• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ଆଷାଢ ମାସ ଶୁକ୍ଲ ଦଶମୀ ତିଥି। ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡିବେ ତିନି ଠାକୁର। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ତିନି ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ବାହାରେ ତିନି ରଥ ପ୍ରସ୍ତୁତ ରହିଛି। ଏପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି।

ଅଧିକ ପଢ଼ନ୍ତୁ: ପୁରୀରେ କାହିଁକି ଆରମ୍ଭ ହେଲା ମହାବାହୁଙ୍କ ନବଦିନ ଘୋଷଯାତ୍ରା; କ’ଣ କୁହେ ପୁରାଣ

ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହୋଇଛନ୍ତି। ତାଳଧ୍ୱଜରେ ଶ୍ରୀବଳଭଦ୍ର, ଦର୍ପଦଳନରେ ମା’ ସୁଭଦ୍ରା ଓ ନନ୍ଦିଘୋଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ ହୋଇଛନ୍ତି। ଏହାପରେ ‘ଛେରା ପହଁରା’ ଆରମ୍ଭ ହେବ।

OTV is now on Whatsapp

Join and get latest news update delivered to you via whatsapp

Join Now