ଚିକମିକ୍ ଲାଇଟ୍ ଓ ବେଲୁନରେ ଚାଲିଛି ସାଜସଜା, ଓଲିଉଡ ଓ ବଲିଉଡ କଳାକାରଙ୍କ ସହ ଝୁମିବେ ଦର୍ଶକ
ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜର ୯ ଜଣ ହାଇସ୍କୁଲ୍ ଛାତ୍ରୀ । ଆଉ ମଙ୍ଗଳବାର ବି ଥିଲା ସମାନ ପରାସ୍ଥିତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ବଢି ବଢି ମରିଚିକୋଟ୍ ଛକ ଟପିଛି ।
ବୁଡ, ଭାରତୀୟ ସଂସ୍କୃତିର ଏକ ପବିତ୍ର ପରମ୍ପରା। ଶହ ଶହ ବର୍ଷ ପୂର୍ବରୁ ଶୀତଦିନେ ଏହି ପରମ୍ପରା ପାଳନ ହୋଇଆସୁଛି। କିନ୍ତୁ, କଥା ହେଉଛି ଏହି ପାଗରେ ଥଣ୍ଡା ପାଣିରେ ପଶିବା ଅନେକଙ୍କ ପକ୍ଷେ କଷ୍ଟକର। ସେମାନଙ୍କ ପାଇଁ ଜଣେ ବ୍ୟକ୍ତି ଏମିତି ଏକ ଅଜବ ସୁଯୋଗ ନେଇ ଆସିଛନ୍ତି। ଦେଖନ୍ତୁ…
ବରଗଡ଼ ଧନୁଯାତ୍ରାର ଆକର୍ଷଣ ହେଉଛି ଏହାର ପୋଷାକ । ପୌରାଣିକ ପୋଷାକ ତିଆରି କରି ଅଞ୍ଚଳରେ ବେଶ୍ ପ୍ରଶଂସିତ ।
ପୋଜିସନ୍ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍। ଶତ୍ରୁଙ୍କୁ ଦେଖିବା ମାତ୍ରେ ବାହାରିବ ଗୁଳି...ଭୁବନେଶ୍ୱରର ସୈନିକ ସ୍କୁଲର ଡାଇମଣ୍ଡ ଜୁବୁଲି ଉତ୍ସବରେ ୧୨୦ ବାଟାଲିଅନ ପକ୍ଷରୁ ଏମିତି ହୋଇଥିଲା ଆତଙ୍କବାଦୀ ଖୋଜିବାର ଅଭିଯାନ
ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ?
ମଧ୍ୟରାତ୍ରରେ ଧରାବତରଣ କଲେ ପ୍ରଭୁ ଯୀଶୁ
ଆଜି ଖ୍ରୀଷ୍ଟମାସ ବା ବଡଦିନ। ଏହିଦିନ କେକ୍, ଘଣ୍ଟି, ମହମବତୀ, ମୋଜା ଆଦିର ବିଶେଷ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିନେବା ଏହି ଉତ୍ସବରେ ଏ ସବୁକୁ କାହିଁକି ବ୍ୟବହାର କରି ଘର ସଜ୍ଜାଯାଏ।
ଆଉ ମାତ୍ର ୪ ଘଂଟାର ଅପେକ୍ଷା...ଧରାବତରଣ କରିବେ ଯୀଶୁ...ଆନନ୍ଦ ଉଲ୍ଲାସରେ ବଡଦିନ ପାଳନ ପାଇଁ ସବୁଠି ସରିଛି ପ୍ରସ୍ତୁତି
ବାଲିଗୁଡ଼ା ଏବେ ଉତ୍ସବମୁଖର। ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଭୁଙ୍କ ମହିମା ଗାନ କରିବାକୁ ସମସ୍ତେ ବ୍ୟଗ୍ର।
ଭାରତରେ ପ୍ରତିବର୍ଷ ଡିସେମ୍ବର ୨୪ରେ “ଜାତୀୟ ଖାଉଟି ଅଧିକାର ଦିବସ” ପାଳନ କରାଯାଏ। କ’ଣ ଏହାର ଉଦ୍ଦେଶ୍ୟ, ଏହା ପଛରେ କ’ଣ ରହିଛି ଇତିହାସ, କ’ଣ ରହିଛି ନିୟମ ଜାଣିବା ପାଇଁ ପଢନ୍ତୁ।
କ୍ରୀଡ଼ାରେ ସଫଳତା ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଏହି କ୍ରମରେ ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସ୍ୱାସ୍ତୀ ସିଂହ ପାଇଲେ ୩୦ତମ ଏକଲବ୍ୟ ପୁରସ୍କାର।
୨୦୨୨ରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଏହି ସବୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।
ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ।
ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।
ବାଇଚୁଙ୍ଗ ଭୂତିଆ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୂତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।
ଶକ୍ତି(ଉର୍ଜା) ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଆମ ଦୈନନ୍ଦିନ ଜୀବନରେ ଶକ୍ତି ବହୁଳ ଭାବରେ ବ୍ୟବହୃତ ହୁଏ। ଆମେ ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ରୂପରେ ଶକ୍ତି ବ୍ୟବହାର କରୁ। ତେଣୁ ଭବିଷ୍ୟତରେ ଶକ୍ତିର ଆବଶ୍ୟକତାକୁ ଧ୍ୟାନରେ ରଖି ଏହାକୁ ସଂରକ୍ଷଣ କରିବା ଆବଶ୍ୟକ ହୋଇପଡିଛି।
Parliament Attack Anniversary: ୨୧ ବର୍ଷ ପୂର୍ବର ସେହି ଭୟଙ୍କର ଦିନ । ଯେବେ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ . . .
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା। ଯୁଦ୍ଧ ପରେ ସାରା ବିଶ୍ୱରେ ଅନାହାର ଏବଂ ପୁଷ୍ଟିହୀନତା ଭଳି ସମସ୍ୟା ଉପୁଜିଥିଲା। ଯାହାର ସବୁଠାରୁ ବଡ ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡିଥିଲା। ଅନାହାର ଏବଂ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ପିଲାମାନଙ୍କର ଉନ୍ନତି ପାଇଁ ଏହି ଅନୁଷ୍ଠାନ ଗଠନ କରାଯାଇଥିଲା। ଆସନ୍ତୁ ଏ ବିଷୟରେ ସବିଶେଷ ଜାଣିନେବା।
କଂଗ୍ରେସ ପାର୍ଟି ଏବଂ ଭାରତ ସରକାରର ସମସ୍ୟାର ସମାଧାନରେ ପ୍ରଣବ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କଂଗ୍ରେସର ସଙ୍କଟମୋଚକ ଭାବରେ ଜଣାଶୁଣା ଥିଲେ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ବିଶେଷ କଥା ଉପରେ ନଜର ପକେଇନେବା।
ଭୁବନେଶ୍ୱର ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ୨ବର୍ଷ ପରେ ଓଡ଼ିଶା କେନେଲ୍ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ଡଗ୍ ସୋ’ । ଆଜି ଦିନରେ ଜର୍ମାନ ସେଫର୍ଡ ପ୍ରଜାତିର କୁକୁର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଆଜିଠୁ ୩ଦିନ ଧରି ଚାଲିବ ।
ଦିନକୁ ଦିନ ଦୁର୍ନୀତି ବଢି ଚାଲିଛି। ଏନେଇ ଏହାକୁ ରୋକିବା ନେଇ ଅନେକ ପଦକ୍ଷେପ ନିଆଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଦୁର୍ନୀତି ବଢିବାର ମୁଖ୍ୟ କାରଣ କ’ଣ ଆଉ ଏହାକୁ କିପରି ରୋକାଯାଇ ପାରିବ।
ଦ୍ୱାଦଶୀରେ ରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ ।
କେନ୍ଦୁଝର ପୁରୁଣା ସହରର ସିଦ୍ଧମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କର ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ପାଳନ ହୋଇଛି। ଆଜି ଅତି ଭକ୍ତିପୁତ ପରିବେଶରେ ଓ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଆଜି ୭୫ କିସମର ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲାଗି ହୋଇଛି । ଏହି ବ୍ୟଞ୍ଜନ ମଧ୍ୟରେ କେନ୍ଦୁଝର ପ୍ରସିଦ୍ଧ ଖେଚୁଡି , ଦଳା ଖେଚୁଡି, ମାଳେଇ ଖେଚୁଡି , କପୁରକେଳି , ମୋଡା ବଡି ସହ ଆରିସା , କାକରା , ବାଟ , କନ୍ଧ ଖିରି , ଝିଲି , କ୍ଷୀରପୁଳି , ବୃନ୍ଧି ଲଡ଼ୁ , ଖସା ଲଡ଼ୁ , ନଡିଆ କୋରା , କାନିକା ଆଦି ଅନେକ ପ୍ରକାର ବ୍ୟଞ୍ଜନ
ମେକ୍ ଇନ୍ ଓଡିଶାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ସଜ୍ଜନ ଜିନ୍ଦଲ। ଏହା ମନର ଶଙ୍କା ଥିଲା ନା ଅସନ୍ତୋଷ? ଦେଖନ୍ତୁ ଏହି ବିଶେଷ ରିପୋର୍ଟ