ଘଣ୍ଟା ଘଣ୍ଟା ଧରି ହେଡଫୋନ୍, ଇଅରଫୋନ୍ ଓ ଇଅରପ୍ଲଗ୍ ଲଗାଉଥିଲେ ସାବଧାନ । ଏସବୁର ମାତ୍ରାଧିକ ବ୍ୟବହାର ସବୁଦିନ ପାଇଁ ଶ୍ରବଣ ଶକ୍ତି ଛଡ଼ାଇ ନେଇପାରେ । ସବୁ ରାଜ୍ୟକୁ ଏଭଳି ସତର୍କ ଚିଠି ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଯୁବପିଢି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇଅରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
କାନ ହେଉଛି ମନୁଷ୍ୟର ମୁଖ୍ୟ ଅଙ୍ଗ ମଧ୍ୟରୁ ଗୋଟିଏ। ଏନେଇ ଏହାର ସୁରକ୍ଷା ସଚେତନ ପାଇଁ ପ୍ରତିବର୍ଷ ୩ ମାର୍ଚ୍ଚରେ ‘ବିଶ୍ୱ ଶ୍ରବଣ ଦିବସ’ ପାଳନ କରାଯାଏ। ଦ୍ରୁତ ଗତିରେ ବଢୁଥିବା ବଧିର ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ୨୦୦୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ବିଶ୍ୱ ଶ୍ରବଣ ଦିବସ' ପାଳନ କରିବାକୁ ଘୋଷଣା କରିଥିଲା।
ପ୍ରତିବର୍ଷ ୩ ମାର୍ଚ୍ଚରେ ‘ବିଶ୍ୱ ଶ୍ରବଣ ଦିବସ’ ପାଳନ କରାଯାଏ। ଦ୍ରୁତ ଗତିରେ ବଢୁଥିବା ବଧିର ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ୨୦୦୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ବିଶ୍ୱ ଶ୍ରବଣ ଦିବସ' ପାଳନ କରିବାକୁ ଘୋଷଣା କରିଥିଲା।