ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାବାହୁ । ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ । ତାଳଧ୍ୱଜ, ଦର୍ପଦଳନ ପରେ ନନ୍ଦିଘୋଷ ରଥ ଲାଗିଛି । ସଂଧ୍ୟା ୬ଟା ୪୩ରେ ସିଂହଦ୍ୱାର ସାମ୍ନାରେ ଲାଗିଲା ନନ୍ଦିଘୋଷ ।
ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ସାଆନ୍ତ। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ତେବେ ଆସନ୍ତୁ ଏହି ଅସରରେ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା । ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି।
ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି।
ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ ।
ମହାପ୍ରଭୁଙ୍କ ନବଦିନ ବ୍ୟାପି ଯାତ୍ରାର ଆଜି ଶେଷ ଦିନ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି।
ଆଜି ମହାବାହୁଙ୍କ ଘର ବାହୁଡା। ସାତଦିନ ଗୁଣ୍ଡିଚାବାଡିରେ ରହିବା ପରେ ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ କଳା ଠାକୁର। ଏହି ଅବସରରରେ ଆସନ୍ତୁ ଜାଣିବା ମହାବାହୁଙ୍କ ଏହି ନଅଦିନ ଯାତ୍ରା କ’ଣ ପାଇଁ।
ଭକ୍ତ ବନ୍ଧୁ ମହାନ୍ତିଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତ ଜନମାନସରେ ଭକ୍ତିର ଭାବଧାରା ବୃଦ୍ଧି କରିଥାଏ। ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଆସନ୍ତୁ ବନ୍ଧୁ ମହାନ୍ତିଙ୍କ ବିଷୟରେ ଜାଣିନେବା।
ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।
ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି
ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଦଣ୍ଡାୟମାନ ୩ ରଥ । କାଲି ଦିନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା ସୂଚନା ।
ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତୀଙ୍କୁ ସପରିବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ଦିବ୍ୟସିଂହ ଦେବଙ୍କ ସହ ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ବାହୁଡ଼ାରେ ରଥଉପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ରହିଛି।
କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ ।
ଆଜି ଶେଷ ସଂଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।
ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିବ ତିନି ରଥ । ଦକ୍ଷିଣ ମୋଡ଼ ସମୟରେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଇଛି । ଏହା ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯାଉଛି ।
ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ।
ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।
ଘୋଷଯାତ୍ରାରେ କାହିଁକି ବାରମ୍ବାର ମୋଡ଼ ଖାଇଲା ତାଳଧ୍ୱଜ ରଥ ? ୧୦ରୁ ଉର୍ଦ୍ଧ ସ୍ଥାନରେ ମୋଡ଼ ଖାଇବାରୁ ବଳଭଦ୍ରଙ୍କ ରଥ ଟଣାରେ ହେଲା କି ବିଳମ୍ବ ? ରଥରେ ମାତ୍ରାଧିକ ସେବକ ବସିବାରୁ ସମସ୍ୟା ? ନା ରଥ ନିର୍ମାଣରେ ରହିଗଲା ତ୍ରୁଟି ?
ବାହୁଡ଼ାଯାତ୍ରା ପାଇଁ ଆଡପ ମଣ୍ଡପରେ ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏପଟେ ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼ ।
ଆସନ୍ତା ୨୭ ତାରିଖ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୫ଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି ।
କଣ ସେବକମାନେ ଖାମଖିଆଲି ଭାବେ ପହଣ୍ଡି କରାଉଥିଲେ କି ? ମହାପ୍ରଭୁଙ୍କୁ ବନ୍ଧା ଯାଇଥିବା ପାଟଡୋରକୁ ଖୋଲା ଛାଡ଼ି ଦେଇଥିଲେ କି ?