• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୧୬ ଦିନରେ ପହଞ୍ଚିଲାଣି ଋୁଷ-ୟୁକ୍ରେନ୍ ଯୁଦ୍ଧ । ଯୁଦ୍ଧରେ ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବାର ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ୟୁକ୍ରେନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।

ଘମାଘୋଟ ଯୁଦ୍ଧ ମଧ୍ୟରେ ସମାଧାନର ବାଟ ଫିଟି ପାରୁନାହିଁ । ମଝିରେ ମଝିରେ ଅସ୍ତ୍ରବିରତି ଏବଂ ଆଲୋଚନା ସତ୍ତ୍ୱେ ଦୁଇ ଦେଶ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି ।

ସମୟ ସହ ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ିବାରେ ଲାଗିଛି । ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ୁଛି । ବିବାଦର ସମାଧାନ ଲାଗି ଗତକାଲି ପ୍ରଥମଥର ପାଇଁ ୟୁକ୍ରେନ୍ ଓ ଋଷର ବୈଦେଶିକ ମନ୍ତ୍ରୀ ତୁର୍କୀରେ ପରସ୍ପରକୁ ଭେଟିଛନ୍ତି ।

ଆଣ୍ଟାଲିଆରେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଓ ଋଷୀୟ ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭ୍ ଯୁଦ୍ଧର ସମାପ୍ତି ପାଇଁ ମୁହାଁମୁହିଁ ଆଲୋଚନା କରିଥିଲେ । ଏଥିରେ ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭ୍ଲୁଟ୍ କାଭୁସୋଗ୍ଲୁ ମଧ୍ୟସ୍ଥ ଭାବେ ବୈଠକରେ ଯୋଗ ଦେଇଥିଲେ ।

ତେବେ ଏହି ବୈଠକ ମଧ୍ୟ ନିଷ୍ଫଳ ହୋଇଛି । କାରଣ ବୈଠକରେ କେହି କାହା ସର୍ତ୍ତ ମାନିବାକୁ ନାରାଜ ଋଷ, ସାଧାରଣ ୟୁକ୍ରେନୀୟଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ, ଋଷୀୟ ଏୟାର୍ଷ୍ଟ୍ରାଇକ୍କୁ ନେଇ ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ ବିବାଦ ଘନେଇଛି ।