ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ସୁନାର ଦାମ୍ ହ୍ରାସ ପାଇଲା । ଦେଶର ପ୍ରମୁଖ ସହରରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭, ୧୦୦ ଟଙ୍କା ଓ ୫୧, ୪୦୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪, ୮୬୦ ଟଙ୍କା ଓ ୪୯, ୨୬ ରହିଛି ।
ଏହାରି ଭିତରେ ସାମନାକୁ ଆସିଛି ଖଲିସ୍ତାନୀ ସଂଗଠନର ଏକ ଭିଡିଓ। ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଭାରତ ପ୍ରସାରିତ ଖବର ଅନୁସାରେ ଏହି ଭିଡିଓ ପିଏମ୍ ଗସ୍ତର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୩ରେ ରିଲିଜ୍ ହୋଇଥିଲା।
ବଲିଉଡରେ ଅଭିନେତ୍ରୀଙ୍କୁ ନେଇ ଟଣାଓଟରା କିଛି ନୂଆ କଥା ନୁହେଁ। ଏଥିରେ ମଧ୍ୟ ସାମିଲ୍ ଅଛନ୍ତି କରୀନା-ବିପାଶା। ଫିଲ୍ମର ଏକ ସେଟ୍ରେ ସେମାନଙ୍କ ମଧ୍ୟରେ ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ବିପାଶାଙ୍କୁ ଚାପୁଡା ଖାଇବାକୁ ପଡିଥିଲା।
ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା
ମୋଦିଙ୍କ ସୁରକ୍ଷାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା। ତେବେ ଜାଣିରଖନ୍ତୁ କେବେ କେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଛି ତ୍ରୁଟି
ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ନିୟମ ।
କରୋନାର ଓମିକ୍ରନ୍ ଭାରିଆଣ୍ଟ, ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ଗୁରୁତର ବୋଲି ଜଣାପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ଗତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ବଲିଉଡ୍ ଭାଇଜାନ ସଲମାନ ଖାନଙ୍କ ମହିଳା ପ୍ରଶଂସକଙ୍କ ଅଭାବ ନାହିଁ। ଖାଲି ଭାରତ ନୁହେଁ, ଭାରତ ବାହାରେ ବି ତାଙ୍କର କ୍ରେଜ୍ ରହିଛି। ତାଙ୍କ ପ୍ରେମରେ କେବଳ ଭାରତୀୟ ତରୁଣୀ ନୁହେଁ ବିଦେଶୀ ମଧ୍ୟ ପାଗଳ ହୁଅନ୍ତି। ଦିନେ ତାଙ୍କୁ ବିବାହ କରିବାକୁ ଏହି ଆମେରିକୀୟ ଯୁବତୀ ମୁମ୍ବାଇ ଚାଲିଆସିଥିଲେ।
ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଦେଶରେ ଏଯାବତ୍ ୩,୦୦୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି।
ଜାୱେଦଙ୍କ ଏପରି ବ୍ୟବହାରରେ ସେ ଅପମାନିତ ଅନୁଭୂବ କରିଥିବାରୁ ଥାନାରେ ମାମଲା ଦାଏର କରିଛନ୍ତି। ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି ଜାତୀୟ ମହିଳା କମିଶନ୍।
ଦୁବାଇ କୃତ୍ରିମ ଦ୍ୱୀପ ନିର୍ମାଣରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ସେହିକ୍ରମରେ ଏଠାରେ ରହିଛି 'ଦ ୱାର୍ଲଡ୍ ଆଇଲ୍ୟାଣ୍ଡ' । ଏତେ ବଡ ଆଉ ଏତେ ଦାମୀ ଦ୍ୱୀପ ହୋଇ ମଧ୍ୟ ଏହା ଜନଶୂନ୍ୟ । ହେଲେ କାହିଁକି, ଚାଲନ୍ତୁ ଜାଣିବା ।
କେନ୍ଦ୍ରୀୟ ପ୍ୟାନେଲକୁ ପଞ୍ଜାବ ପୋଲିସ, ସରକାର, ଗୁଇନ୍ଦା, ଏସପିଜି ଏବଂ ସୁରକ୍ଷାରେ ମୁତୟନ ଥିବା ସମସ୍ତ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
NEET ପିଜି କାଉନସେଲିଂ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। NEET-PG ଓ UG ନାମଲେଖା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଥିବା EWS/OBC ସଂରକ୍ଷଣ ଚାଲୁ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ଆଜି ୨୦୨୨ ମସିହା, ଜାନୁଆରୀ, ୭ ତାରିଖ ଶୁକ୍ରବାର, ଧନୁ, ୨୩ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି, ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜିକାଲି, ମାଟି ବାସନର ବହୁତ ଚାହିଦା ଦେଖିବାକୁ ମିଳୁଛି । ପ୍ରାୟ ୪ ଦଶନ୍ଧି ପୂର୍ବରୁ ହାଣ୍ଡି ମାଠିଆ, ସୁରେଇ, ମାଟି ଚୁଲି ଏବଂ ଅନ୍ୟାନ୍ୟ ବାସନକୁସନ ବହୁଳ ଭାବରେ ବ୍ୟବହୃତ ହେଉଥିଲା, କିନ୍ତୁ ସମୟ ବଦଳିବା ସହିତ ୱାଟର କୁଲର, ଫ୍ରିଜ୍, ଗ୍ୟାସ୍ ଚୁଲା, ପ୍ଲାଷ୍ଟିକ୍ ଆଦି ସେମାନଙ୍କ ଜାଗା ନେଇଗଲା । ତେବେ, ବର୍ତ୍ତମାନ ପୁଣି ଥରେ ଲୋକମାନଙ୍କ ମଧ୍ୟରେ ମାଟି ବାସନର ଚାହିଦା ଦେଖିବାକୁ ମିଳୁଛି ।
ଫ୍ରାନ୍ସର ବୈଜ୍ଞାନିକମାନେ କରୋନାର ଆଉ ଏକ ନୂତନ ପ୍ରକାର ଭ୍ୟାରିଆଣ୍ଟର ଆବିଷ୍କାର କରିଛନ୍ତି | ଅନୁସନ୍ଧାନକାରୀଙ୍କ ଅନୁଯାୟୀ, IHU ନୂତନ ପ୍ରକାର ଭ୍ୟାରିଆଣ୍ଟ ଯାହାକି ୪୬ ଥର ରୂପ ବଦଳାଇଲାଣି ।
ଆପଣମାନେ ସମସ୍ତେ ପ୍ରାଚୀନ ମିଶର ଓ ଏହାର ସଭ୍ୟତା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ମିଶର ଓ ଏହାର ସଭ୍ୟତା ଆଜି ବି ରହସ୍ୟମୟ । ଏଠାରେ ଦୁନିଆର ସବୁଠାରୁ ଭବ୍ୟ ସଂରଚନା ଓ କାରିଗରୀ ଦେଖିବାକୁ ମିଳେ । କିଛି ସଂରଚନା ଆଜି ବି ନିଜର ଅସ୍ତିତ୍ୱ ଜାହିର କରୁଥିବା ବେଳେ କିଛି ନିର୍ମାଣ ଓ ସଂରଚନା ସମୟ ଗର୍ଭରେ ଲୀନ ହୋଇଯାଇଛି । କିଛି ନିର୍ମାଣ ବର୍ତ୍ତମାନ ଗବେଷଣା ତଥା ଖନନରୁ ମିଳିପାରୁଛି । ସେହିଭଳି ଏକ ନିର୍ମାଣ ରାଜା ରାମସେ ଦ୍ୱିତୀୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ନିକଟ ଅତୀତରେ ଖନନରୁ ମିଳିପାରିଛି ।
ହଲିଉଡ଼୍ ସିନେମାରେ ଦେଖିବାକୁ ମିଳୁଥିବା ସହର ପରି ତିଆରି ହେବ ସହର । ରୋବୋଟ ଦ୍ୱାରା ଚାଲିବ କାମ । ଘର କାମ ଠାରୁ ବ୍ୟବସାୟ, ସବୁ ସମ୍ଭାଳିବେ ରୋବୋଟ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଅତି ଗମ୍ଭୀର ମାମଲା ଦର୍ଶାଇ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ଦେଶର ପୂର୍ବତନ ପୋଲିସ ଅଫିସର ସଂଘ।
ସାଂସଦ ପ୍ରାର୍ଥୀ ଏବେ ନିର୍ବାଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କହାଯାଇଛି । ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୪ରୁ ୭୦ ଲକ୍ଷକୁ ବୃଦ୍ଧି କରାଯାଇଛି ।
ବିମାନରେ ୧୭୯ ଜଣ ଯାତ୍ରୀ ଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟିନ୍ରେ ରଖାଯାଇଥିବା ଅମୃତସର ଏୟାରପୋର୍ଟ ନିର୍ଦ୍ଦେଶକ ବି.କେ. ସେଠ୍ ସୂଚନା ଦେଇଛନ୍ତି ।
କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ESIC ପକ୍ଷରୁ ୩୬୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ ।
ସାମାନ୍ୟ ବିଢିଛି ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୫୦ ଟଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୩୦୦ ଟଙ୍କା ଓ ୫୧,୫୮୦ ଟଙ୍କା ରହିଛି।
ସର୍ବନିମ୍ନ ଇପିଏଫ୍ ପେନସନ୍ ୯୦୦୦ କରିବାକୁ ଯୋଜନା କରିଛନ୍ତି ମୋଦି ସରକାର । ପୂର୍ବରୁ ଏହି ରାଶି ଏକ ହଜାର ଥିଲା ।