• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ। ଖାସ୍‌ କରି ଖେଚୁଡ଼ି ଓ ଡାଲମା ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

ଖାଲି ଓଡ଼ିଶାର ଖାଦ୍ୟକୁ ଅନୁ ମଲ୍ଲିକ ପ୍ରଶଂସା କରି ନାହାନ୍ତି ବରଂ ଏଠାକାର ସଂସ୍କୃତି, ଓଡ଼ିଆ ଲୋକ ଓ ପାରିବାରିକ ମୂଲ୍ୟ ବୋଧତାକୁ ମଧ୍ୟ ସେ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାରେ ପାରିବାରିକ ମୂଲ୍ୟ ବୋଧତା ଅଧିକ ରହିଛି। ଏଠାରେ ପରିବାର ସଦସ୍ୟମାନେ ପରସ୍ପରକୁ ଭଲ ପାଇବା ସହ ସେମାନଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ସେତିକି ଭଲ ପାଇବା ଓ ସ୍ନେହ ଦେଇଥାନ୍ତି।’

ଅଧିକ ପଢ଼ନ୍ତୁ: ଷ୍ଟେଜ୍‌ରେ ଅନ୍‌ ଦ ସ୍ପଟ୍‌ ଓଟିଭି ପାଇଁ ଗୀତ କମ୍ପୋଜ କଲେ ଅନୁ ମଲ୍ଲିକ୍, ଶୁଣନ୍ତୁ...

ଏହାସହ ଓଟିଭି ପାଇଁ ଅନୁ ମଲ୍ଲିକ ଗୀତ ମଧ୍ୟ ଗାଇ ଥିଲେ। ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ। ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇ ଦେଲେ ଗୀତ। ଗୀତଟି ଏତେ ସୁନ୍ଦର ଥିଲା ଯେ, ତୁରନ୍ତ ସମସ୍ତଙ୍କ ମନ ଜିତି ନେଇଥିଲା । ମଞ୍ଚ ତଳେ ବସିଥିବା ଦର୍ଶକ ତାଳି ମାରି ଅନୁ ମଲ୍ଲିକଙ୍କୁ ସ୍ୱାଗତ କରିଥିଲେ।

ଆଜି ଫୋରସାଇଟ୍‌-୨୦୨୩ରେ ପ୍ରଥମେ ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଓଟିଭି ଫୋରସାଇଟ୍‌ର ଆଭିମୁଖ୍ୟ ସଂପର୍କରେ କହିଥିଲେ । ଏହାପରେ ମୁଖ୍ୟବକ୍ତା ଭାବେ ଭିଡିଓ ବାର୍ତ୍ତା ଜରିଆରେ ଯୋଡ଼ି ହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ