• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ESIC ପକ୍ଷରୁ ୩୬୦୦ପଦବୀ ପାଇଁ ବିଜ୍ଞପ୍ତି

ESIC ଆଣି ଦେଇଛି ଖୁସି ଖବର । ୧୦ମ ଠାରୁ ଆରମ୍ଭ କରି ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଏହି ୩୬୦୦ ପଦବୀରେ ଆବେଦନ କରିପାରିବେ । ପ୍ରଥମ ଶ୍ରେଣୀ କ୍ଲର୍କ, ଷ୍ଟେନୋଗ୍ରାଫର ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପାଇଁ ଖାଲିପଡିଛି ପଦବୀ । ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ESIC ପକ୍ଷରୁ ପ୍ରକାଶିତ ୩୬୦୦ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ । ପ୍ରଥମ ଶ୍ରେଣୀ କ୍ଲର୍କ ପଦବୀ,ଷ୍ଟେନୋଗ୍ରାଫର ପଦବୀ,ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ESICର ବିଜ୍ଞପ୍ତି ଅନୁଯାୟୀ, ଆବେଦନ କରୁଥିବା ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ହୋଇଥିବା ଦରକାର । ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ମଧ୍ୟ ରହିଛି। ସେହିପରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ଡିଭିଜନ କ୍ଲର୍କ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ ଅଟେ । ଏହା ସହିତ ପ୍ରାର୍ଥୀଙ୍କ ନିକଟରେ କମ୍ପ୍ୟୁଟର କୋର୍ସ କରିଥିବା ଜରୁରୀ ଅଟେ । ତେବେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଦରମା ରହିଛି।

ପଦବୀ ପାଇଁ ଆବେଦନ ଶୁଳ୍କ:

ପଦବୀ ପାଇଁ ଆବେଦନ ଶୁଳ୍କ ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ପାଇଁ ୨୫୦ ଟଙ୍କା ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।