/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687599597.jpg)
Ratha Jatra 2023
ବାହୁଡ଼ାଯାତ୍ରା ପାଇଁ ଆଡପ ମଣ୍ଡପରେ ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏପଟେ ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼ ।
ଏହା ପୂର୍ବରୁ ଆଜି ରଥ ଯାଞ୍ଚ କରାଯାଇଛି । ନନ୍ଦିଘୋଷ ରଥ ଯାଞ୍ଚ କରିଛନ୍ତି ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଓ ମୁଖ୍ୟ କମାର ସେବକ ଦାଶରଥି ମହାରଣା । ଯାଞ୍ଚ ପରେ ନନ୍ଦିଘୋଷ ରଥ ପଛ ଚକ ସହ ସଂଯୁକ୍ତ ଅଖରେ ୟୁ କ୍ଲାମ୍ପ୍ ଲାଗିବ ବୋଲି ମୁଖ୍ୟ ବିଶ୍ୱକର୍ମା କହିଛନ୍ତି । ରଥ ଦକ୍ଷିଣ ମୋଡ଼ ପରେ ପୁଣି ଥରେ ଯାଞ୍ଚ କରାଯିବ । ଏପଟେ ଆଜି ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେବ ହେରାପଞ୍ଚମୀ ନୀତି ।
ବିଧି ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବା ପରମ୍ପରା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)