ଚମତ୍କାର। ସାମାନ୍ୟ ଏକ କାର୍କୁ ଠେଲିବା ବେଳେ ୪/୫ ଜଣ ଲାଗୁଥିବା ବେଳେ ୧୨ ହଜାର କେଜିରୁ ଅଧିକ ଏକ ଡବଲ୍ ଡେକର୍ ବସ୍କୁ ନିଜ ଚୁଟିରେ ଟାଣି ରେକର୍ଡ କରିଛନ୍ତି ଜଣେ ମହିଳା। ଭିଡିଓକୁ ଦେଖି ସମସ୍ତେ କରୁଛନ୍ତି ପ୍ରଶଂସା।
ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ । ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ।
ନା କୌଣସି ପୁରୁଷ, ନା କୌଣସି ମହିଳା; ଏମିତି କି କୌଣସି ପଶୁଜନ୍ତୁ ମଧ୍ୟ ନୁହେଁ; ଗୋଲାପୀ ରଙ୍ଗକୁ ବିବାହ କରିଛନ୍ତି ଜଣେ ମହିଳା। ଏହା ତାଙ୍କର ପାଗଳାମୀ ନା ପ୍ରେମ ଆସନ୍ତୁ ଜାଣିବା।
ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା। ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭, ୩୭୯ ନୂଆ ଆକ୍ରାନ୍ତ। ସେହିପରି ରାଜ୍ୟରେ ଜାନୁଆରୀ ୧ରେ ଚିହ୍ନଟ ହୋଇଥିଲେ ୨୯୮ ପଜିଟିଭ୍, ହେଲେ ଆଜି ୬୮୦ ମାନେ ପାଖାପାଖି ଦୁଇ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା
ଆଜି ସର୍ରାଫା ବଜାରରେ କାରବାରର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ବୁଲିୟନ୍ ମାର୍କେଟ୍ରେ ସୁନା ୪୮ ହଜାର ଟଙ୍କା କମ୍ରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର, ଏଣିକି ଏହି ସବୁ ମୋବାଇଲରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍
ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ
୨୦ ବର୍ଷ ପରେ ସୀମାରୁ ଫେରିଲା ଗାଁର ପୁଅ । ସ୍ୱାଗତ କରିବାକୁ ସାରା ଗାଁରେ ଉତ୍ସବ ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ତୃତୀୟ ଥର ପାଇଁ କୋଭିଡଙ୍କ ପଜିଟିଭ୍ ହୋଇଥିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି । ମହାମାରୀ ଦେଶରେ ପ୍ରବେଶ କରିବା ଦିନ ଠାରୁ ବାବୁଲ ସୁପ୍ରିୟୋ ବାରମ୍ୱାର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଆପଣ ‘ଶ୍ରୀକୃଷ୍ଣ’ ଧାରାବାହିକରେ ଦେଖିଥିବା ବାଳ କୃଷ୍ଣ ଏବେ ୪୪ ବର୍ଷର ହୋଇଯାଇଛନ୍ତି। ନୂଆବର୍ଷରେ ସେ ନୂଆ ଆଶା ନେଇ ଫେରୁଛନ୍ତି। ତାଙ୍କ ହାତରେ ରହିଛି ଅନେକ କାମ। ତେବେ ଟିଭି ଦୁନିଆରୁ ଆରମ୍ଭ କରିଥିବା ନିଜ କ୍ୟାରିୟରକୁ ନେଇ ସେ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ବେଳେବେଳେ ଅଭିନେତାମାନେ ଏମିତି ବିଜ୍ଞାପନରେ କାମ କରନ୍ତି ଯେ ଯାହା ତାଙ୍କୁ ବଦନାମ କରେ। ଏହି ସବୁ ମାମଲାରେ ପୂର୍ବରୁ ଅମିତାଭ ବଚ୍ଚନ, ଅଜୟ ଦେବଗନ, ବରୁଣ ଧୱନ୍, ଆଲିଆ ଭଟ୍ଟ ଆଦି ଛନ୍ଦି ହୋଇଥିବା ବେଳେ ଏବେ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ନାଁ ସାମ୍ନାକୁ ଆସିଛି।
ଦୁଇ ଭାଇଙ୍କୁ ଭୁଲ ଭ୍ୟାକ୍ସିନ୍ ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ । ଚିନ୍ତାରେ ପରିବାର ଲୋକ ।
କଂଗ୍ରେସ ମାରାଥନ୍ରେ ଦଳାଚକଟା ପରିସ୍ଥିତି। କଂଗ୍ରେସ ପକ୍ଷରୁ ଆୟୋଜିତ ‘ladki hun, lad sakti hun’ ମାରାଥନ୍ରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ନଜର ଆସିଛି।
ଆମେରିକାରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ସର୍ବାଧିକ ୧୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗୋଆରେ ପହଞ୍ଚିଥିବା କାର୍ଡେଲିଆ କ୍ରୁଜରେ କରୋନା ବିସ୍ଫୋରଣ । ଏକସଙ୍ଗରେ ସେଠାରେ ୬୬ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କରୋନା ସଂକ୍ରମଣ ବଢ଼ି ଚାଲି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଛି। ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି।
ପିଅନ, ଡ୍ରାଇଭର୍, ମାଳି ଏବଂ ଚୌକିଦାର ଭଳି ପଦବୀ ପାଇଁ ବେକାର ଯୁବକ ଗହଳି । ମାତ୍ର ୧୦ରୁ ୧୨ ପଦବୀ ପାଇଁ ହଜାର ହଜାର ଯୁବକ ଅପେକ୍ଷାରତ ।
କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏସବୁ ଭିତରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମିକ୍ରନ୍(Omicron)ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭାରିଏଣ୍ଟ୍ ଠାବ କରିଛନ୍ତି।
ଜଣେ ୨୦୨୧ରେ ଜନ୍ମ ଅନ୍ୟ ଜଣେ ୨୦୨୨ରେ, ତଥାପି ଏମାନେ ଯାଁଆଳା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସମ୍ପୂର୍ଣ୍ଣ ଭବେ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ ।
ଗତ କିଛିଦିନ ହେବ ପଞ୍ଜାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍, କଲେଜ ବନ୍ଦ ସହ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଦୁନିଆରେ ଏଭଳି ବହୁତ ସ୍ଥାନ ରହିଛି, ଯେଉଁ ସ୍ଥାନ ସମ୍ପର୍କରେ ଆମେ ଶୁଣି ବି ନଥିବା । ସେହିଭଳି ଏକ ସ୍ଥାନ ଜାପାନର ରାବିଟ୍ ଆଇଲ୍ୟାଣ୍ଡ । ଏବେ ଆପଣ ଭାବିବେ ରାବିଟ୍ ଆଇଲ୍ୟାଣ୍ଡ ମାନେ ସେଠାରେ କଣ କେବଳ ଠେକୁଆ ରହୁଥିବେ । ବିଲକୁଲ୍ ଠିକ୍, ଜାପାନର ଏହି ନିଆରା ଦ୍ୱୀପରେ ରୁହନ୍ତି ହଜାର ହଜାର ଠେକୁଆ । ଏଠି ଚାଲେ ଠେକୁଆଙ୍କ ରାଜୁତି । ହେଲେ ବାସ୍ତବରେ କଣ ଏହା ଠେକୁଆଙ୍କ ଦ୍ୱୀପ ।
ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶର ପ୍ରଥମ ମହିଳା ଶିକ୍ଷକ ହେଲେ ସାବିତ୍ରୀବାଇ ଫୁଲେ। ସେ ମହିଳାଙ୍କ ମଧ୍ୟରେ ଇଂରାଜୀ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅନେକ କାମ କରିଛନ୍ତି। ଆସନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି ତଥ୍ୟ ବିଷୟରେ ଜାଣିନେବା।
ମା’ଟିଏ ନିଜ ପିଲାକୁ ସୁରକ୍ଷା ଜୀବନ ସାରା ବିନା ସ୍ୱାର୍ଥରେ ଦେଇପାରେ। ସେଇ ମା’ ହିଁ ନିଜ ପିଲା ପାଇଁ ସବୁ ସୁଖ ଆଣିପାରେ। ମା’କୁ ନେଇ ଏମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଏକ ପୁଅକୁ ଜଣେ ମା’ ନିଜ ପିଠିରେ ବୋହି ଦୁନିଆ ବୁଲୁଛନ୍ତି।
ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ହିଁ ଟିକାକରଣ କେନ୍ଦ୍ର କରାଯାଇଛି। ଯେଉଁମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମ ହୋଇଛନ୍ତି, ସେହିମାନେ ଟିକା ନେଉଛନ୍ତି।