/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650374136.jpg)
Lemon price hike in India, what is best source of vitamin-c
କରୋନା ସଂକ୍ରମଣ ଠାରୁ ଆମେ ସମସ୍ତେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚେଷ୍ଟା କରୁଛୁ। ଅଧ୍ୟୟନରୁ ଜଣାପଡିଛି ଯେ ଭିଟାମିନ୍-ସି ଓ ଡିରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ଲେମ୍ବୁକୁ ଭିଟାମିନ୍-ସି ର ସବୁଠାରୁ ସହଜ ଏବଂ ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ପ୍ରକାଶଥାଉ ଯେ ୧୦୦ ଗ୍ରାମ ଲେମ୍ବୁରୁ ୫୩ ମିଗ୍ରା ଭିଟାମିନ୍-ସି ମିଳେ। ସୁସ୍ଥ ରହିବାକୁ ଜଣେ ବ୍ୟକ୍ତି ପ୍ରତିଦିନ ୬୫-୯୦ ମିଗ୍ରା ଭିଟାମିନ୍-ସି ଆବଶ୍ୟକ କରେ। କିନ୍ତୁ ଏବେ ଲେମ୍ବୁରେ ନିଆଁ ଲାଗିଛି। ଏହାର ଦର ଆକାଶ ଛୁଆଁ। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ଭାରୀ ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଭିଟାମିନ୍-ସି ପାଇବା ପାଇଁ ଲେମ୍ବୁ ବ୍ୟତୀତ ଖାଦ୍ୟରେ ଆଉ କେଉଁ ଜିନିଷ ନିଆଯାଇପାରେ?
ଲେମ୍ବୁ ବ୍ୟତୀତ କମଳା, ଅଙ୍ଗୁର, ଅଁଳା ପରି ଅନ୍ୟ ଖଟା ଫଳଗୁଡ଼ିକରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ସି ଥାଏ। ଗୋଟିଏ ମଧ୍ୟମ ଆକାରର କମଳାରେ ୭୦ ମିଲିଗ୍ରାମ ଭିଟାମିନ୍ ସି ଥାଏ। କମଳା ଚର୍ମ ସହିତ ଅନେକ ପେଟ ସମସ୍ୟା ପାଇଁ ଲାଭ ହୋଇଥାଏ। ସେହିପରି ୧୦୦ ଗ୍ରାମ ଅଙ୍ଗୁରରୁ ପ୍ରାୟ ୩୨ମିଗ୍ରା ଭିଟାମିନ୍-ସି ମିଳେ।
ଭିଟାମିନ୍ ସି’ରେ ଭରା କିୱି:
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିୱି ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ଏହା ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ଅଟେ, ଏବଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଶରୀରକୁ ଅନେକ ପ୍ରକାରର ଗମ୍ଭୀର ଏବଂ କ୍ରନିକ୍ ରୋଗରୁ ରକ୍ଷା କରିଥାଏ। ୧୦୦ ଗ୍ରାମ କିୱିରେ ୯୨ ମିଗ୍ରା ଭିଟାମିନ୍-ସି ମିଳେ। ପ୍ରତିଦିନ ଗୋଟିଏ କିୱି ଫଳ ସାମିଲ କରିବା ଉଚିତ।
ସବୁଜ ପନିପରିବା:
ସବୁଜ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍-ସି ମିଳିଥାଏ। ୧୦୦ଗ୍ରାମ ପାଳଙ୍ଗରୁ ୨୮ ମିଗ୍ରା ଭିଟାମିନ୍-ସି ଥାଏ। ଏନେଇ ଖାଦ୍ୟରେ ଶାଗକୁ ସାମିଲ କରନ୍ତୁ।
ଟମାଟୋ:
ଲାଲ ଟମାଟୋ ଭିଟାମିନ୍ ସି ରେ ମଧ୍ୟ ଭରପୂର। ଗୋଟିଏ କପ୍ ଟମାଟୋରେ ପ୍ରାୟ ୨୫ ମିଗ୍ରା ଭିଟାମିନ୍-ସି ଥାଏ। ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଶରୀରକୁ କ୍ରନିକ୍ ରୋଗର ବିପଦରୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)