Advertisment

ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତଙ୍କ ଚିଠି ପାଇ ଚିହିଙ୍କିଗଲେ ପାକ୍‌ ପ୍ରଧାନମନ୍ତ୍ରୀ

ଗତ ସପ୍ତାହରେ ପଶ୍ଚିମ ଦେଶର ପ୍ରାୟ ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଏକ ଚିଠି ଲେଖିଥିଲେ । ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା ହମଲାର ନିନ୍ଦା କରିବାକୁ ପ୍ରସ୍ତାବ ରଖି ଥିଲେ । ଆଉ ଏହି ପ୍ରସ୍ତାବ ପରେ ଚିହିଁଙ୍କି ଉଠିଛନ୍ତି ଇମ୍ରାନ

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Imran Khan

ପୁଣି ବିଳିବିଳେଇଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ୟୁକ୍ରେନ୍‌-ଋଷିଆ ସମ୍ୱନ୍ଧରେ ଚିଠି ଲେଖିଥିବା ୨୨ ଜଣ ରାଷ୍ଟ୍ରଦୂତଙ୍କ ଉପରେ ବର୍ଷିଛନ୍ତି । ପାକିସ୍ତାନ କଣ ତାଙ୍କର ଚାକର,  ଯେତେବେଳେ ଯାହା କହିବେ ଆମେ ତାହା ମାନିବୁ ବୋଲି ସେ କହିଛନ୍ତି । ଆଉ ଇମ୍ରାନଙ୍କ ଏପରି ମନ୍ତବ୍ୟ ପରେ  ରାଷ୍ଟ୍ରଦୂତମାନେ ମଧ୍ୟ ଚିହିଙ୍କି ଉଠିଛନ୍ତି । କେବଳ ଏତିକି ନୁହେଁ ବରଂ ଇମ୍ରାନଙ୍କ ଏପରି ମନ୍ତବ୍ୟକୁ ହୀନ ମନ୍ତବ୍ୟ ବୋଲି କୁହାଯାଇଛି ।

Advertisment

ଗତ ସପ୍ତାହରେ ପଶ୍ଚିମ ଦେଶର ପ୍ରାୟ ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଏକ ଚିଠି ଲେଖିଥିଲେ । ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା ହମଲାର ନିନ୍ଦା କରିବାକୁ ପ୍ରସ୍ତାବ ରଖି ଥିଲେ । ଆଉ ଏହି ପ୍ରସ୍ତାବ ପରେ ଚିହିଁଙ୍କି ଉଠିଛନ୍ତି ଇମ୍ରାନ । ଚିଠିର ଉତ୍ତରରେ ଆମେ କଣ ତୁମ ମାନଙ୍କର ଚାକର ବୋଲି ସେ କରିଛନ୍ତି ପ୍ରଶ୍ନ ।

ଏଇ ଚିଠିର ଉତ୍ତର ଦେଇ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଇମ୍ରାନ କହିଛନ୍ତି ଆମେ କ’ଣ ତୁମମାନଙ୍କ କଥାରେ ଚାଲିବାକୁ ବାଧ୍ୟ କି?” ଆମର ସ୍ୱାଭିମାନ ଅଛି। ଏଠି ଜନମତରେ ସରକାର ଗଠନ ହୋଇଛି । ତେଣୁ ପାକିସ୍ତାନ କ’ଣ କରିବ, କାହାକୁ ସମର୍ଥନ ଦେବୁ ତାହା ଆମ ସରକାର ନିଷ୍ପତ୍ତି ନେବ। ଏଥିରେ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ।

Advertisment

 ଭାରତ ଭଳି ପାକିସ୍ତାନ ମଧ୍ୟ ରୁଷ ବିରୋଧରେ ପଶ୍ଚିମ ଦେଶଗୁଡ଼ିକ ଜାତିସଂଘର ବିଭିନ୍ନ ଫୋରମରେ ଆଣୁଥିବା ପ୍ରସ୍ତାବ ଉପରେ ଭୋଟ ଦେଉନାହିଁ । ଏହାକୁ ଦୃଷ୍ଟିରେ ରଖି ୨୨ ଜଣ ରାଷ୍ଟ୍ରଦୂତ ଇମ୍ରାନ ଖାନଙ୍କୁ ଚିଠି ଲେଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ । କିନ୍ତୁ ଚିଠିର ଏପରି ଉତ୍ତର ମିଳିବା ପରେ ଏହାକୁ ନାପସନ୍ଦ କରିଛନ୍ତି ୨୨ ରାଷ୍ଟ୍ରଦୂତ । ଏହାସହ ଋଷିଆକୁ ସହାୟତା ମାଗିଥିବାରୁ ପୁଟିନ୍‌ଙ୍କ ବିରୋଧରେ ପଦେ କଥା କହିବାକୁ ଇମ୍ରାନ ସାହସ କରୁନଥିବା କୁହାଯାଉଛି ।

Imran Khan
Advertisment
Advertisment