Advertisment

ସଲମାନଙ୍କୁ ପାଇବା ପାଇଁ ଆମେରିକା ଛାଡି ମୁମ୍ବାଇ ଚାଲିଆସିଥିଲେ ଏହି ୧୬ ବର୍ଷୀୟ ତରୁଣୀ

ବଲିଉଡ୍ ଭାଇଜାନ ସଲମାନ ଖାନଙ୍କ ମହିଳା ପ୍ରଶଂସକଙ୍କ ଅଭାବ ନାହିଁ। ଖାଲି ଭାରତ ନୁହେଁ, ଭାରତ ବାହାରେ ବି ତାଙ୍କର କ୍ରେଜ୍ ରହିଛି। ତାଙ୍କ ପ୍ରେମରେ କେବଳ ଭାରତୀୟ ତରୁଣୀ ନୁହେଁ ବିଦେଶୀ ମଧ୍ୟ ପାଗଳ ହୁଅନ୍ତି। ଦିନେ ତାଙ୍କୁ ବିବାହ କରିବାକୁ ଏହି ଆମେରିକୀୟ ଯୁବତୀ ମୁମ୍ବାଇ ଚାଲିଆସିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
This American actress came to Mumbai to marry salman khan

This American actress came to Mumbai to marry salman khan

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ ସଲମାନ ଖାନ କେବଳ ଭାରତରେ ନୁହେଁ ଦେଶ ବାହାରେ ବି ନିଜର ପରିଆରା ରଖିଛନ୍ତି। ସେ ସିନା ବିବାହ କରିନାହାନ୍ତି କିନ୍ତୁ ପ୍ରେମିକାଙ୍କ ଅଭାବ ନାହିଁ। ତାଙ୍କର ଭାରତୀୟ ପ୍ରେମିକାମାନଙ୍କ ବିଷୟରେ ତ ଆମେ ଜାଣିଛେ, କିନ୍ତୁ ତାଙ୍କୁ ପାଇବା ପାଇ ବିଦେଶି ତରୁଣୀମାନେ ମଧ୍ୟ ପାଗଳ ହୋଇଯାଆନ୍ତି। ସଲମନଙ୍କ ପ୍ରେମରେ ଏମିତି ପାଗଳ ଥିଲେ ଆମେରିକାର ଜଣେ ୧୬ ବର୍ଷର ଯୁବତୀ। ସେ ତାଙ୍କୁ ଭେଟିବା ପାଇଁ ଘରେ ମିଛି ମୁମ୍ବାଇ ଚାଲିଆସିଥିଲେ। କାରଣ ସେ ତାଙ୍କ ପ୍ରେମର ନିଶାରେ ଉବୁଟୁବୁ ଥିଲେ ଆଉ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ଏପରିକି ସେ ସଲମାନ ଖାନଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ।

Advertisment

ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସୋମି ଅଲି ଏବଂ ସଲମାନ ଖାନଙ୍କ ସହ ତାଙ୍କର ପ୍ରେମ କାହାଣୀକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି। ସେ ଅନେକ ବଲିଉଡ ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି କିନ୍ତୁ ପରେ ସଲମାନ ଖାନଙ୍କ ସହ ତାଙ୍କ ସଂପର୍କ ଠିକଠାକ ନ ରହିବାରୁ ସେ ତାଙ୍କ ଅଭିନୟ ଜୀବନ ଛାଡିଦେଲେ। ଭାରତ ଛାଡି ଆମେରିକା ଫେରିଗଲେ ଏବଂ ସେ ବର୍ତ୍ତମାନ ନିଜ ଜୀବନକୁ ମାନବିକ କାର୍ଯ୍ୟରେ ଉତ୍ସର୍ଗ କରିଦେଇଛନ୍ତି।

ଅତୀତର ଦିନଗୁଡ଼ିକୁ ମନେପକାଇ ସୋମି ଅଲି କୁହିଛନ୍ତି ଯେ “ମୁଁ ହିନ୍ଦୀ ଚଳଚ୍ଚିତ୍ର ଦେଖୁଥିଲି। ମୁଁ ଯେତେବେଳେ 'ମୈନେ ପ୍ୟାର୍ କିୟା' ଦେଖିଲି ସେତେବେଳେ ସଲମାନ ଖାନଙ୍କ ପ୍ରେମରେ ପଡିଗଲି। ସେଦିନ ରାତିରେ ମୁଁ ଏକ ସ୍ୱପ୍ନ ଦେଖିଲି ଏବଂ ମୁଁ ଭାରତ ଯିବାକୁ ସ୍ଥିର କଲି। ସେତେବେଳେ ମୋର ବୟସ ୧୬ ଥିଲା, ଏହା ଭାବିବା ମଧ୍ୟ ମୋ ପାଇଁ ହାସ୍ୟାସ୍ପଦ ଥିଲା ଯେ ମୁଁ ମୁମ୍ବାଇ ଯାଇ ତାଙ୍କୁ ବିବାହ କରିପାରିବି। ମୁଁ ବିବାହର ସ୍ୱପ୍ନ ଦେଖୁଥିଲି ଏବଂ ଭାବିଲି ଏହା ବୋଧେ ‌ଈଶ୍ୱରଙ୍କ ନିଷ୍ପତ୍ତି। ମୁଁ ମା’ଙ୍କୁ କହିଲି ଯେ ମୁଁ ସଲମାନ ଖାନଙ୍କୁ ବିବାହ କରିବାକୁ ମୁମ୍ବାଇ ଯାଉଛି। ସେ କିନ୍ତୁ ଅମିତାଭଙ୍କ (ବଚ୍ଚନ) ଯୁଗର ଥିଲେ, ତେଣୁ ସେ ମୋତେ ପଚାରିଲେ, ସଲମନ କିଏ?”

Advertisment

ଏହାର ଉତ୍ତରରେ ସୋମି କହିଥିଲେ ଯେ “ସେ ଜଣେ ବଡ ତାରକା ଏବଂ ମୁଁ ତାଙ୍କ ପାଖକୁ ଯିବାକୁ ଚାହୁଁଛି। ସେ ସଙ୍ଗେ ସଙ୍ଗେ ମୋତେ ଏକ କୋଠରୀରେ ବନ୍ଦ କରିଦେଲେ। ଏହାପରେ ମୁଁ ମୋ ବାପାଙ୍କୁ କହିଲି ଯେ ମୁଁ ମୁମ୍ବାଇରେ ମୋର ଜଣେ ସାଙ୍ଗଙ୍କୁ ଭେଟି ତାଜମହଲ ଦେଖିବାକୁ ଚାହୁଁଛି। ସେମାନଙ୍କୁ ମନାଇବା ପାଇଁ ମୁଁ ଧାର୍ମିକ କାର୍ଡ ଖେଳିଥିଲି। ମୁଁ ପାକିସ୍ତାନ ଗଲି ଏବଂ ସେଠାରୁ ମୁମ୍ବାଇ ଆସିଲି। ମୁଁ ସଲମାନଙ୍କ ଫଟୋକୁ ମୋ ୱାଲେଟ୍‌ରେ ରଖିଥିଲି। ମୁଁ ଏଠାରେ ପହଞ୍ଚିବା ବେଳକୁ ‘ବାଗି’ (୧୯୯୦) ରିଲିଜ୍ ହୋଇଥିଲା ଏବଂ ସଲମାନ ପୂର୍ବରୁ ହିଁ ଜଣେ ମେଗାଷ୍ଟାର ଥିଲେ।

ସୋମି ଅଲି ଆହୁରି କହିଛନ୍ତି ଯେ “ଆମେ ନେପାଳ ଯାଉଥିଲୁ। ମୁଁ ତାଙ୍କ ପାଖରେ ବସିଥିଲି। ମୁଁ ତାଙ୍କୁ କହିଲି, ମୁଁ ତୁମକୁ ବିବାହ କରିବାକୁ ଆସିଛି। ସେ କହିଥିଲେ, ମୋର ଜଣେ ଗର୍ଲଫ୍ରେଣ୍ଡ ଅଛି। ମୁଁ କହିଲି କିଛି ଅସୁବିଧା ନାହିଁ। ମୁଁ କିଶୋରୀ ଥିଲି। ଆମର ସମ୍ପର୍କ ଏକ ବର୍ଷ ପରେ ଆରମ୍ଭ ହେଲା ଯେତେବେଳେ ମତେ ୧୭ ବର୍ଷ ହେଲା। ସେ ମୋତେ ପ୍ରଥମ ଥର ଆଇ ଲଭ୍ ୟୁ କହିଥିଲେ।

This American actress came to Mumbai to marry salman khanସଲମାନଙ୍କୁ ପାଇବା ପାଇଁ ଆମେରିକା ଛାଡିଥିଲେ ସୋମି ଅଲି

ସୋମି ଏଇଠି ଅଟକି ଯାଇ ନାହାନ୍ତି। ସଲମାନଙ୍କ ପ୍ରେମକୁ ନେଇ ସେ ଆହୁରି କହିଛନ୍ତି, “ମୁଁ ସଲମାନ ଓ ତାଙ୍କ ପିତାମାତାଙ୍କଠାରୁ ବହୁତ କିଛି ଶିଖିଲି। ଶେଷରେ, ଯେକୌଣସି ସଂପର୍କରେ, ଯଦି ଆପଣ ଖୁସି ନୁହଁନ୍ତି ତେବେ ଅଲଗା ହେବା ଭଲ। ସଲମାନ ଓ ମୋର ସମ୍ପର୍କରେ ଏମିତି ହିଁ ହେଲା। ମୁଁ ଆମେରିକା ଫେରିଯିବାକୁ ସ୍ଥିର କଲି। ମୁଁ ତାଙ୍କ ପିତାମାତାଙ୍କଠାରୁ ଯାହା ଶିଖିଲି ତାହା ଆଶ୍ଚର୍ଯ୍ୟଜନକ। ମୁଁ ଶିଖିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଯେ ଆମେ ସମସ୍ତେ ସମାନ। ସେ କୌଣସି ଧର୍ମ ମଧ୍ୟରେ ଆଦୌ ଅନ୍ତର କରି ନ ଥିଲେ। ସଲମାନ ଜଣେ ବଡ ପଶୁପ୍ରେମୀ ଥିଲେ। ସେ ଆହତ ବିଲେଇମାନଙ୍କୁ ଆଦରି ନେଉଥିଲେ। ସେ ବହୁତ ଉଦାର ମଧ୍ୟ। ଏଥିପାଇଁ ମୁଁ ତାଙ୍କୁ ପ୍ରଶଂସା କରେ।”

ତେବେ ଆମେରିକା ଫେରିବା ପରେ ସୋମି ତାଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେଇଥିଲେ ଏବଂ ନିଜର ଏକ ଏନ୍‌ଜିଓ ‘ନୋ ମୋର୍ ଟିୟର୍ସ’ ଆରମ୍ଭ କରିଥିଲେ। ସଲମାନଙ୍କ ସହିତ ବ୍ରେକ୍‌ଅପ୍ ହେବା ପରଠାରୁ ସେ ଆଉ କୌଣସି ସମ୍ପର୍କରେ ନାହାଁନ୍ତି। ସେ କୁହନ୍ତି ଯେ “ମୋର ଆଉ କୌଣସି ସମ୍ପର୍କ ନାହିଁ। ମୁଁ ଯେତେବେଳେ ଭାରତରୁ ଫେରି ଆସିଲି, ମୁଁ ଯାହା କରିଥିଲି ସେ ସବୁକୁ ବୁଲିବା ପାଇଁ ମୁଁ ନିଜକୁ ଶିକ୍ଷାରେ ସାମିଲ କରିଦେଲି। ମୁଁ କାହିଁକି ସଲମାନଙ୍କ ସହ ବ୍ରେକ୍‌ଅପ୍ କରିଥିଲି ଏବଂ ସର୍ବସାଧାରଣ ସ୍ଥାନରେ କ’ଣ ହେଉଥିଲା ସେସବୁ କିଛି ରହସ୍ୟ ନୁହେଁ। ମୁଁ ନବମ ଶ୍ରେଣୀରୁ ପାଠ ଛାଡିଥିଲି। ଏହା ପରେ ମୁଁ ପ୍ରସାରଣ ସାମ୍ବାଦିକତାରେ ମୋର ସ୍ନାତକ ଏବଂ ମାଷ୍ଟର ଡିଗ୍ରୀ ସମାପ୍ତ କଲି। ମୁଁ ନ୍ୟୁୟର୍କ ଫିଲ୍ମ ଏକାଡେମୀକୁ ଗଲି।”

Bollywood
Advertisment
Advertisment