣା କରିବାକୁ ରାଜି ହୋଇଛନ୍ତି । ସେ କହିଛନ୍ତି ତାଙ୍କର ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ । ଏହା ସହ ଯେଉଁ ଦୁଇଟି ରୁଷ୍ ସପକ୍ଷବାଦୀ ଏବଂ ୟୁକ୍ରେନ୍ର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ରୁଷ୍ ରାଷ୍ଟ୍ରପତି ପୁଟିନ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଥିଲେ, ତାକୁ ମାନ୍ୟତା ଦେବା ପାଇଁ ମଧ୍ୟ ସେ ରାଜି ଅଛନ୍ତି ।

ଏକ ଜାତୀୟ ଗଣାମାଧ୍ୟମକୁ ସାକ୍ଷାତକାର ଦେଇ ଜେଲେନସ୍କି କହିଛନ୍ତି, ସେ ବୁଝି ସାରିଲେଣି, ନାଟୋ ୟୁକ୍ରେନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଆମେରିକା ନେତୃତ୍ୱାଧିନ ମେଣ୍ଟ ବିବାଦରେ ପଶିବାକୁ ଏବଂ ରୁଷ୍ ସହ ମୁହାଁମୁହିଁ ହେବାକୁ ଡରୁଛି । ଏଭଳି ସ୍ଥିତିରେ କଥାବାର୍ତ୍ତା ପାଇଁ ରାଜିଥିବା ଜେଲେନସ୍କି କହିଛନ୍ତି ।

ସେପଟେ ଯୁଦ୍ଧ ଘନଘଟା ଭିତରେ ମାନବିକତାକୁ ବଞ୍ଚାଇବାର ପ୍ରୟାସ ଚାଲିଛି । ଆଜି ମଧ୍ୟ ଅସ୍ତ୍ରବିରତି ନେଇ ରୁଷ୍ର ଘୋଷଣା ହ୍ୟୁମାନଟାରିଆନ କରିଡର ଜରିଆରେ ଲୋକଙ୍କୁ ଉଦ୍ଧାର ପାଇଁ କିଭ୍ ସମେତ ୫ ସହରରେ ଋଷ୍ ଅସ୍ତ୍ରବିରତି ଘୋଷଣା କରିଛି । ତେବେ ଉଭୟ ପକ୍ଷ ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ଅଭିଯୋଗ ମଧ୍ୟରେ ରୁଷ୍ ଏହି ଘୋଷଣା କରିଛି ଚେର୍ଣ୍ଣିଭ୍, ସୁମି, ଖାର୍କିଭ୍, ମାରିଓପଲ୍ ଏବଂ ଜାପୋରୀଝାଝିଆ ପର୍ଯ୍ୟନ୍ତ ହ୍ୟମାନଟାରିଆନ୍ କରିଡର ଯୋଗାଇ ଦେବା ପାଇଁ ରୁଷ୍ ପ୍ରସ୍ତୁତ ଥିବା କହିଛି ।