Advertisment

ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଚକ୍ରରାଜ ସୁଦର୍ଶନ ଚଢ଼ିଲେ ରଥରେ

ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sudarshan Pahandi

Bahuda Jatra, Sudarshan Pahandi

ସଅଳ ଆରମ୍ଭ ହୋଇଛି ସମସ୍ତ ନୀତିକାନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି । ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ବାହୁଡ଼ା ପହଣ୍ଡି ଆରମ୍ଭ । ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରଥକୁ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ ।

Advertisment

ମହାପ୍ରଭୁଙ୍କ ନବଦିନ ବ୍ୟାପି ଯାତ୍ରାର ଆଜି ଶେଷ ଦିନ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି। ଜଗନ୍ନାଥ ସଂସ୍କୃତିରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ‘ଘୋଷ ପର୍ବ’ ଓ ‘ବାହୁଡା ପର୍ବ’ ଅନ୍ୟତମ। ଆଜି ସେହି ବିଶ୍ୱନିୟନ୍ତା ଲୀଳାମୟ ପ୍ରଭୂ ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ବଳଭଦ୍ରଙ୍କ ମାଉସୀ ମା’ ଘରୁ ଶ୍ରୀମନ୍ଦିର ଅଭିମୂଖେ “ବାହୁଡା ପର୍ବ” ଶ୍ରୀକ୍ଷେତ୍ରଧାମରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାସମାରୋହରେ ବାହୁଡିବେ କାଳିଆ ସାଆନ୍ତ।

ଘୋଷଯାତ୍ରାର ଏକ ମୁଖ୍ୟ ଅଂଶ ହେଉଛି ଏହି ‘ବାହୁଡା ଯାତ୍ରା’। ଏହାର ଅର୍ଥ ‘ପ୍ରତ୍ୟାବର୍ତ୍ତନ’ ବା ଫେରିବା। ପବିତ୍ର ଦଶମୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୁଏ। ଏହିଦିନ ମାଉସୀ ମା’ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଗଣ ରଥ ଟାଣି ଟାଣି ଶ୍ରୀମନ୍ଦିର ଅଭିମୂଖେ ଯାତ୍ରା କରନ୍ତି। 

Advertisment
Ratha Jatra Bahuda Jatra
Advertisment
Advertisment