• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • 'ଦ ୱାର୍ଲଡ୍‌ ଆଇଲ୍ୟାଣ୍ଡ ': ଛୋଟ ଦ୍ୱୀପର କୃତ୍ରିମ ଦ୍ୱୀପ ସମୂହ

ଦୁବାଇ କୃତ୍ରିମ ଦ୍ୱୀପ ନିର୍ମାଣରେ ସମଗ୍ର ପୃଥିବୀରେ ପ୍ରସିଦ୍ଧ । ଆଉ ସେହି କ୍ରମରେ ସେଠାରେ ନିର୍ମାଣ ହୋଇଛି 'ଦ ୱାର୍ଲଡ୍‌ ଆଇଲ୍ୟାଣ୍ଡ '। ଅର୍ଥାତ୍‌ ସମଗ୍ର ଦୁନିଆ ଆକାରର ଏହା ଗୋଟିଏ ଆଇଲ୍ୟାଣ୍ଡ । ଏହା ଛୋଟ ଛୋଟ ଦ୍ୱୀପର କୃତ୍ରିମ ଦ୍ୱୀପ ସମୂହ । ଏଥିରେ ପୃଥିବୀର ସବୁ ଦେଶ ସାମିଲ ଅଛି । ଏହା ପୃଥିବୀର ନକ୍ସା ଆକାରର । ଏହି ଆଇଲ୍ୟାଣ୍ଡ ଦୁବାଇ ଠାରୁ ମାତ୍ର ୪ କିଲୋମିଟର ଦୂରରେ ସଂଯୁକ୍ତ ଆରବ ଏମିରେଟ କୂଳରେ ଅବସ୍ଥିତ ।

ଏହି ଦ୍ୱୀପର ନିର୍ମାଣ ଦୁବାଇର ଉପକୂଳ ଅଂଚଳର ବାଲି ଦ୍ୱାରା କରାଯାଇଛି । ଦୁବାଇ ଶାସକ ଶେଖ୍‌ ମହମ୍ମଦ ବିଲ୍‌ ରାସିକ ଅଲ୍‌ ମକତୁନଙ୍କ ଦ୍ୱାରା ଏହାର ପରିକଳ୍ପନା କରାଯାଇଥିଲା । ଏହାର ନିର୍ମାଣ ୨ଟି ଡଚ୍‌ କମ୍ପାନୀ ଦ୍ୱାରା କରାଯାଇଛି । ଏହି  ଦ୍ୱୀପରେ ୩୦୦ ଦ୍ୱୀପ ରହିଛି । ଏହାର ନିର୍ମାଣ କାର୍ଯ୍ୟ ୨୦୦୩ରେ ଆରମ୍ଭ ହୋଇଥିଲା । କେବଳ ୨୦୦୮ରେ ଆଥିର୍କ ସଙ୍କଟ ସମୟରେ କାମ ଅଟକି ଯାଇଥିଲା । ଏହି ଦ୍ୱୀପକୁ ବ୍ୟବସାୟିକ ଭାବେ ବିକଶିତ କରାଯାଇଥିଲା ।

୨୦୧୩ ସୁଦ୍ଧା ୨ଟି ଦ୍ୱୀପ ବିକଶିତ ହୋଇସାରିଥିଲା । ଏଠାରେ ଦ୍ୱୀପ ଗୁଡିକ ୧୪ରୁ ୪୨ ହଜାର ବର୍ଗ କ୍ଷେତ୍ରରେ ରହିଛି । ଦ୍ୱୀପ ଗୁଡିକ ମଧ୍ୟରେ ଦୂରତା ହାରାହାରି ୧୦୦ ମିଟର । ଏହି ଆଇଲ୍ୟାଣ୍ଡ ୩୨ କୋଟି ୧୦ ଲକ୍ଷ କ୍ୟୁବିକ ମିଟର ବାଲିରେ ନିର୍ମିତ । ଏହାର ଡିଜାଇନ୍‌ କ୍ରିଏଟିଭ୍‌ କିଙ୍ଗଡମ୍‌, ଦୁବାଇ ଦ୍ୱାରା କରାଯାଇଥିଲା । ଏହା ପାଖାପାଖି ୬୯ କିଲୋମିଟର କ୍ଷେତ୍ର କଭର କରିଥାଏ । ଏହାର ଆକାର ଅଣ୍ଡାକାର । ଆଉ ତାସହ ଏକ ବ୍ରିକ୍‌ ଅଣ୍ଡର ୱାଟର ଦ୍ୱୀପ ଏହାକୁ ଚାରିପାଖରୁ ଘେରି ରହିଛି ।

THE WORLD ISLAND, DUBAITHE WORLD ISLAND, DUBAI

୨୦୦୫ରେ ଏହାର ବ୍ୟୟ ପାଖାପାଖି ୧୩ ବିଲିୟନ ସିଏଡି ଆକଳନ କରାଯାଇଥିଲା । ଏଠାରେ ସିଏଡିର ଅର୍ଥ କାନାଡିଆନ୍‌ ଡଲାର । ଏଥିରେ ଶ୍ରୀଲଙ୍କା, ଭାରତ, ନେପାଳ ଭଳି ଅନେକ ଦେଶ ସାମିଲ ଅଛନ୍ତି । ଅବଶ୍ୟ ଏଠାରେ ଏ ଯାଏଁ ସବୁ ଦ୍ୱୀପରେ ବସତି ସ୍ଥାପନ ହୋଇପାରିନାହିଁ । କିନ୍ତୁ ଯେବେ ବି ଏହି ସମ୍ପୂର୍ଣ୍ଣ ବିଶ୍ୱ ଦ୍ୱୀପର ନିର୍ମାଣ ସରିବ, ସେ ସମୟରେ ଦୃଶ୍ୟ ନିଶ୍ଚୟ ମନମୁଗ୍ଧକର ଓ ରୋମାଂଚକର ହେବ ।

ନିକଟ ଅତୀତରେ ଖବର ଆସିଥିଲା ଯେ,ଏହି ଦ୍ୱୀପ ସମୂହ ବୁଡିବାରେ ଲାଗିଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହି କଥାକୁ ଖଣ୍ଡନ କରିଦି‌ଆଗଲା । ଆଉ ଏହାର ନିର୍ମାଣ କାର୍ଯ୍ୟ ଲଗାତାର ଜାରି ରହିଛି । ଅନ୍ୟପଟେ ସବୁ ଆଇଲ୍ୟାଣ୍ଡ ଗୁଡିକୁ ଯାତାୟତ ରାସ୍ତା ସହ ଯୋଡା ଯିବା ନେଇ ବିଚାର ଚାଲିଛି । ତେବେ ପ୍ରତ୍ୟେକ ଭ୍ରମଣ ପ୍ରିୟ ତଥା ପର୍ଯ୍ୟଟକ ଏହାକୁ କ୍ରିଏଟିଭିଟିର ଅଦ୍ଭୁତ ନମୁନା ବୋଲି ବିବେଚନା କରିଥା‌ଆନ୍ତି ।