• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବଢୁଛି ମାଟି ଜିନିଷରର ଚାହିଦା

ଆଧୁନିକତା ଏବଂ ଫ୍ୟାଶନର ଦ୍ରୁତ ବୃଦ୍ଧିରେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିଠାରୁ ଅଧିକ ଦୂରେଇ ଯାଉଛନ୍ତି । ଏଥି ପାଇଁ ମଣିଷ ସେହି ଜିନିଷଗୁଡ଼ିକରୁ ଦୂରେଇ ଯାଇଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଥିଲା, କିନ୍ତୁ ରୋଗ ପୁଣି ଥରେ ଲୋକଙ୍କୁ ପ୍ରାକୃତିକ ଜିନିଷ ସହିତ ସଂଯୋଗ କରିବାକୁ ଶିକ୍ଷା ଦେଉଛି । ୱାଟର କୁଲର, ଗ୍ରାଇଣ୍ଡର, ଷ୍ଟିଲ ଏବଂ ପ୍ଲାଷ୍ଟିକ ବ୍ୟବହାର କରୁଥିବା ସେହି ଲୋକମାନେ ବର୍ତ୍ତମାନ ମାଟି ହାଣ୍ଡି, ଶିଳ, ଲୁହା କଡେଇ ଏବଂ ତମ୍ବା ବୋତଲ ପ୍ରତି ଆକର୍ଷିତ ହେଉଛନ୍ତି।

ପୋଷକ ତତ୍ତ୍ୱରେ ଭରପୁର:

  • ମାଠିଆ ଏବଂ ସୁରେଇରେ ପାଣି ଭର୍ତ୍ତି କରି ରଖିବା ଦ୍ୱାରା ଏହା କେବଳ ଥଣ୍ଡା ହୋଇନଥାଏ ବରଂ ଏଥିରେ ପ୍ରଚୁର ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ ଏବଂ ଏହାର ସ୍ୱାଦ ମଧ୍ୟ ମଧୁର ହୋଇଥାଏ ।
  • ମାଟିରେ ନାଇଟ୍ରୋଜେନ୍, ଫସଫରସ୍, ପୋଟାଶ୍, କ୍ୟାଲସିୟମ୍, ସଲଫର୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଉପାଦାନ ରହିଥାଏ, ଯାହା ଶରୀରକୁ ଅନେକ ରୋଗ ବିରୁଦ୍ଧରେ ଲଢିବା ପାଇଁ ଶକ୍ତି ମଧ୍ୟ ଦେଇଥାଏ ।

ଶରୀରକୁ ମିଳିଥାଏ ୧୦୦% ପୋଷକ ତତ୍ତ୍ୱ:

  • ଆଲୁମିନିୟମ ବାସନରେ ରାନ୍ଧିବା ଦ୍ୱାରା ୮୭% ପୋଷକ ତତ୍ତ୍ୱ, ପିତ୍ତଳରେ ୭% ପୋଷକ ତତ୍ତ୍ୱ ଏବଂ କଂସା ବାସନରେ ଏହାର ୩% ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । --ମାଟିପାତ୍ରଗୁଡ଼ିକରେ ରୋଷେଇ କରିବା ଦ୍ୱାରା ୧୦୦% ପୋଷକ ତତ୍ତ୍ୱ ଶରୀରକୁ ମିଳିଥାଏ । ଏଥି ସହିତ ଏଥିରେ ରନ୍ଧା ଯାଇଥିବା ଖାଦ୍ୟ ଅନ୍ୟ ବାସନ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହୋଇଥାଏ ।

ମାଟି ବାସନରେ ରାନ୍ଧିବାର ଫାଇଦା:

  •  ମାଟି ବାସନରେ ଖାଇବା ପିଇବା କାରଣରୁ କୋଷ୍ଠକାଠିନ୍ୟ, ଅମ୍ଳତା ସମସ୍ୟା ହୋଇନଥାଏ । ଏହାର କ୍ଷାରୀୟ ଗୁଣ ମଧ୍ୟ ଶରୀରରେ pH ସ୍ତରକୁ ମଧ୍ୟମ ରଖିଥାଏ ।
  • ଏହା ଶରୀରରେ କ୍ୟାନ୍ସର ଆଶଙ୍କା ଦୂର କରିଥାଏ
  • ଆପଣ ଖାଦ୍ୟକୁ ମାଟି ବାସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିପାରିବେ । କାରଣ ଏହା ଖାଦ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିଥାଏ ।
  • ମାଟି ପାତ୍ର ଜଳକୁ ଶୁଦ୍ଧ କରିବା ପାଇଁ କାମ କରିଥାଏ ।