Advertisment

ସୁଖ ନିଦ୍ରା ପାଇଁ କରନ୍ତୁ ଅନୁଲୋମ୍-ବିଲୋମ୍; ବ୍ରୋଙ୍କାଇଟିସ୍‌ରୁ ମିଳିବ ମୁକ୍ତି

ଅନୁଲମ୍-ବିଲୋମ୍ ପ୍ରାଣାୟାମ ହେଉଛି ଶ୍ୱାସ ନେବା ଓ ଛାଡିବାର ଏକ ପ୍ରକ୍ରିୟା, ଯାହା ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ। ଏହି ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ଚାପ, ଉଦାସୀନତା ଓ ଚିନ୍ତାଜନିତ ରୋଗ ହ୍ରାସ ହେବା ସହିତ ହୃଦୟ, ଫୁସ୍‌ଫୁସ୍‌ ଓ ଶରୀରର ଅନ୍ୟ ଅଙ୍ଗକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ।

author-image
Pramod Behera
ଅଦ୍ୟତନ ହୋଇଛି
Anulom Vilom pranayama steps and health benefits

Anulom Vilom pranayama steps and health benefits

ପ୍ରାଣାୟାମର ନିୟମିତ ଅଭ୍ୟାସ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ସହଜ ଏବଂ ଉତ୍ତମ ବିକଳ୍ପ ଭାବରେ ଏହାକୁ ବିବେଚନା କରାଯାଏ। ପ୍ରାଣାୟାମ ଉଭୟ ମନ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହିତ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ବିପଦରୁ ରକ୍ଷା କରେ। ମାତ୍ର ମେଇ ସମୟର ପ୍ରାଣାୟାମ ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ବୁଷ୍ଟର ଭଳି କାମ କରିଥାଏ। ଏଥିରେ ଅନୁଲୁମ୍-ବିଲୋମ୍ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।

Advertisment

ଅନୁଲମ୍-ବିଲୋମ୍ ପ୍ରାଣାୟାମ ହେଉଛି ଶ୍ୱାସ ନେବା ଓ ଛାଡିବାର ଏକ ପ୍ରକ୍ରିୟା, ଯାହା ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ। ଏହି ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ଚାପ, ଉଦାସୀନତା ଓ ଚିନ୍ତାଜନିତ ରୋଗ ହ୍ରାସ ହେବା ସହିତ ହୃଦୟ, ଫୁସ୍‌ଫୁସ୍‌ ଓ ଶରୀରର ଅନ୍ୟ ଅଙ୍ଗକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ।

ପ୍ରାଣାୟାମ ଅଭ୍ୟାସ ଅତି ସହଜ ଏବଂ ପ୍ରଭାବଶାଳୀ ହୋଇଥାଏ, କିନ୍ତୁ ଏହାକୁ କରିବାକୁ ହେଲେ ଏହାର ସଠିକ ବିଧିକୁ ଜାଣିବାର ଅଛି। ନିୟମିତ ଏହି ଅଭ୍ୟାସ ଆପଣଙ୍କ ଶରୀରରେ କୌଣସି ବି ସମୟରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରେ।

Advertisment

କିପରି କରିବେ:

- ଅନୁଲୁମ୍-ବିଲୋମ୍ ଅଭ୍ୟାସ କରିବାକୁ, ସର୍ବପ୍ରଥମେ ଧ୍ୟାନପୂର୍ବକ ବସନ୍ତୁ

- ବାମ ହାତରେ ଜ୍ଞାନ ମୁଦ୍ରା କରନ୍ତୁ, ଡାହାଣ ହାତର ବୁଢା ଆଙ୍ଗୁଠିରେ ଡାହାଣ ନାକ ପୁଡାକୁ ବନ୍ଦ କରନ୍ତୁ

- ବାମ ପୁଡା ଦେଇ ଦୀର୍ଘ ନିଶ୍ୱାସ ନିଅନ୍ତୁ

- ବର୍ତ୍ତମାନ ବାମ ପୁଡାକୁ ମଝି ଆଙ୍ଗୁଠିରେ ବନ୍ଦ କରି ଡାହାଣ ପୁଡାରେ ଶ୍ୱାସ ବାହାର କରନ୍ତୁ

- ବର୍ତ୍ତମାନ ଏହି ସମାନ ପ୍ରକ୍ରିୟାକୁ ଅନ୍ୟ ପୁଡାରେ ପୁନରାବୃତ୍ତି କରନ୍ତୁ

- ପ୍ରତିଦିନ ଅତିକମରେ ୫-୧୦ମିନିଟ୍ ପାଇଁ ଏହି ଅଭ୍ୟାସ କରିବାକୁ ଚେଷ୍ଟା କରନ୍ତୁ

ଉପକାରିତା:

- ସ୍ନାୟୁଗତ ରୋଗକୁ ରୋକିଥାଏ ଏବଂ ମୁଣ୍ଡବିନ୍ଧା / ମାଇଗ୍ରେନ୍‌ରୁ ମୁକ୍ତି ଦିଏ

- ଅତ୍ୟଧିକ କ୍ରୋଧର ଶିକାର ହୋଇଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ

- ସୁଖ ନିଦ୍ରା ଦେବାରେ ସାହାଯ୍ୟ କରେ

- ଉଦାସୀନତା, ଚାପ ଏବଂ ଚିନ୍ତା ଦୂର କରିବାରେ ସାହାଯ୍ୟ କରେ

- ଆଜ୍‌ମା, ବ୍ରୋଙ୍କାଇଟିସ୍ ପରି ଶ୍ୱାସକ୍ରିୟା ବ୍ୟାଧି ଚିକିତ୍ସା କରିବାରେ ଏହାର ନିୟମିତ ଅଭ୍ୟାସ ଅତ୍ୟନ୍ତ ଉପଯୋଗୀ

Benefits Of Pranayam Yogasana
Advertisment
Advertisment