Advertisment

କରନ୍ତୁ ଏହିସବୁ ଯୋଗାସନ; କେବେବି ହେବନି ମାଂସପେଶୀଜନିତ ସମସ୍ୟା

ଯୋଗାସନ କେବଳ ଆମକୁ ସକ୍ରିୟ କରେ ନାହିଁ ବରଂ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ। ଏହା ସହିତ ଶରୀରରୁ ଅନେକ ପ୍ରକାରର ଯନ୍ତ୍ରଣା ଏବଂ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ମାଂସପେଶୀର କଠିନତାକୁ ଦୂର କରିବାରେ ବିଭିନ୍ନ ପ୍ରକାରର ଆସନର ଧ୍ୟାନପୂର୍ବକ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
Yogasanas for muscle relief

Yogasanas for muscle relief

ଆମର ସମ୍ପୂର୍ଣ୍ଣ ଶରୀର ହାଡ ଏବଂ ମାଂସପେଶୀର ଏକ ସୁ-ସଂଗଠିତ ଢାଞ୍ଚା। କିନ୍ତୁ ଭୁଲ ଜୀବନଶୈଳୀ ଯୋଗୁଁ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ମାଂସପେଶୀ ସମ୍ବନ୍ଧୀୟ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରେ ଲାଗିଛି। ମାଂସପେଶୀର କଠିନତା ଏହି ସାଧାରଣ ସମସ୍ୟା ମଧ୍ୟରୁ ଗୋଟିଏ। ଏପରି ହେଲେ ଚାଲିବା-ବୁଲିବା, ବସିବା-ଉଠିବା କଷ୍ଟକର ହୋଇଯାଏ। ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ, ଯୋଗକୁ ନିୟମିତ ଭାବରେ ନିତ୍ୟକର୍ମରେ ଅନ୍ତର୍ଭୁକ୍ତ କରିବା ସର୍ବୋତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ।

Advertisment

ଯୋଗାସନ କେବଳ ଆମକୁ ସକ୍ରିୟ କରେ ନାହିଁ ବରଂ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ। ଏହା ସହିତ ଶରୀରରୁ ଅନେକ ପ୍ରକାରର ଯନ୍ତ୍ରଣା ଏବଂ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଯୋଗାସନା ଅଭ୍ୟାସ ଆମର ସ୍ନାୟୁ ପ୍ରଣାଳୀକୁ ସକ୍ରିୟ ଏବଂ ଆରାମ ଦେବାରେ ମଧ୍ୟ ସହାୟକ ହୋଇଥାଏ। ଯୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ମାଂସପେଶୀର କଠିନତାକୁ ଦୂର କରିବାରେ ବିଭିନ୍ନ ପ୍ରକାରର ଆସନର ଧ୍ୟାନପୂର୍ବକ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଏହିସବୁ ଆସନ ବିଷୟରେ ଜାଣିବା।

ମାର୍ଜାରୀ ଆସନ:

Marjarasanaମାର୍ଜାର ଆସନ

ମାର୍ଜାରୀ ଆସନ ବା କ୍ୟାଟ୍-କାଓ ପୋଜ୍ ପେଟ ଏବଂ ଅଣ୍ଟା ସମସ୍ୟାରୁ ମୁକ୍ତି ଦେବା ସହିତ ସମସ୍ତ ପ୍ରମୁଖ ମାଂସପେଶୀକୁ ଆରାମ ଦେବାରେ ବହୁତ ସାହାଯ୍ୟ କରେ। ଏହି ଆସନର ଅଭ୍ୟାସ ପିଠିର ମାଂସପେଶୀର କଠିନତା ହ୍ରାସ କରିବା ସହ ମେରୁଦଣ୍ଡରକୁ ନମନୀୟ କରେ। ଏହା ସହ ପିଠି ନିମ୍ନ ଭାଗର ସମସ୍ୟାକୁ ଦୂର କରେ। ଯୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଆସନ ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିବା ସହ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Advertisment

ବାଳାସନ:

Balasanaବାଳାସନ

ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବାଳାସନ ବା ଚାଇଲ୍ଡ ପୋଜ୍ ଅନ୍ୟତମ ପ୍ରଭାବଶାଳୀ। ବାଳାସନ ମନକୁ ଶାନ୍ତ କରିବା ସହ ଚାପ ଓ ଚିନ୍ତାରୁ ମୁକ୍ତି ଦେଇଥାଏ। ଏହି ଆସନର ନିୟମିତ ଅଭ୍ୟାସ ପିଠି, ପିଚା, ଜଙ୍ଘ, ଗୋଡ ଏବଂ ପେଣ୍ଡାର କଠିନତା ଏବଂ ଯନ୍ତ୍ରଣାକୁ ହ୍ରାସ କରିବାରେ ସହଯୋଗ କରେ। ପ୍ରତିଦିନ ବାଳାସନ ଅଭ୍ୟାସ କରିବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।

ଅଧୋମୁଖ ଶ୍ୱାନାସନ:

Adhomukhi-Swanasanaଅଧୋମୁଖ ଶ୍ୱାନାସନ

ଅଧୋମୁଖ ଶ୍ୱାନାସନ ଶରୀରର ସମସ୍ତ ପ୍ରମୁଖ ମାଂସପେଶୀକୁ ବିଶେଷ କରି ହାମ୍‌ଷ୍ଟ୍ରିଙ୍ଗ୍ସରୁ ପିଠିର ନିମ୍ନ ଭାଗ ପର୍ଯ୍ୟନ୍ତ କାମ କରିଥାଏ। ପାଦରୁ କାନ୍ଧ ପର୍ଯ୍ୟନ୍ତ ଷ୍ଟେଚିଂକୁ ବଢାଇବା ସହିତ ଶରୀରରେ ରକ୍ତ ସଞ୍ଚାଳନରେ ଏହି ଆସନର ବିଶେଷ ଉପକାରିତା ରହିଛି। ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏହି ଆସନ ରାମବାଣ ଭଳି କାମ କରେ।

Yogasana Muscle Pain
Advertisment
Advertisment