• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ତେନ୍ତୁଳି ଜୁସ୍‌ ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ

ତେନ୍ତୁଳିରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ଭଳି ଉପାଦାନ ରହିଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। ଯଦି ଆପଣ ନିଜ ଡାଏଟ୍‌ରେ ସାମିଲ୍‌ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଜୁସ୍‌ ଆକାରରେ ପିଇ ପାରିବେ ।

ଓଜନ ହ୍ରାସ:

ତେନ୍ତୁଳିକୁ ଜୁସ୍‌ ଖବ୍‌ ଉପକାରୀ ଅଟେ। ତେନ୍ତୁଳି ରସରେ ସାମାନ୍ୟ ଡାଇୟୁରେଟିକ୍ ଗୁଣ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଫାଇବରର ମାତ୍ର ଭରପୂରଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଭିତରର ସିଷ୍ଟମକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିବ ।

ହାର୍ଟ ସମସ୍ୟା ହ୍ରାସ୍‌:

ତେନ୍ତୁଳି ଜୁସ୍‌ ହାର୍ଟ ପାଇଁ ଭଲ ବୋଲି ବିବେଚନା କରାଯାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ରଖିଥାଏ।

ହଜମ ପ୍ରକ୍ରିୟା ଭଲ ହେବ:

ତେନ୍ତୁଳି ଜୁସ୍‌ ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ । ଶରୀର ସୁସ୍ଥ ରହିବା ସହ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । ଅମୃତଭଣ୍ଡା, କୋଷ୍ଠକାଠିନ୍ୟ, ପେଟ ଫାଟିଯିବା କିମ୍ବା ଫୁଲିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେନ୍ତୁଳି ଜୁସ୍‌ ଖୁବ୍‌ ଲାଭଦାୟକ ।

ସୌନ୍ଦର୍ଯ୍ୟ ବୃଦ୍ଧି:

ବାହ୍ୟ ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ, ଆମେ ମୁହଁରେ ବହୁତ କିଛି କରିଥାଉ। ଏଥିପାଇଁ ଚର୍ମ ଭିତରରୁ ପୋଷଣ ମିଳିବା ନିହାତି ଆବଶ୍ୟକ। ଯେଉଁଥିପାଇଁ ସୁସ୍ଥ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ପ୍ରତିଦିନ ଏହି ଜୁସ୍‌ ପିଇବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିପାରେ । ଏଥିରେ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମର ଗଠନକୁ ସଜାଡ଼ିବାରେ ସାହାଯ୍ୟ କରିବ ।