Advertisment

ବିଦେଶରୁ ଆସିଲେ ହୋମ୍‌ କ୍ୱାରେଣ୍ଟିନ୍‌ ବାଧ୍ୟତା ମୂଳକ, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜିନମ ସିକ୍ୱେନ୍‌ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ନିୟମ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhubaneswar Airport

Bhubaneswar Airport

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍ । ବିଦେଶରୁ ଫେରିଲେ ୭ ଦିନିଆ ହୋମ୍ କ୍ୱାରେଣ୍ଟିନ ବାଧ୍ୟତାମୂଳକ । ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ହୋମ୍ କ୍ୱାରେଣ୍ଟିନ ବାଧ୍ୟତାମୂଳକ । ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜିନମ ସିକ୍ୱେନ୍‌ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ନିୟମ ।

Advertisment

ସୂଚନାଯୋଗ୍ୟ, ଗତକାଲି ଇଟାଲୀରୁ ଫେରିଥିବା ଏକ ବିମାନରେ ୧୭୯ ଯାତ୍ରୀ ଥିବା ବେଳେ ସେଥିରୁ ୧୨୫  ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଇଟାଲୀରୁ ଆସିଥିବା ଏକ ଫ୍ଲାଇଟ୍ ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ୧୨୫ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ଅମୃତସର ଏୟାରପୋର୍ଟ ନିର୍ଦ୍ଦେଶକ ବି.କେ. ସେଠ୍ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏଣିକି ଭୁବନେଶ୍ୱର ଏୟାରପୋର୍ଟରେ ପାଦ ପକାଇଲେ ହେବ କରୋନା ଟେଷ୍ଟ । ଯେତେ ଯାତ୍ରୀ ଆସିବେ ସମସ୍ତେ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ । ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଏଭଳି କଡ଼ା ଗାଇଡଲାଇନ ଜାରି କରିଛି ବିଏମ୍‌ସି (BMC) । ଭୁବନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ RT-PCR ଟେଷ୍ଟ ପାଇଁ ନିର୍ଦ୍ଦେଶ BMC ନିର୍ଦେଶ ଦେଇଛି । ଗତକାଲି ଏହି ଘୋଷଣା କରିଛି ବିଏମ୍‌ସି । କେବଳ ୭୨ ଘଣ୍ଟା ପୂର୍ବର RT-PCR ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ସମସ୍ତଙ୍କର ଟେଷ୍ଟ ହେବ । ୭୨ ଘଣ୍ଟାର ନେଗେଟିଭ ରିପୋର୍ଟ ଥିବା ଯାତ୍ରୀଙ୍କୁ ଛାଡ଼ି ଅନ୍ୟମାନଙ୍କ ଟେଷ୍ଟ ହେବ ବୋଲି କୁହାଯାଇଛି ।

Advertisment

ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ପଜିଟିଭ ଆସେ, ତେବେ ପର ମୂହୁର୍ତ୍ତରେ ପ୍ରୋଟୋକଲ ଅନୁସାରେ ପରବର୍ତ୍ତୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛି ବିଏମ୍‌ସି । ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ ଲାଗୁ ପାଇଁ ନୋଟିସ କରିଛି (Bhubaneswar Municipal Corporation) ବିଏମ୍‌ସି ।

ସେପଟେ କରୋନାର ଓମିକ୍ରନ୍ ଭାରିଆଣ୍ଟ, ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ଗୁରୁତର ବୋଲି ଜଣାପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି । କିନ୍ତୁ ଏହାକୁ ହାଲୁକା ଭାବେ ନେଇ ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ କହିଛନ୍ତି। ଗତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଥିଯୋଗୁ ଅନେକ ଲୋକ ମେଡିକାଲରେ ଭର୍ତ୍ତି ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି। କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟାବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। 

COVID-19 Corona Omicron
Advertisment
Advertisment