• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାଷା, ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ଏହି ଦିନ ସୋସିଆଲ ମିଡିଆ, କର୍ମଶାଳା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱର ଲୋକମାନେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରନ୍ତି, ଯାହା ଦ୍ୱାରା ମାତୃଭାଷାର ମହତ୍ତ୍ୱ ନିର୍ଣ୍ଣୟ କରାଯାଇପାରିବ, ଯାହା ଏକ ଶିଶୁ ତା’ ମା’ଠାରୁ ଶିଖିଥାଏ। ଆସନ୍ତୁ ଜାଣିବା କାହିଁକି ଏବଂ କିପରି ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ ଏବଂ ଇତିହାସ କ’ଣ…

ମାତୃଭାଷା କ’ଣ:

ଏକ ଶିଶୁ ତା’ର ବାପାମା’ ଠାରୁ ଶିଖୁଥିବା ପ୍ରଥମ ଭାଷା ହେଉଛି ମାତୃଭାଷା। ଏହା ବ୍ୟତୀତ ଜଣେ ନିଜ ପୂର୍ବଜଙ୍କ ଠାରୁ ଶିଖିଥିବା ଭାଷା ମଧ୍ୟ ମାତୃଭାଷା ହୋଇଥାଏ। ଏହା ହୋଇପାରେ ଯେ ନିଜର ମାତୃଭାଷା ନିଜ ରାଜ୍ୟ ଭାଷା କିମ୍ବା ଆଞ୍ଚଳିକ ଭାଷାଠାରୁ ଭିନ୍ନ ହୋଇପାରେ। କିନ୍ତୁ ମୁଖ୍ୟ ମାତୃଭାଷା ସର୍ବଦା ତାହା ହୋଇଥାଏ ଯାହା ପରିବାରର ସଦସ୍ୟମାନଙ୍କ ଦ୍ୱାରା ବ୍ୟବହୃତ ହୁଏ।

ଅଧିକ ପଢ଼ନ୍ତୁ: ମାତୃଭାଷା ହିଁ ଆମ ସରକାରୀ ଭାଷା

କେଉଁଠୁ ଆରମ୍ଭ ହୋଇଥିଲା:

୧୯୫୨ ମସିହାରେ, ଢାକା ବିଶ୍ୱବିଦ୍ୟାଳୟର ଛାତ୍ର ତଥା ସାମାଜିକ କର୍ମୀମାନେ ବଙ୍ଗଳା ମାତୃଭାଷାର ଅସ୍ତିତ୍ୱ ପାଇଁ ବିରୋଧ ଆରମ୍ଭ କରିଥିଲେ। ଏହା ଦେଖି ପ୍ରଦର୍ଶନ ଏତେ ତୀବ୍ର ହେଲା ଯେ ତତ୍କାଳୀନ ପାକିସ୍ତାନ ସରକାରର ପୋଲିସ୍ ପ୍ରଦର୍ଶନକାରୀଙ୍କ ଉପରେଏଭଳି  ଭାବରେ ଗୁଳି ଚଳାଇଲା ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ବାଂଲାଦେଶ ସରକାର ଗଠନ ହେବା ପରେ ବାଂଲାଦେଶ ସରକାର ୟୁନେସ୍କୋକୁ ଏକ ପ୍ରସ୍ତାବ ଆଗତ କରିଥିଲା।

ଏହି ପ୍ରସ୍ତାବ ପରେ, ୧୭ ନଭେମ୍ବର ୧୯୯୯ରେ, ୟୁନେସ୍କୋ ନିଷ୍ପତ୍ତି ନେଇଥିଲା ଯେ ୧୯୫୨ ମସିହାରେ ନିଜ ଜୀବନକୁ ବଳି ଦେଇଥିବା ଶହୀଦଙ୍କ ସ୍ମୃତିରେ ଫେବୃଆରୀ ୨୧ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବ। ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ସ୍ମାରକୀରେ ବାଂଲାଦେଶୀମାନେ ଏହି ଦିନ ସମବେଦନା ଓ ସମ୍ମାନ ଜଣାନ୍ତି।

ଭାରତରେ ଅନ୍ତର୍ଜାତୀୟ ମାତୃଭାଷା ଦିବସର ଗୁରୁତ୍ୱ:

ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରସଙ୍ଗରେ ଭାରତର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ବହୁଭାଷୀ ରାଷ୍ଟ୍ର ହୋଇଥିବାରୁ ମାତୃଭାଷା ପ୍ରତି ଭାରତର ଦାୟିତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଅପେକ୍ଷା ଭାରତରେ ଦ୍ୱିଭାଷୀ ଏବଂ ବହୁଭାଷୀ ଅଧିକ ପ୍ରଚଳିତ। ଭାରତରେ ମାତୃଭାଷାକୁ ନେଇ ବିବାଦ ସବୁବେଳେ ଲାଗି ରହିଛି। ବିଶେଷକରି ସରକାରୀ ଭାଷା ହିନ୍ଦୀ ଏବଂ ଦେଶର ଅନ୍ୟାନ୍ୟ ଭାଷା ମଧ୍ୟରେ ଭାଷା ବିବାଦ ଜାରି ରହିଛି।

ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କ ଦ୍ୱାରା ସର୍ବଦା ଅଭିଯୋଗ ଆସେ ଯେ ସେମାନଙ୍କ ଉପରେ ହିନ୍ଦୀ ଲଦି ଦିଆଯାଉଛି। ଏଥି ସହିତ, ହିନ୍ଦୀ ଭାଷା ମଧ୍ୟ ଦେଶର ଅନ୍ୟ ଭାଷାକୁ ଶିଖିବା ନେଇ କୌଣସି ପ୍ରବୃତ୍ତି ଦେଖାଏ ନାହିଁ କି ଏହା ପ୍ରତି କୌଣସି ଭାବନା ଦେଖାଏ ନାହିଁ। ଯଦି ଏମିତି ହୋଇପାରେ ତେବେ ଭାରତୀୟ ଭାଷାର ଲୋକଙ୍କ ମଧ୍ୟରେ ଶତ୍ରୁତା ଦୂର ହୋଇପାରିବ।

OTV is now on Whatsapp

Join and get latest news update delivered to you via whatsapp

Join Now