Advertisment

OTV Foresight 2023: ଜଗନ୍ନାଥଙ୍କ ଦର୍ଶନ ପରେ ମୋର ନୂଆ ଜୀବନ ଆରମ୍ଭ ହୋଇଥିଲା

ଓଟିଭି ପାଇଁ ଗୀତ ମଧ୍ୟ ଗଇଛନ୍ତି ଅନୁ ମଲ୍ଲିକ । ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
OTV Foresight 2023

Annu Mallik

ଜଗନ୍ନାଥ ଦର୍ଶନ ପରେ ବଦଳିଗଲା ମୋର ଭାଗ୍ୟ । ମୋ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା । ଯେତେବଳେ ମୁଁ ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆ ମାରି ଫେରିଥିଲି । ତାପରେ ମୁଁ ଅନୁଭବ କରିଥିଲି ମୋ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିଲା । ଆଉ ମୋର ନୂଆ ଜୀବନ ଆରମ୍ଭ ହେଲା । ମୁଁ ଜଣେ ଇଶ୍ୱର ବିଶ୍ୱାସି ଆଉ ଶୈବ ଭକ୍ତ ।

Advertisment

ଖାଲି ସେତିକି ନୁହେଁ, ଓଟିଭି ପାଇଁ ଗୀତ ମଧ୍ୟ ଗଇଛନ୍ତି ଅନୁ ମଲ୍ଲିକ। ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ । ଗୀତଟି ଏତେ ସୁନ୍ଦର ଥିଲା ଯେ, ତୁରନ୍ତ ସମସ୍ତଙ୍କ ମନ କିଣି ନେଲା । ମଞ୍ଚ ତଳେ ବସିଥିବା ସମସ୍ତ ଦର୍ଶକ ତାଳି ମାରି ଅନୁ ମଲ୍ଲିକଙ୍କୁ ସ୍ୱାଗତ କଲେ ।

Advertisment

ଅଧିକ ପଢ଼ନ୍ତୁ: ‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଦେଶର ଲୋକପ୍ରିୟ ତଥା ବଲିଉଡ୍ ସଂଗୀତ ନିର୍ଦେଶକ ଅନୁ ମଲ୍ଲିକ । ଏଠାରେ ସେ ନିଜ କ୍ୟାରିୟରର ଅନୁଭୂତି ବଖାଣିବା ସହ ତାଙ୍କର ପ୍ରଥମ ଗୀତ କ’ଣ ଥିଲା, କେମିତି ସେ ମ୍ୟଜିକ୍‌ ଦେବା ଆରମ୍ଭ କଲେ ଆଉ ତାଙ୍କ ପ୍ରଥମ ମ୍ୟୁଜିକ୍‌ କେମିତି କମ୍ପୋଜ୍‌ କରିଥିଲେ ତାହା କହିଛନ୍ତି । ଏହାସହ ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।

ଆଜି ଫୋରସାଇଟ୍‌ ୨୦୨୩ରେ ପ୍ରଥମେ ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଓଟିଭି ଫୋରସାଇଟର ଆଭିମୁଖ୍ୟ ସଂପର୍କରେ କହିଥିଲେ ।ଏହାପରେ ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।

ଏହି ଅବସରରେ ନିତିନ ଗଡ଼କରୀ ଭିଡିଓ ବାର୍ତ୍ତା ଜରିଆରେ କହିଥିଲେ ଯେ, ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ। ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି । ୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ। ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ । ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି।

ତେବେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଓଟିଭିର ଏହି ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ପ୍ରତିଥର ପରି ଏଥର ମଧ୍ୟ ଏଠାରେ, ରାଜ୍ୟ ଓ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚାଲିଛି ଦିବସ ବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା । ନିଜ ମତ ରଖିଛନ୍ତି ପ୍ରସଙ୍ଗ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ।

Otv OTV Foresight
Advertisment
Advertisment