ଯଦି ଆପଣଙ୍କର ଚର୍ମ ସମସ୍ୟା ଅଛି କିମ୍ବା ସକାଳୁ ଉଠିବା ପରେ ପେଟ ସଫା ହେଉନାହିଁ, ତେବେ ଆପଣ ନିଶ୍ଚିତ ଭାବରେ ଆଲୋଭେରା ଜୁସ୍ ପିଇବା ଉଚିତ୍ । ଏହା କେବଳ ସ୍କିନ୍ ଗ୍ଲୋଇଙ୍ଗ କରିନଥାଏ ବରଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
ଅଧିକାଂଶ ଲୋକେ ସକାଳେ ଜଳଖିଆରେ ଜିଲାପି ଖାଇବାକୁ ପସନ୍ଦ କରନ୍ତି। ଅନେକ ଲୋକ ଏବେ ମଧ୍ୟ ପାରମ୍ପରିକ ଭାବେ ପିଲାଙ୍କୁ ପରୀକ୍ଷା ପୂର୍ବରୁ କିମ୍ବା କୌଣସି ଶୁଭ କାମରେ ଯିବା ପୂର୍ବରୁ କ୍ଷୀର ଜିଲାପି ଖୁଆଇଥାନ୍ତି। କିନ୍ତୁ କ୍ଷୀର ସହ ଜିଲାପି ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ଆପଣ ଜାଣିଛନ୍ତି କି ? କ୍ଷୀର ସହ ଜିଲାପି ଏକ ସୁପରଫୁଡ ସହ ସମାନ।
ରୋଗୀଙ୍କୁ ଭୁଲ ଇଂଜେକସନ୍ ଦିଆଯାଇଥିବା ଅଭିଯୋଗ। ଏନେଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ନର୍ସଙ୍କ ଅବହେଳାକୁ ଦାୟୀ କଲେ ରୋଗୀଙ୍କ ପରିବାର । ଶୁଣନ୍ତୁ ପୁରା ଘଟଣା ସଂପର୍କରେ .
କରୋନା ସମୟରେ ଲାଭବାନ ହୋଇଛନ୍ତି ଓଡ଼ିଶାର ଘରୋଇ ହସ୍ପିଟାଲ । ସବୁଠୁ ଅଧିକ ନେଇଛି ରାଉରକେଲାର ଜୟପ୍ରକାଶ ହସ୍ପିଟାଲ । ଏକ ଘରୋଇ ହସ୍ପିଟାଲକୁ ଏତେ ମାତ୍ରାରେ ଅନୁକମ୍ପା ରାଶି କଣ ପାଇଁ ?
ରୋଗୀଙ୍କୁ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକସନ ଦେବାକୁ ଆଣିଥିଲେ । ତେବେ ସେଠାରେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ଓ୍ୱାଟର ମିଶାଇ ଦେବା ବଦଳରେ କେବଳ ଡିଷ୍ଟିଲ ଓ୍ୱାଟରକୁ ସିରିଞ୍ଜରେ ପୂରାଇ ରୋଗୀକୁ ଦେଇଥିବା ଅଭିଯୋଗ କରିଛନ୍ତି ।
କୋଭିଡ ଚିକିତ୍ସା ବାବଦରେ ରାଜ୍ୟର କେଉଁ ହସ୍ପିଟାଲ ନେଇଛନ୍ତି କେତେ ଟଙ୍କା ? ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସ । ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲକୁ ଦିଆଯାଇଛି ୯୫ ପ୍ରତିଶତ ଟଙ୍କା । ସରକାରୀ ତହବିଲରୁ ସବୁଠୁ ଅଧିକ ୭୭ କୋଟି ୩୨ ଲକ୍ଷ ଟଙ୍କା ନେଇଛି ରାଉରକେଲାର ଜୟପ୍ରକାଶ ହସ୍ପିଟାଲ । ଏନେଇ ଅଡିଟର ଆବଶ୍ୟକତା ଥିବା ଦାବି କଲେ ବୁଦ୍ଧିଜୀବୀ ।
ରାଜଧାନୀ ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ଲକ୍ଷ ଲକ୍ଷ ଲୋକ । ହେଲେ ଏବେ ଏହା ଏକ ରେଫରାଲ ହସପିଟାଲ ହୋଇ ଯାଇଥିବା ଅଭିଯୋଗ ହୋଇଛି ।
ପୁଅକୁ ଜୀବନ ଦେବାକୁ ବାପାମା’ଙ୍କ ଆକୁଳ ନିବେଦନ । କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି । ସମସ୍ତ କିଛି କିଛି ସାହାଯ୍ୟ କଲେ ପୁଅ ବଞ୍ଚିଯିବ ବୋଲି କହୁଛନ୍ତି ।
ଜଣେ ବ୍ୟକ୍ତିକୁ ସାରା ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ ଖାଇବା ଉଚିତ୍ । ଯଦି ଆପଣ ଏହାଠାରୁ ଅଧିକ ସେଓ ଖାଉଛନ୍ତି ତେବେ ଏହାର ସାଇଡ ଇଫେକ୍ଟ ହୋଇପାରେ । ଚାଲନ୍ତୁ ଜାଣିବା ଅଧିକ ସେଓ ଖାଇବା ସ୍ୱାସ୍ଥ୍ୟ ପ୍ରତି କେତେ ହାନିକାରକ ।
ସ୍ୱାସ୍ଥ୍ୟ ହିଁ ସଂପଦ । ଏବେ ଚାଲିଛି ଶୀତ ଋତୁ । ଥଣ୍ଡା,କାଶ, ଜର ବହୁତ ଶୀଘ୍ର ଶରୀରକୁ ଆକ୍ରାନ୍ତ ହୋଇଥାଏ । ତେବେ ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।
ଯଦି ଆପଣ ଦିନସାରା ଅନେକ ଥର ଗରମ ପାଣି ପିଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କର ଏହି ଅଭ୍ୟାସ କ୍ଷତି ପହଞ୍ଚାଇପାରେ । ତେବେ ଚାଲନ୍ତୁ ଜାଣିବା ବାରମ୍ବାର ଗରମ ପାଣି ପିଇଲେ କଣ ହୁଏ ।
ପ୍ରାୟତଃ ସବୁ ଭାରତୀୟଙ୍କ ସକାଳର ଗରମାଗରମ 'ଚା' ନିହାତି ଦରକାର । ସାଧାରଣତଃ ସକାଳୁ ଉଠିଲେ ଚା ଆଗ ସମସ୍ତେ ଖୋଜିଥାନ୍ତି । କିନ୍ତୁ ପ୍ରତିଦିନ 'ଚା' ପିଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ଭଲ କେତେ ଖରାପ । ତାହା ଆପଣ ଜାଣନ୍ତି କି ? ଚାଲନ୍ତୁ ଜାଣିବା
ଆଡୋଲୋସେନ୍ସ ବା କିଶୋରାବସ୍ଥା ହିଁ ଅନେକ ପରିବର୍ତ୍ତନର କାରଣ ହୋଇଥାଏ। ଏହି ବୟସରେ ହିଁ ମଣିଷ ନିଜକୁ ସୁପଥରେ ନିଏ ନ ହେଲେ କୁପଥରେ। ତେବେ ଜୀବନଶୈଳୀକୁ ଉଚିତ ମାର୍ଗରେ ନେବା ପାଇଁ କ’ଣ କୁହନ୍ତି ଡା. ଇପ୍ସିତା ପ୍ରଧାନ ଆସନ୍ତୁ ଜାଣିବା।
ସୁନ୍ଦର ହେବା ପାଇଁ ଚାହୁଁଛନ୍ତି କି, ତାହେଲେ ଚାପୁଡ଼ା ଖାଆନ୍ତୁ । ଆଶ୍ଚର୍ଯ୍ୟ ହୋଇଗଲେ ନା । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେଲେ ବି ସତ । ମୁହଁରେ ଚାପୁଡ଼ା ମାରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଓ ଏହା ଦ୍ୱାରା ମୁହଁ ବା ଚେହେରାରେ ଚମକ ଆଣିଥାଏ । ତେବେ ଚାଲନ୍ତୁ ଜାଣିବା ଡାପୁଡ଼ା ଖାଇବା ଦ୍ୱାରା କିପରି ସୈନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ।
ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ହସିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି । ଏପରିକି ହସିବା ପାଇଁ ‘ଲାଫିଙ୍ଗ କ୍ଲବ’ ମାନ ସଂଖ୍ୟାଧିକ ରହିଛି । ହେଲେ କଣ ଆପଣ ଜାଣିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଶରୀର ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ରହିଛି ।
ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାନ୍ତି । ଏନେଇ ଚ୍ୱଚ୍ଚାପାଇଁ ବିଭିନ୍ନ କସମେଟିକ୍ ଦ୍ରବ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ ।
ରୋଜଗାରିଆ ମଣିଷଟି ବିଛଣାରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଛି । ବିଝାଂରପୁର ବ୍ଲକ ଚିକ୍କଣା ପଂଚାୟତ ଲେଙ୍କା ସାହିର ଚାନ୍ଦମଣି ଜେନା ପାନକ୍ରିଆଜ୍ କ୍ୟାନସରରେ ପୀଡିତ । ଗରିବ ଓ ଦିନ ମଜୁରିଆ ଭାବେ କାମ କରୁଥିବା ମଣିଷ ଜଣକ ଅର୍ଥ ଅଭାବରୁ ଚିକିତ୍ସିତ ହୋପାରୁନାହାନ୍ତି ।
ଶରୀର ପାଇଁ ଲାଭଦାୟକ ଅଟେ ଚକୋଲେଟ୍ । ବିଶେଷ କରି ହୃତପିଣ୍ଡ ପାଇଁ ଚକୋଲେଟ୍ ବହୁତ ଲାଭଦାୟକ ଅଟେ, ଶରୀରରେ କୋଲେଷ୍ଟ୍ରଲ୍ କମେଇବାରେ, ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟର ଅନ୍ୟାନ ଲାଭଦାୟକ ଗୁଣ ବିଷୟରେ ....
ଘିଅ ଓ ଗୁଡ଼ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ । ଉଭୟ ଘିଅ ଓ ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ । ଯଦି ଘିଅ ଓ ଗୁଡକୁ ଏକାସାଙ୍ଗରେ ସେବନ କରଯାଏ ତାହେଲେ ଶରୀରକୁ ଏହା ଅନେକ ଲାଭ ଦେଇଥାଏ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଘିଅ ଓ ଗୁଡ଼ର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ ।
ଶୀତଋତୁରେ ଆମେ ପ୍ରାୟ ବଜାରରେ ଗାଜର ପ୍ରଚୁର ପରିମାଣରେ ଦେଖିବାକୁ ପାଇଥାଉ । ଯେଉଁଥିରେ ରହିଛି ଅନେକ ପୋଷାକ ତତ୍ତ୍ଵ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁକରି ବିଶେଷ ଭାବରେ ଶୀତଋତୁରେ ଗାଜର ଖାଇବାକୁ ଚିକିତ୍ସକ ମାନେ କହିଥାଆନ୍ତି ।
ଔଷଧୀୟ ଗୁଣରେ ଭରପୁର ଜିରା । ଜିରାର ବୈଜ୍ଞାନିକ ନାମ ହେଲା କ୍ୟୁମିନନ ସାୟମିନମ । ଜିରା ଦୁଇ ପ୍ରକାରର ଗୋଟିଏ ହେଉଛି କଳାଜିରା ଓ ଅନ୍ୟଟି ହେଉଛି ସାଧାରଣ ଜିରା, ଯାହାକୁ ଆମେ ଧଳାଜିରା କହିଥାଉ । ତେବେ ଜିରା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ ।
ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୋଉ ବାପା-ମା ବା ଚିନ୍ତିତ ନୁହନ୍ତି। ତେବେ ଏଠି ଜାଣନ୍ତୁ, ଶିଶୁକୁ ବାହ୍ୟ ସଂକ୍ରମଣରୁ ବଞ୍ଚାଇବା ପାଇଁ କ’ଣ କୁହନ୍ତି ପୁଷ୍ଟି ବିଜ୍ଞାନୀ ଜ୍ୟୋତ୍ସ୍ନା ମହାପାତ୍ର।
ଅସୁରକ୍ଷିତ ମା’ ଗୃହ । ଯତ୍ନ ନାରେ ଅସୁବିଧା ଭୋଗୁଛନ୍ତି ଗର୍ଭବତୀ ।
ଲବଙ୍ଗ ଏକ ଉପକାରୀ ମସଲା । ଲବଙ୍ଗ ତେଲରେ ଆଣ୍ଟି-ଇନଫ୍ଲାମେଟୋରୀ,ଆଣ୍ଟି-ଭାଇରାଲ,ଆଣ୍ଟି-ସେପ୍ଟିକ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ ମୁଣ୍ଡ ବିନ୍ଧାଠୁ ନେଇ ମାନସିକ ଚାପ ଦୂର କରେ ଲବଙ୍ଗର ତେଲ । ଆସନ୍ତୁ ଜାଣିବା ଲବଙ୍ଗ ତେଲର ଫାଇଦା ।
ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସେ । ତାଙ୍କ ଆଗରେ ବୟସ ହାର୍ ମାନିଛି ,ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା । ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର ପ୍ରତିନିଧି ଘଟେଶ୍ୱର ମିଶ୍ର।