• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ପ୍ରାଚୀନ ମିଶର ଓ ଏହାର ଭବ୍ୟ ସଭ୍ୟତା । ଏହି ସଭ୍ୟତା ଆଜି ବି ରହସ୍ୟମୟ ‌ଆଉ ବିଚିତ୍ର ହୋଇ ରହିଆସିଛି । କିନ୍ତୁ ମିଶର ଦୁନିଆର ସବୁଠାରୁ ଭବ୍ୟ ସଂରଚନା ଓ କାରିଗରୀ ଦେଖିବାକୁ ମିଳେ । ଏଠାରେ କିଛି ସଂରଚନା ନିଜର ଅସ୍ତିତ୍ୱ ‌ଆଜି ବି ବଜାୟ ରଖିଛି । ତ ଆଉ କିଛି ସଂରଚନା ସମୟ ଗର୍ଭରେ ଲୀନ ହୋଇପଡିଛି । ଏହି ରହସ୍ୟମୟ ଦେଶରେ ସବୁବେଳେ ଗବେଷଣା ଲାଗିରହିଥାଏ । ଆଉ ସେ ଗବେଷଣାରୁ ଅନେକ ତଥ୍ୟ ଓ ସନ୍ଧାନ ବି ମିଳିପାରିଛି । ସେହିଭଳି ଏକ ବିଶାଳକାୟ ସନ୍ଧାନ ହେଉଛି ଗତ କିଛି ବର୍ଷ ତଳେ ମିଳିଥିବା ରାମସେସ ଦ୍ୱିତୀୟଙ୍କ ପ୍ରତିମୂର୍ତ୍ତି ।

୨୦୧୭ରେ ଇଜିପ୍ଟ ଓ ଜର୍ମାନୀର କିଛି ଆର୍କିଓଲୋଜିଷ୍ଟଙ୍କୁ କାଇରୋ ଜଳରାଶିରେ ଏକ ୮ ଫୁଟ ଉଚ୍ଚର ଷ୍ଟାଚ୍ୟୁ ମିଳିଥିଲା । କୁହାଯାଏ ଏହା ଦୀର୍ଘ ବର୍ଷ ହେବ ଏଠାରେ ପୋତି ହୋଇ ରହିଥିଲା । ଯେତେବେଳେ ଷ୍ଟାଚ୍ୟୁକୁ ଖନନ ମାଧ୍ୟମରେ ବାହାର କରାଗଲା, ସେତେବେଳେ ଗବେଷକ ଓ ଐତିହାସିକଙ୍କ ମତ ଅନୁଯାୟୀ ଏହା ମିଶର ଶାସକ ରାମସେସ ଦ୍ୱିତୀୟଙ୍କ ଷ୍ଟାଚ୍ୟୁ ବୋଲି କୁହାଗଲା ।

statue of ramses 2statue of ramses 2

ରାମସେସ ଦ୍ୱିତୀୟ ଇଜିପ୍ଟ ତଥା ମିଶର ସଭ୍ୟତାର ସବୁଠାରୁ ଶକ୍ତିଶାଳୀ ଶାସକ । ତାଙ୍କ ସମୟରେ ରାଜ୍ୟର ଅନେକ ବିକାଶ ସମ୍ଭବ ହୋଇପାରିଥିଲା । ତାଙ୍କ ସମୟରେ ସାମ୍ରାଜ୍ୟ ବିସ୍ତାର ମଧ୍ୟ କରିଥିଲା । ଏବେ ଏହି ପ୍ରତିମୂର୍ତ୍ତି ମିଶରର ପ୍ରାଚୀନ ସଂଗ୍ରହାଳୟରେ ରଖାଯାଇଛି । ସେଠାରେ ଲୋକମାନେ ଏହାକୁ ଦେଖିପାରିବେ । କିନ୍ତୁ ଏହି ଷ୍ଟାଚ୍ୟୁ ଉପରେ ହୋଇଥିବା ଅଧ୍ୟୟନରୁ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଛି, ସେ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଅନେକ ତଥ୍ୟରୁ ଜଣାପଡିଛି ଯେ, ଏହି ପ୍ରତିମୂର୍ତ୍ତି ରାମସେସ ଦ୍ୱିତୀୟଙ୍କର ନୁହେଁ ବରଂ ସମ୍ରାଟ ସାମାଟିକଙ୍କର । ତେଣୁ ଏହି ପ୍ରତିମୂର୍ତ୍ତିକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ତେବେ ଯାହା ବି ହୋଇଥାଉନା କାହିଁକି, ଏହି ଷ୍ଟାଚୁ ମିଶରର ସବୁଠାରୁ ପୁରାତନ ତଥା ବଡ ଷ୍ଟାଚୁ । ଏହି ପ୍ରତିମୂର୍ତ୍ତିର ସନ୍ଧାନ ମିଳିବା ପରେ ଏହି ଘଟଣାଟି ଇଜିପ୍ଟ ସହ ସମଗ୍ର ବିଶ୍ୱର ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ଏହି ପ୍ରତିମୂର୍ତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ଜାରି ରହିଛି, ଯେ ବାସ୍ତବରେ ଏହି ପ୍ରତିମୂର୍ତ୍ତ କାହାର । କିନ୍ତୁ ଏହି ପ୍ରତିମୂର୍ତ୍ତିଟି ଏହି ମିଶର ସଭ୍ୟତାର କାରିଗରୀର ପ୍ରମାଣ ।